ଓଡ଼ିଶାରେ ପଞ୍ଚାୟତ ନିର୍ବାଚନ ପାଇଁ କେବେ ଘୋଷଣା ହେବ ତାରିଖ ? ଜାଣିବା ପାଇଁ ପଢନ୍ତୁ ଏହି ଖବର….
ଭୁବନେଶ୍ୱର: 16/12/2021(ବ୍ୟୁରୋ): ରାଜ୍ୟରେ ପଂଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି । ରାଜ୍ୟର ସମସ୍ତ ଓ୍ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରସ୍ତୁତି ସରିଛି । ଏଥର 7ଟି ପଞ୍ଚାୟତ ଓ 111ଟି ଓ୍ୱାର୍ଡକୁ ନିର୍ବାଚନରୁ ବାଦ ଦିଆଯାଇଛି । କାରଣ ସେଗୁଡିକୁ ପୌରାଞ୍ଚଳରେ ସାମିଲ କରାଯାଇଛି । 50 ପ୍ରତିଶତ ସିଟ୍ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି ।
ସର୍ବୋପରି ଚୂଡ଼ାନ୍ତ ହୋଇଛି ପଞ୍ଚାୟତ ତାଲିକା । ଏଥର 6794 ପଂଚାୟତରେ ହେବ ନିର୍ବାଚନ | ସେଥିରେ ରହିଛି ମୋଟ୍ 91,916ଟି ଓ୍ୱାର୍ଡ । 2017 ପଞ୍ଚାୟତ ନିର୍ବାଚନରେ 6,801ଟି ପଂଚାୟତରେ ନିର୍ବାଚନ ହୋଇଥିଲା | ଏଥର କିନ୍ତୁ 7ଟି ପଂଚାୟତ ବାଦ୍ ପଡ଼ିଛି । ଯଦି ଓ୍ୱାର୍ଡକୁ ଦେଖିବା, ତେବେ ଏଥର 111ଟି ଓ୍ୱାର୍ଡ କଟିଯାଇଛି | କାରଣ ସେସବୁ ପଂଚାୟତ ଓ ଓ୍ୱାର୍ଡଗୁଡ଼ିକୁ ପୌରାଞ୍ଚଳରେ ସାମିଲ କରାଯାଇଛି ।
ଓ୍ୱାର୍ଡମେମ୍ବର, ସଂରପଞ୍ଚ, ସମିତି ସଭ୍ୟ ପଦବୀ ପାଇଁ ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇଛି । ମୋଟ୍ 91, 916 ଓ୍ୱାର୍ଡରେ ଓ୍ୱାର୍ଡ ମେମ୍ବର ନିର୍ବାଚନ ହେବ । ସେଥିମଧ୍ୟରୁ 49, 469ଟି ଓ୍ୱାର୍ଡ ବିଭିନ୍ନ ବର୍ଗର ମହିଳାମାନଙ୍କ ପାଇଁ ସଂରକ୍ଷିତ ରହିଛି । ସେହିପରି ପଛୁଆ ବର୍ଗଙ୍କ ଲାଗି 12,031ଟି ଓ୍ୱାର୍ଡ ସଂରକ୍ଷଣ ରହିଛି । ଅନ୍ୟପକ୍ଷରେ 6, 794ପଂଚାୟତ ମଧ୍ୟରୁ 3,500ଟିପଞ୍ଚାୟତରେ ସରପଞ୍ଚ ପଦବୀ ମହିଳାଙ୍କ ପାଇଁ ସରଂକ୍ଷିତ ରହିଛି | ପଛୁଆ ବର୍ଗଙ୍କ ପାଇଁ 778ଟି ଆସନ ସଂରକ୍ଷିତ ରହିଛି । ସମିତି ସଭ୍ୟ ଦେଖିଲେ, 3, 538ଟି ସମିତି ସଭ୍ୟ ପଦବୀ ମହିଳାଙ୍କ ଲାଗିଥିବାବେଳେ, 93ଟି ପଛୁଆ ବର୍ଗ ଲାଗି ସଂରକ୍ଷିତ ରହିଛି । ରାଜ୍ୟର ମୋଟ୍ 853ଟି ଜିଲ୍ଲା ପରିଷଦ ସଦସ୍ୟ ପଦବୀରୁ ମହିଳାଙ୍କ ପାଇଁ ସଂରକ୍ଷିତ ଅଛି 433ଟି ଆସନ ଓ ପଛୁଆ ବର୍ଗଙ୍କ ପାଇଁ 104ଟି ଆସନ । ନିର୍ବାଚନରେ 50 ପ୍ରତିଶତ ଆସନ ମହିଳାଙ୍କ ପାଇଁ ରିଜର୍ଭ ଅଛି ।
ଆହୁରି ମଧ୍ୟ ପଢନ୍ତୁ:
ନୟାଗଡ ଜିଲ୍ଲାର 2ଟି ପଞ୍ଚାୟତ ମିଶାଇ ରାଜ୍ୟର 7ଟି ପଞ୍ଚାୟତରେ ହେବନି ନିର୍ବାଚନ : ଜାଣନ୍ତୁ କାରଣ….?
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ବଢ଼ିଲା ଖର୍ଚ୍ଚ ସୀମା !
ସେପଟେ ପଂଚାୟତ ନିର୍ବାଚନ ଲାଗି ପ୍ରାର୍ଥୀଙ୍କ ଖର୍ଚ୍ଚ ସୀମାକୁ ବଢାଇଛନ୍ତି ନିର୍ବାଚନ ଆୟୋଗ । ୨୦୧୭ରେ ସରପଂଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଏହା 80, 000ଟଙ୍କା ଥିଲା । ଏହାକୁ ବଢ଼ାଇ ୨ଲକ୍ଷ କରାଯାଇଛି । ଜିଲ୍ଲା ପରିଷଦ ସଦସ୍ୟ ପ୍ରାର୍ଥୀଙ୍କ କ୍ଷେତ୍ରରେ ଖର୍ଚ୍ଚ ସୀମା 2ଲକ୍ଷରୁ 5ଲକ୍ଷ ଟଙ୍କାକୁ ବଢ଼ାଯାଇଛି । ଅନ୍ୟପକ୍ଷରେ ମତଦାନ ସମୟକୁ ମଧ୍ୟ ବଢ଼ାଯାଇଛି । ଗତ ନିର୍ବାଚନରେ ଭୋଟିଂ ସମୟ ସକାଳ 7ଟାରୁ 12ଟା ପର୍ଯ୍ୟନ୍ତ ଥିବା ବେଳେ ଏହାକୁ ଘଣ୍ଟାଏ ବଢ଼ାଇ ଦିନ ଗୋଟାଏ ଯାଏଁ କରାଯାଇଛି । ଆଗାମୀ ପଂଚାୟତ ନିର୍ବାଚନରେ ଗତଥର ଭଳି ଭୋଟ୍ ଦିନ ଆଉ ଗଣତି ହେବ ନାହିଁ । ନିର୍ବାଚନ ଆୟୋଗ ଧାର୍ଯ୍ୟ କରିଥିବା ତାରିଖ ଅନୁସାରେ ବ୍ଳକ୍ ମୁଖ୍ୟାଳୟଗୁଡ଼ିକରେ ଗଣତି କରାଯିବ। ବର୍ତ୍ତମାନ ଓ୍ୱାର୍ଡ ଅନୁସାରେ ଭୋଟର ତାଲିକା ପ୍ରସ୍ତୁତି ଚାଲିଛି । ଏହି କାମ ସରିଲେ ଫେବୃଆରୀ କିମ୍ବା ମାର୍ଚ୍ଚ ମାସରେ ନିର୍ବାଚନ ତାରିଖ ଘୋଷଣା ହେବ ।
More Stories
ଛତିଶଗଡ ନିର୍ବାଚନ ପୂର୍ବରୁ ଟି.ଏସ୍ ସିଂଦେବଙ୍କୁ ଡେପୁଟି ସିଏମ୍ ଘୋଷଣା କଲା କଂଗ୍ରେସର !
ଶପଥ ନେଲେ ନବ ନିର୍ବାଚିତ ଝାରସୁଗୁଡା ବିଧାୟିକା ଦିପାଳୀ |
AAP ର ସେଲି ଓବରୋଇ ପୁଣି ଦିଲ୍ଲୀର ମେୟର ଭାବରେ ନିର୍ବାଚିତ