ମୁଖ୍ୟମନ୍ତ୍ରୀ କାହିଁକି କହିଲେ “ସାରା ରାଜ୍ୟରେ ଏକ ରେକର୍ଡ଼ ହେଲା କେନ୍ଦୁଝର ଜିଲ୍ଲା” …..?
କେନ୍ଦୁଝର: ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନରେ ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ଼ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ |ଭିଡ଼ିଓ କନଫରେନ୍ସିଂରେ ଯୋଜନାର ଶୁଭାରମ୍ଭ ହୋଇଛି।ଜିଲ୍ଲାରେ 4ଲକ୍ଷ 20ହଜାର ପରିବାରଙ୍କ ପାଇଁ ହୋଇଛି ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ଼ର ସୁବିଧା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲା ପାଇଁ 1433କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଛନ୍ତି, ଓଡ଼ିଶାର ବିକାଶରେ କେଉଁଝରର ଅବଦାନ ଗୁରୁତ୍ୱପୂର୍ଣ୍ଣ । କେନ୍ଦୁଝରକୁ ସମୃଦ୍ଧ ଜିଲ୍ଲାଭାବେ ଗଢ଼ିବା ଆମ ଲକ୍ଷ୍ୟ । ଖୁସିର କଥା, ଶିଶୁ ଦିବସରେ 5Tଟ୍ରାନ୍ସଫର୍ମେସନ କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲାରୁ 100ଟି ସ୍କୁଲ ଲୋକାର୍ପିତ ହୋଇଛି। ଏହା ସାରା ରାଜ୍ୟରେ ଏକ ରେକର୍ଡ଼ ବୋଲି ସେ କହିଥିଲେ । ଏଥିପାଇଁ କାମ କରିଥିବା ସମସ୍ତଙ୍କୁ ମୁଁ ଧନ୍ୟବାଦ ଜଣାଉଛି ।
ଏହି ଅବସରରେ ସେ ପିଇବା ପାଣି ଉପରେ ଗୁରୁତ୍ୱ ଦେଇଛନ୍ତି । କେନ୍ଦୁଝରର ସବୁ ଗାଁ, ସହର ଓ ପରିବାରକୁ ଡ଼ିସେମ୍ବର 2022ସୁଦ୍ଧା ପାଇପ ପାଣି ସଂଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଜନଜାତି ଭାଇ,ଭଉଣୀମାନଙ୍କ ରୋଜଗାର ବୃଦ୍ଧି ପାଇଁ ରାଜ୍ୟ ସରକାର 36କୋଟି ଟଙ୍କାରେ ବୃହତ କୁକୁଡ଼ା ପାଳନ ପ୍ରକଳ୍ପ ଆରମ୍ଭ କରିବେ ବୋଲି ସେ କହିଥିଲେ । ଏହାଦ୍ୱାରା ୩୦ହଜାର ଜନଜାତି ଭାଇଭଉଣୀ ଉପକୃତ ହେବେ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ମାର୍ଟ ହେଲଥ କାର୍ଡ଼ ଦ୍ୱାରା ରାଜ୍ୟର 96ଲକ୍ଷ ପରିବାରର ସାଢ଼େ ତିନି କୋଟି ଲୋକ ଉପକୃତ ହେବେ । ଲୋକମାନେ ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ିଲେ ଚିକିତ୍ସା ପାଇଁ ଜମିବାଡ଼ି ବିକିବାକୁ ପଡ଼ିବ ନାହିଁ । ପିଲାଙ୍କ ପାଠପଢ଼ା ବନ୍ଦ କରିବାକୁ ପଡ଼ିବ ନାହିଁ । ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ଼ ଧରି ଦେଶର 200ବଡ଼ ବଡ଼ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ । ଏହାସହ ଆମ ପାଇଁ ପ୍ରତ୍ୟେକ ଜୀବନ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କାର୍ଯ୍ୟକ୍ରମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରଣ୍ଡି, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, କେନ୍ଦୁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ଘଷିପୁରା ବିଧାୟକ ବଦ୍ରୀ ନାରାୟଣ ପାତ୍ର, କେନ୍ଦୁଝର ପାଟଣା ବିଧାୟକ ଜଗନ୍ନାଥ ନାୟକ ଯୋଗଦେଇ ଓଡ଼ିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସାରା ଦେଶରେ ଓଡ଼ିଶାର ମର୍ଯ୍ୟାଦା ବୃଦ୍ଧି କରିଛି ବୋଲି କହିଥିଲେ ।
More Stories
ଆଗାମୀ ଦିନରେ ଓଡିଶାରେ ହ୍ରାସ ପାଇବ ସର୍ବନିମ୍ନ ତାପମାତ୍ରା
ଓଡ଼ିଶା ମୁଖ୍ୟମନ୍ତ୍ରୀ ନୁଆଖାଇରେ ୪୪.୫୬ ଲକ୍ଷ କୃଷକ ପରିବାରକୁ KALIA ସହାୟତା ବଣ୍ଟନ କରିଛନ୍ତି |
ଗୀତା ମେହେଟ୍ଟା: ଶବ୍ଦ ମାଧ୍ୟମରେ ଭାରତର ରହସ୍ୟ ଉନ୍ମୋଚନ