ଆଗାମୀ ପଞ୍ଚାୟତ ନିର୍ବାଚନ ସକାଶେ ଜଳେଶ୍ୱର ବ୍ଲକ କଂଗ୍ରେସର ରଣନୀତି ପ୍ରସ୍ତୁତି ପାଇଁ କର୍ମୀ ସମ୍ମିଳନୀ |
ଜଳେଶ୍ୱର : 23/10/2021(ରିପୋର୍ଟ :ସଂଜିତ କୁମାର ଘୋଷ / ଗୋପାଳ ଚନ୍ଦ୍ର ପାତ୍ର ): ଆଜି ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ବ୍ଲକ ନିକଟ ଏକ ଘରୋଇ ଶୁଭ କଲ୍ୟାଣ ମଣ୍ଡପ ଠାରେ କଂଗ୍ରେସ ଦଳର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି | ଅପରାହ୍ନ 12 ଘଟିକା ସମୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା |
କଂଗ୍ରେସର ମୁଖ୍ଯ ବକ୍ତା ସୁଦର୍ଶନ ଦାସଙ୍କ ନେତୃତ୍ବରେ ଆଜି ଜଳେଶ୍ଵର ଶୁଭ କଲ୍ୟାଣ ମଣ୍ଡପ ଠାରେ ମିଳିତ ବୈଠକ ଅନୁଷ୍ଠିତ ହୋଇଜାଇଛି| ମୁଖ୍ଯ ଅତିଥି ଭାବେ କଂଗ୍ରେସର ଜିଲ୍ଲା ପରିଷଦଙ୍କ ସହିତ ଶତାଧିକ କର୍ମି ଏହି ବୈଠକରେ ଯୋଗ ଦେଇଥିଲେ |
କୋଭିଡ୍ ନିୟମକୁ ମାନି ଶାନ୍ତି ରକ୍ଷାକରି ବୈଠକ ଅନୁଷ୍ଠିତ ହୋଇଛି | ବ୍ଲକ ଓ ପଞ୍ଚାୟତ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ବୈଠକ ବସିଥିବାର ଜଣାପଡ଼ିଛି | ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଦଳର ବିଭିନ୍ନ ରଣନୀତି ବିଷୟରେ ଆଲୋଚନା କରାଯାଇଛି |
More Stories
ଛତିଶଗଡ ନିର୍ବାଚନ ପୂର୍ବରୁ ଟି.ଏସ୍ ସିଂଦେବଙ୍କୁ ଡେପୁଟି ସିଏମ୍ ଘୋଷଣା କଲା କଂଗ୍ରେସର !
ଶପଥ ନେଲେ ନବ ନିର୍ବାଚିତ ଝାରସୁଗୁଡା ବିଧାୟିକା ଦିପାଳୀ |
AAP ର ସେଲି ଓବରୋଇ ପୁଣି ଦିଲ୍ଲୀର ମେୟର ଭାବରେ ନିର୍ବାଚିତ