ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?
ଦଶପଲ୍ଲା : 19/06/2022(ମଧୁମିତା ପଟ୍ଟନାୟକ): ଦଶପଲ୍ଲାର ଏକ ମାତ୍ର ପର୍ଯ୍ୟଟନ ସ୍ଥଳୀ କୁଆଁରିଆ ଡ୍ୟାମ ଓ ମୃଗ ବିହାର । ଏହି ମୃଗ ବିହାର ରେ ଗୋଟିଏ ପରେ ଗୋଟିଏ ମୃଗ ମୃତ୍ୟୁ ବରଣ କରିବା ଘଟଣା ପରିବେଶ ତଥା ପଶୁ ପ୍ରେମୀମାନଙ୍କ ମଧ୍ୟରେ ଚିନ୍ତା ଓ ଉଦବେଗର କାରଣ ହୋଇ ପଡିଛି l ବୃକ୍ଷ ବିନା ଶ୍ରୀହୀନ ମୃଗ ବିହାରର ମୃଗ ମାନଙ୍କୁ ବାହାରୁ ଖାଦ୍ୟ ଆଣି ଦୁଇ ଓଳା ଦିଆ ଯାଉଚି ସତ, ମାତ୍ର ସେମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି l ମୃଗ ମୃତ୍ୟୁ ପରେ ଏହାର ଉତ୍ତର ଦାୟିତ୍ଵ କାହାକୁ ଦିଆ ଯାଉ ନଥିବାରୁ ଏଭଳି ଗୋଟିଏ ପରେ ଗୋଟିଏ ଘଟଣା ଘଟି ଚାଲି ଥିବା ସାଧାରଣରେ ଚର୍ଚା ହେଉଛି l
ମୃଗ ମାନଙ୍କ ମଧ୍ୟରେ ପାରସ୍ପରିକ ସଂଘର୍ଷ କାରଣରୁ ଅନେକ ସମୟରେ ମୃଗ ମୃତ୍ୟୁ ବରଣ କରୁଥିବାର କୁହା ଯାଉଥିଲେ ହେଁ, ସେମାନଙ୍କ ସୁରକ୍ଷା ଦାୟିତ୍ବ କାହାର ବୋଲି ବୁଦ୍ଧିଜିବି ମହଲରେ ପ୍ରଶ୍ନ ଉଠିଲାଣି l ଉତ୍ତର କିଏ ଦେବ ଆଉ ଦାୟିତ୍ଵ କାହାର ? ବିଭାଗୀୟ ବଡ ବାବୁମାନେ ମୃଗ ବିହାରର ଏଭଳି ଗୋଟିଏ ପରେ ଗୋଟିଏ ଘଟଣା ପାଇଁ କି ପଦକ୍ଷେପ ନେଉଛନ୍ତି ତାକୁ ଜାଣିବା ପାଇଁ ଜନସାଧାରଣ ଅପେକ୍ଷା କରି ରହିଛନ୍ତି l ତତ଼ସହିତ ମୃଗ ବିହାରର ପୂର୍ବ ଗୌରବ ଫେରାଇ ଆଣିବା ସହିତ ଏହାର୍ ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯିବା ନିମନ୍ତେ ମତ ପ୍ରକାଶ ପାଉଛି l
More Stories
ଓଡ଼ିଶା ଭିଜିଲାନ୍ସ ସ୍କାନରରେ କରଞ୍ଜିଆ ତହସିଲଦାର |
ଆଜିର ନୟାଗଡ଼ ଖବର …
ମହାରାଷ୍ଟ୍ରରେ ଇଣ୍ଟରନେଟ୍ ବନ୍ଦ, ବିଶ୍ୱବିଦ୍ୟାଳୟ ପରୀକ୍ଷା ସ୍ଥଗିତ, 45 ଜଣଙ୍କୁ ଗିରଫ କରିଛି ପୋଲିସ୍ !