ଯୋଗ ନାରୀଶକ୍ତି କାର୍ଯ୍ୟକ୍ରମ ଉଦଘାଟିତ |
କଲିକତା(ରିପୋର୍ଟ : ସନାତନ ମହାକୁଡ଼): ଟାଲିଗଞ୍ଜସ୍ଥିତ ବିବେକାନନ୍ଦ ଯୋଗ ଅନୁସନ୍ଧାନ ସଂସ୍ଥାନ ପକ୍ଷରୁ ଆବାସିକ ଯୋଗ ନାରୀ ଶକ୍ତି କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି। ୭୫ ଦିନ ବ୍ୟାପୀ ହେବାକୁ ଥିବା ଏହି ସ୍ବତନ୍ତ୍ର ଆବାସିକ ଯୋଗ ଶିବିରରେ ୨୦ଜଣ ମେଧାବୀ ଗରିବ ଛାତ୍ରୀଙ୍କୁ ମନୋନୀତ କରାଯାଇଛି। ନାରୀ ସଂସ୍ଥା ମିଲେନିୟମ ମାମସ ଓ ବିବେକାନନ୍ଦ ଯୋଗ ଅନୁସନ୍ଧାନ ସଂସ୍ଥାନର ଯୈାଥ ଉଦ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ବିଷ୍ଣୁ କୁମାର ଧନୁକା ଓ ନିର୍ଦ୍ଦେଶକ ଅଭିଜିତ ଘୋଷ ପାରମ୍ପରିକ ରୀତିରେ ଉଦଘାଟନ କରିଥିଲେ।
ଏହି ଆବାସିକ ଯୋଗ ଶିବିର ପାଇଁ ଆସିଥିବା ୭୦ରୁ ଉର୍ଦ୍ଧ୍ବ ଆବେଦନରୁ ୨୦ଜଣଙ୍କୁ ପ୍ରାଥମିକତା ଭିତ୍ତିରେ ମନୋୟନ କରାଯାଇଛି। ଏହି ତାଲିମ ଅବସରରେ ସମସ୍ତଙ୍କୁ ଯୋଗ ଆସନ, ପ୍ରାଣାୟାମ, କ୍ରିୟା, ଧ୍ୟାନ ଇତ୍ୟାଦି ସହିତ ବ୍ୟକ୍ତିତ୍ଵ ବିକାଶ ତଥା ସ୍ଵ ନିର୍ଭର ଉପରେ ତାଲିମ ଦିଆଯାଇ ପଶ୍ଚିମବଙ୍ଗରେ ନାରୀଶକ୍ତିକୁ ଅଧିକ ସୁଦୃଢ କରାଯାଇ ପାରିବ ବୋଲି ବକ୍ତାମାନେ ନିଜର ବକ୍ତବ୍ୟରେ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ସଂସ୍ଥାନର ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଓ ଶୁଭେଚ୍ଛୁ ଯୋଗ ଦେଇଥିଲେ।
More Stories
ଭକ୍ତିର ନୈବେଦ୍ଯ ସ୍ୱରୂର ମୂଦ୍ରାରେ ସଜ୍ଜିତ ହେଲା ଶ୍ରୀ ସତ୍ଯ ଗଣପତି ମନ୍ଦିର
ଗୀତା ମେହେଟ୍ଟା: ଶବ୍ଦ ମାଧ୍ୟମରେ ଭାରତର ରହସ୍ୟ ଉନ୍ମୋଚନ
ଅବ୍ୟବସ୍ଥା ଘେରରେ ସିମନବାଡ଼ି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ସମସ୍ତ ମୌଳିକ ସୁବିଧା ପାଇଁ ଦାବୀ