ଓଡଗାଁରୁ ବ୍ରାଉନସୁଗାର ଜବତ ସହ ଯୁବକ ଗିରଫ | - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଓଡଗାଁରୁ ବ୍ରାଉନସୁଗାର ଜବତ ସହ ଯୁବକ ଗିରଫ |

Young man arrested with brown sugar seized from Odgaon
Spread the love
ADVERTISEMENT
ADVERTISEMENT

ଓଡଗାଁରୁ ବ୍ରାଉନସୁଗାର ଜବତ ସହ ଯୁବକ ଗିରଫ |

ନୂଆଗାଁ : 02/10/2021: (ରିପୋର୍ଟ : ନିରଞ୍ଜନ ସାହୁ ) : ଦିନକୁ ଦିନ ଧଳା ଜହର ବେପାରୀ ବୃଦ୍ଧି ପାଉଥିବା ବେଳେ କିଛି ଦିନ ମଧ୍ୟରେ ନୟାଗଡ଼ ଜିଲ୍ଲାର ଦଶପଲ୍ଲା, ଖଣ୍ଡପଡ଼ା, ରଣପୁର ଭଳି ଅଂଚଳରୁ ବେପାରୀଙ୍କୁ ପୋଲିସ ଗିରଫ କରିଛି | ସେହିପରି ଆଜି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ଅଞ୍ଚଳରେ ଧଳାଜହର ବିକ୍ରି କରୁଥିବା ଅଭିଯୋଗରେ ଓଡ଼ଗାଁ ପୋଲିସ ପ୍ରଦୀପ ଶତପଥୀ ନାମକ ଜଣେ ଯୁବକକୁ ଗିରଫ କରିବା ସହିତ ତା’ଠାରୁ 27ଗ୍ରାମ ରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ କରିଥିବା ଖବର ମିଳିଛି।

ADVERTISEMENT

ଆଙ୍ଗିସିଙ୍ଗି ଗ୍ରାମର ଏହି ଯୁବକ ଓଡ଼ଗାଁ ପାଟଣା ସାହିରେ ଘରଭଡା ନେଇ ରହି ଧଳାଜହର ବ୍ୟବସାୟ କରି ଆସୁଥିଲା।ବିଶେଷ ସୂତ୍ରରୁ ଖବରପାଇ ଓଡ଼ଗାଁ ଆଇ. ଆଇ.ସି ପ୍ରଜ୍ଞା ପରମିତା ଜେନା, ସବ-ଇନିସ୍ପେକ୍ଟର ସଞ୍ଜୟ କୁମାର ପରିଡା,ଏସଆଇ ସ୍ନେହଲତା ପ୍ରଧାନ ମିଳିତ ଚଢ଼ାଉ କରି ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଥିଲେ । ତା ବିରୁଦ୍ଧରେ 108/21ରେ ଏକ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି |ଜାମିନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦିଆଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି।

ତେବେ ଗତ କିଛିଦିନତଳେ କଲେଜ ରୋଡ଼ରେ ଥିବା ଏକ ଢ଼ାବାମାଲିକଙ୍କ ଠାରୁ 20 ଗ୍ରାମ ବ୍ରାଉନସୁଗାର ଜବତ କରି ଜେଲ ହାଜତକୁ ପଠାଇଥିବା ବେଳେ ଏହା ଦ୍ଵିତୀୟ ଘଟଣା ବୋଲି ଜଣାପଡିଛି । ତେବେଏହି ଧଳାଜହର ବ୍ୟବସାୟର ଚେର ଆଉ କେଉଁଆଡ଼େ ଲମ୍ବିଛି ତାହା ପୋଲିସ ଅନସନ୍ଧାନ କଲେ ଜାଣିହେବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।

Best Health & Beauty product in India

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: