କେବେ ଜାଗ୍ରତ ହେବ N A C କାର୍ଯ୍ୟନିବାହି ଅଧିକାରୀ ଏବଂ R D ବିଭାଗର ମାନବିକତା l
ଓଡଗାଁ : 16/11/2021(ରିପୋର୍ଟ : ରବିନ୍ଦ୍ର କୁମାର ସାହୁ ): ବିବେକହୀନ ହେଇଯାଇଛିକି ଓଡଗାଁ N A C l ଜନ ସାଧାରଣ ଙ୍କ ସୁରକ୍ଷା ଦୃଷ୍ଟିରୁ ନହେଲା ନାହିଁ, ଯେଉଁମାନେ ଦେଶର ଭବିଷ୍ୟତ, ଯେଉଁ ମାନଙ୍କ ସୁରକ୍ଷା ପାଇଁ ସରକାର ଙ୍କ ଠାରୁ ଆରମ୍ଭ କରି ବାପା ମା ଙ୍କର ଆଖିରୁ ନିଦ ହଜିଯାଏ, ଯେଉଁ ମାନଙ୍କର ସ୍ୱାସ୍ଥ୍ୟ ର ମଙ୍ଗଳ କାମନା କରି ସ୍ନେହ କାଙ୍ଗାଳ ବାପା ମା ଟିଏ ନୀତି ଦୀପ ଟିଏ ଜାଳି ଆଖିରୁ ଲୁହ ଦିଟୋପା ଢାଳି ଠାକୁର ଙ୍କ ପାଖରେ ଗୁହାରି ଜଣାଉଥାଏ, ସରକାର ମଧ୍ୟ ସେମାଙ୍କର ସୁରକ୍ଷା ପାଇଁ ଯୋଜନା ପରେ ଯୋଜନା କରି ଚାଲିଛନ୍ତି, ସେ ସବୁକୁ ଅହଂକାର ର ଫୁ ରେ ଉଡେଇଦେଇଛି ଓଡଗାଁ N A C l ବିଦ୍ୟାଳୟ ଏକ ମନ୍ଦିର l ତା ଭିତରେ ରୁହନ୍ତି ଠାକୁର l ଏଠି ଆମେ ଆଉ କାହା କଥା କହୁନୁ l ଆମେ କହୁଚୁ ସେଇ କୋମଳମତି ଛାତ୍ର ମାନଙ୍କ କଥା l
ଯେଉଁ ମାନେ ସାରା ରାଜ୍ୟରେ ଏକ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ରଘୁନାଥ ବିଦ୍ୟାପୀଠ ରେ ଅଧୟନ ରତ l ଟିକିଏ ନଜର ପକାନ୍ତୁ ଏହି ସ୍କୁଲ ର ପାର୍ଶ୍ୱ ପରିବେଶ ଉପରେ l କୁଢ଼ କୁଢ଼ ଅଳିଆ ର ଗଦା l ପଚା ଗନ୍ଧରେ ନାକ ଫାଟି ଯାଉଛି l କ୍ଳ୍ଲାସ ରୁମ ଠାରୁ ମାତ୍ର ଦଶ ପନ୍ଦର ଫୁଟ ଦୂରତା ରେ ଗଦା ହୋଇଛି ଏହି ଅଳିଆ ଓଡଗାଁ N A C ଦ୍ୱାରା l କିଛି ଦିନ ପୂର୍ବରୁ ଆମ ଚ୍ୟାନେଲ ରେ ସ୍କୁଲ ର ସମ୍ମୁଖ ଭଗର ପୁତି ଗଂଧମୟ ପରିବେଶ ଉପରେ ଖବର ପ୍ରସାରଣ କରାଇଥିଲା l ତଥାପି ଚେତା ପଶିଲାନି ଏହି ବିବେକ ହୀନ N A C ର l ପିଲାମାନେ ହିଂ ସବୁକିଛି l ସେମାନଙ୍କ ପାଇଁ ଏଇ ପରିବାର, ଏଇ ଗାଁ, ଏଇ ଦେଶ l ସବୁକିଛି ସେମାନଙ୍କ ପାଇଁ l ହେଲେ କେଉଁ ଭଳି କଦର୍ଯ୍ୟ ପରିବେଶ ମଧ୍ୟରେ ପାଠ ପଢୁଛନ୍ତି ଆମ ଭବିଷ୍ୟତମାନେ l କରୋନା ଭଳି ମହାମାରୀ ସମୟରେ ଏଭଳି ପରିବେଶ l ବିବେକର ଦୃଷ୍ଟିକୋଣରୁ ଆପଣ ମାନେ ଚିନ୍ତା କରନ୍ତୁ ଏହା କେଉଁ ଭଳି ଭୟଙ୍କର ପରିସ୍ଥିତି l କେବଳ ସେତିକି ନୁହେଁ l ସ୍କୁଲ ଗୃହକୁ ଲାଗି ଡ୍ରେନ ଯାଇଛି l ଏ କଥା ମଧ୍ୟ ସମସ୍ତେ ଜାଣନ୍ତି ଯେ ଓଡଗାଁ N A C ରେ କେବେ ଡ୍ରେନ ସଫା ହୁଏନି କିମ୍ବା ଅପରିଷ୍କାର ଜାଗାରେ ବ୍ଲିଚିଙ୍ଗ ଟିକିଏ ବି ପଡ଼େନି l ବର୍ତମାନ ସମୟ ରେ ଲଘୁଚାପ ଜନିତ ବର୍ଷା ଚାଲିଥିବାରୁ ଶ୍ରେଣୀ ଗୃହ ଗୁଡିକର କାନ୍ଥ ଏବଂ ତଳ ସନ୍ତସନ୍ତିଆ ହୋଇ ରହିଛି l
ଏହି ସମସ୍ୟା ବିଷୟରେ ଆମେ ସ୍କୁଲ ର ପ୍ରଧାନ ଶିକ୍ଷକ ଙ୍କୁ ପଚାରିବାରୁ ସେ କ୍ଷୋଭ ଭରା କଣ୍ଠରେ କହିଲେ ଯେ, ମୁଁ ଅନେକ ବାର N A C ର କାର୍ଯ୍ୟନିବାହି ଅଧିକାରୀଙ୍କୁ ଜଣାଇଛି l କିନ୍ତୁ ସେ କିଛି ପଦକ୍ଷେପ ନନେବାରୁ ମୋ ଅଫିସରୁ ଚିଠି ନମ୍ବର 125 ରେ ତା 09/07/2021 ରିଖ ଦିନ ଜଣାଇଥିଲି l ଏହା ମଧ୍ୟରେ ଚାରି ମାସ ବିତିଗଲାଣି l କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନାହିଁ l ଡ୍ରେନ ବିଷୟରେ ମଧ୍ୟ ଚିଠି ନମ୍ବର 29 ରେ ତା 12/02/21 ରିଖ ରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କୌଣସି ଠିକ ପଦକ୍ଷେପ ନନେଇଥିବାରୁ ଶ୍ରେଣୀ ଗୃହ ଓ କାନ୍ଥ ଗୁଡିକ ସନ୍ତସନ୍ତିଆ ହୋଇ ରହୁଛି l ପିଲାମାନେ ଭଗବାନ ଙ୍କର ସ୍ୱରୂପ l ସେମାନେ ସୁସ୍ଥ ରହିଲେ ସମାଜ ସୁସ୍ଥ ରହିବ l ଆଜି ଓଡଗାଁ ର ସମସ୍ତ ସଚେତନ ନାଗରିକ ଙ୍କ ମନରେ ପ୍ରଶ୍ନ ଉଠୁଛି କେବେ ଜାଗ୍ରତ ହେବ N A C କାର୍ଯ୍ୟନିବାହି ଅଧିକାରୀ ଏବଂ R D ବିଭାଗର ମାନବିକତା l ସୁରକ୍ଷିତ ରହିବେ କୋମଳମତି ଆମର ଶିଶୁମାନେ l
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …