NK NEWS ODISHA

News agency Odisha

“ୟୁଥ ଫର ଆକ୍ସନ”ର ନୟାଗଡ ଜିଲ୍ଲା ସଭାପତି ହେଲେ ପରମେଶ୍ୱର ସାହୁ !

Spread the love

“ୟୁଥ ଫର ଆକ୍ସନ”ର ନୟାଗଡ ଜିଲ୍ଲା ସଭାପତି ହେଲେ ପରମେଶ୍ୱର ସାହୁ !

ନୟାଗଡ : 8/07/2021(ବ୍ୟୁରୋ): ଓଡିଶା ପ୍ରଦେଶର “YOUTH FOR ACTION” ର ରାଜ୍ୟ ଟିମ ଏବଂ ସମସ୍ତ ଜିଲ୍ଲା ଟିମ ଘୋଷଣା ହୋଇ ଯାଇଛି l ନୟାଗଡ଼ ଜିଲ୍ଲା ର ଜିଲ୍ଲା ସଭାପତି ଭାବରେ ଦାଇତ୍ୱ ପାଇଛନ୍ତି ୟୁବ ଛାତ୍ର ନେତା ପରମେଶ୍ୱର ସାହୁ |

ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଦ୍ଵାରା ଓଡିଶାର ବଛା ବଛା ୟୁବ ପ୍ରତିଭାଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ସଂଗଠନର ଦାୟିତ୍ୱ ପ୍ରଦାନ କରାଯାଇଛି | ସେହିପରି ଭାବରେ ନୟାଗଡ଼ର ଜିଲ୍ଲା ସଭାପତି ଭାବରେ ପରମେଶ୍ୱର ସାହୁଙ୍କ ଉପରେ ଆସ୍ଥା ଓ ବିଶ୍ଵାସ କରି ଜିଲ୍ଲା ଗୁରୁଦାୟିତ୍ୱ ଦେଇଛନ୍ତି l

ପରମେଶ୍ୱର ପୂର୍ବରୁ ନୟାଗଡ ଜିଲ୍ଲା ABVP ର ଜିଲ୍ଲା ସହ ସଂଯୋଜକ ଥିବାବେଳେ, ନୟାଗଡ଼ର ଜଣେ ଟାଣୁଆ ଛାତ୍ର ନେତା ଭାବେ ପରିଚିତ ଏବଂ ନୟାଗଡ଼ ଜିଲ୍ଲା ରେ କେଉଁଭଳି ଆଗାମୀ ଦିନରେ ସଂଗଠନ ମଜବୁତ ହେବ ସେଥି ନେଇ ଆଲୋଚନା କରିଥିଲେ l ଓଡିଶା ରେ 6 ଲକ୍ଷ୍ୟ 42 ହଜାର ମେମ୍ବରସିପି କରିବାର ଲକ୍ଷ୍ୟ ଥିବାବେଳେ ନୟାଗଡ଼ ଜିଲ୍ଲା ରେ 10 ହଜାର ମେମ୍ୱର ସିପି କରିବାର ଲକ୍ଷ୍ୟ ରଖିଛନ୍ତି ପରମେଶ୍ୱର ସାହୁ l

ବିଭିନ୍ନ ସାମାଜିକ କ୍ଷେତ୍ର ରେ ନୟାଗଡ଼ ଜିଲ୍ଲା ର ଉନ୍ନତି ତଥା ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ନୟାଗଡ଼ ଜିଲ୍ଲା ରେ ସଂଗଠନକୁ ମଜବୁତ କରିବାର ଗୁରୁ ମନ୍ତ୍ର ମଧ୍ୟ ସାଂସଦ ଦେଇଥଲେ |

ରାଜ୍ୟ ସଂଯୋଜକ ଦେବାଶିଷ ନାୟକ ଏବଂ ସହ ସଂଯୋଜକ ସୁଜିତ ସିଙ୍ଗ ଓ ଇଷ୍ଟନ ଜୋନ ସଭାପତି ରାଜେନ୍ଦ୍ର ନାୟକ ଙ୍କୁ ଧନ୍ୟବାଦ ଦେବା ସହ ପରମେଶ୍ୱର ସାହୁ ଙ୍କୁ ମିଳିଥିବା ଦାୟିତ୍ୱ ର ମର୍ଯ୍ୟାଦା ରକ୍ଷାକରି ସଂଗଠନ କୁ ସାରା ଜିଲ୍ଲା ରେ ଲୋକ ଙ୍କ ନିକଟତର କରିବା ସହ ଲୋକ କିଭଳି ଗ୍ରହଣୀୟ କରି ପାରିବେ ସେଥିପାଇଁ ଆପଣ ମାନଙ୍କ ଆଶ୍ରିବାଦ ଭିକ୍ଷା କରିଛନ୍ତି ପରମେଶ୍ୱର |

%d