NK NEWS ODISHA

News agency Odisha

ବର୍ଷୀୟାନ ସଂଗୀତକାର ତଥା ସ୍ୱର ସଂଯୋଜକ, ସୁଲେଖକ ଶ୍ରୀ ସୋମନାଥ ରାଜଗୁରୁଙ୍କ ଆଶୁ ଆରୋଗ୍ୟ କାମନା ନିମନ୍ତେ ଦୀପଦାନ |

Veteran musician and vocalist, songwriter Shri Somnath Rajguru is lighting a lamp to wish him a speedy recovery.
Spread the love

ବର୍ଷୀୟାନ ସଂଗୀତକାର ତଥା ସ୍ୱର ସଂଯୋଜକ, ସୁଲେଖକ ଶ୍ରୀ ସୋମନାଥ ରାଜଗୁରୁଙ୍କ ଆଶୁ ଆରୋଗ୍ୟ କାମନା ନିମନ୍ତେ ଦୀପଦାନ |

ବେଗୁନିଆ : 19/10/2021(ରିପୋର୍ଟ : ପ୍ରମୋଦ କୁମାର ତ୍ରିପାଠୀ): ବର୍ଷୀୟାନ ସଂଗୀତକାର ତଥା ସ୍ୱର ସଂଯୋଜକ, ସୁଲେଖକ ଶ୍ରୀ ସୋମନାଥ ରାଜଗୁରୁ ଏବେ ଭୂବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲର ଭେଣ୍ଟିଲେଟରେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ଏହି ପରିପ୍ରେକ୍ଷୀରେ ସେଭଳି ବିରଳ ବ୍ୟକ୍ତିତ୍ବ ଙ୍କ ଆଶୁ ଆରୋଗ୍ୟ କାମନା ନିମନ୍ତେ ଆଜି ବେଗୁନିଆ ନୂଆ ସାହି ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ରେ ସମୁହ ଦୀପଦାନ ସହିତ ପ୍ରାର୍ଥନା କରାଯାଇଅଛି।

ଓଡ଼ିଶାର ସଂଗୀତକାର ଗୁରୁ ସୋମନାଥ ରାଜଗୁରୁଙ୍କର ରଚିତ 3000ରୁ ଉର୍ଦ୍ଧ ଭଜନ ଓଡ଼ିଆବାସୀଙ୍କ ହୃଦୟରେ ସ୍ଥାନ ପାଇଛି | ଭଜନ ସମ୍ରାଟ ଭିକାରି ବଳ, ଅରବିନ୍ଦ ମୁଦୁଲିଙ୍କ ଭଜନ ରହସ୍ୟର ପଛରେ ଯେଉଁ ଗୀତିକାରଙ୍କ ଅମର ସୃଷ୍ଟି ଥିଲା, ସିଏ ହେଉଛନ୍ତି ସୋମନାଥ ରାଜଗୁରୁ | ସେ ଏକାଧାରରେ ଜଣେ ସଂଗୀତଞ୍ଜ, ମ୍ୟୁଜିକ କାମ୍ପୋଜର, କବି, ଲେଖକ ତଥା ଗୀତିକାର | ଓଡିଆ ଭଜନ ଜଗତର ସେ ହେଉଛନ୍ତି ଜଣେ ଅଲରାଉଣ୍ଡର |

%d