NK NEWS ODISHA

News agency Odisha

ଦରଦାମ ବୃଦ୍ଧିକୁ ନେଇ ମହିଳା ବିଜେଡି ମୋର୍ଚ୍ଚାର ବିକ୍ଷୋଭ !

Women BJD front protests over price hike!
Spread the love

ଦରଦାମ ବୃଦ୍ଧିକୁ ନେଇ ମହିଳା ବିଜେଡି ମୋର୍ଚ୍ଚାର ବିକ୍ଷୋଭ !

ଦରଦାମ ବୃଦ୍ଧିକୁ ନେଇ ମହିଳା ବିଜେଡି ମୋର୍ଚ୍ଚାର ବିକ୍ଷୋଭ !

କଟକ : 01/10/2021(ରିପୋର୍ଟ : ଅକ୍ଷୟ କୁମାର ସିଂହ): ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ନେଇ କଟକ ଜିଲ୍ଲା ମାହାଙ୍ଗା ବ୍ଳକ ସମ୍ମୁଖରେ ମହିଳା ବିଜୁଜନତା ଦଳ ପକ୍ଷରୁ ବିକ୍ଷୋଭ । ଡାଲି, ଖାଇବା ତେଲ, ପେଟ୍ରୋଲ, ଡିଜେଲ,ଏବଂ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧି ସାଧାରଣ ଲୋକଙ୍କ ଉପରେ ପ୍ରଭାବ ପକାଉଥିବା ନେଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ମହିଳା ବିଜୁଜନତା ଦଳ ପକ୍ଷରୁ ବ୍ଲକ ମହିଳା ବିଜେଡି ସଭାପତି ସୁସ୍ମିତା ଦାସ, ମହିଳା ଫେଡେରେସନ ସମ୍ପାଦିକା ସସ୍ମିତା ମହାନ୍ତି , ପୂର୍ବତନ ବ୍ଲକ ଉପାଧ୍ୟକ୍ଷା ନର୍ମଦା ନାୟକଙ୍କ ନେତୃତ୍ୱରେ ଶତାଧିକ ମହିଳା ଏକ ପଦଯାତ୍ରାରେ ଆସି ବ୍ଳକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ଏକ ଦାବିପତ୍ର ବିଡ଼ିଓଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ।

ଆହୁରି ମଧ୍ୟ ପଢନ୍ତୁ : ମୂଲ୍ୟ ବୃଦ୍ଧି ପ୍ରତିବାଦରେ ରାଜ ଭବନଙ୍କ ସାମ୍ନାରେ ବିଜେଡିର ବିକ୍ଷୋଭ |

%d