ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅମର ଆତ୍ମାର ସଦ୍ଗତି ପାଇଁ ନୟାଗଡ ଜିଲ୍ଲାରେ ବିଭିନ୍ନ ସାମ୍ବାଦିକ ସଙ୍ଘ ଦେଲେ ଶ୍ରଦ୍ଧାଞ୍ଜଳି |
ନୟାଗଡ଼ : 25/09/2021(ବ୍ୟୁରୋ ): ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସାମ୍ବାଦିକ ଭବନ ପରିସରରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।
ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ଶରଣକୁଳ ଆଞ୍ଚଳିକ ସାମ୍ବାଦିକ ସଂଘ ପକ୍ଷରୁ ଲଡୁଵାଵାଙ୍କ ମନ୍ଦିର ସମ୍ମୁଖରେ ଦୀପ ଦାନ।
ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗରେ ମର୍ମାହତ ହୋଇ ସାରା ଓଡିଶାରେ ତାଙ୍କର ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି | ଦଶପଲ୍ଲା ବ୍ଲକ୍ ଡିଜିଟାଲ ମିଡ଼ିଆ ସଂଘ ତରଫରୁ ଦଶପଲ୍ଲା ବସ ଷ୍ଟାଣ୍ଡ ଠାରୁ ମହାବୀର ମନ୍ଦିର ଯାଏଁ ଅରିନ୍ଦମଙ୍କ ବିୟୋଗରେ ତାଙ୍କର ଅମର ଆତ୍ମାର ସଦଗଦି ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି କାର୍ଯ୍ୟକ୍ରମରେ ଦଶପଲ୍ଲାର 20ରୁ ଉର୍ଦ୍ଧ୍ବ ସାମ୍ବାଦିକ ଅଂଶ ଗ୍ରହଣ କରି ଅରିନ୍ଦମଙ୍କ ଆତ୍ମାର ସଦଗଦି ନିମନ୍ତେ ପ୍ରଭୁ ମହାବୀରଙ୍କ ପାଖରେ ପ୍ରାର୍ଥନା କରିଥିଲେ । ଡିଜିଟାଲ ମିଡ଼ିଆର ସମସ୍ତ ସଦସ୍ୟ ଅରିନ୍ଦମଙ୍କ ସାହସିକତା, ଓ ନିର୍ଭୀକ ଖବର ପରିବେଷଣର ଶୈଳୀ ସମ୍ପର୍କରେ ଆଲୋଚନା କରିଥିଲେ | କିଭଳି ଭାବେ ଦଶପଲ୍ଲା ସାମ୍ବାଦିକମାନେ ଅରିନ୍ଦମଙ୍କ ଭଳି ନିର୍ଭୀକ ଭାବରେ ସତ୍ୟ ଖବର ପ୍ରସାରିତ କରିବେ ସେ ସମ୍ପର୍କ ରେ ଆଲୋଚନା କରିଥିଲେ । ସମସ୍ତେ ଜଣେ ଜଣେ ଅରିନ୍ଦମ ହେବା ପାଇଁ ପ୍ରତିଶୃତିବଧ୍ୟ ହୋଇଥିଲେ। ଏହି କାର୍ଯ୍ୟକ୍ରମ 2 ଘଂଟା ଧରି ଚାଲୁରହିଥିଲା। ପରିଶେଷରେ ମହାବୀରଙ୍କ ପାଖରେ ଅରିନ୍ଦମଙ୍କ ଅମର ଆତ୍ମାର ସଦଗଦି ପାଇଁ ପ୍ରାର୍ଥନା କରିଥିଲେ ।
ପ୍ରକାଶ ଅଛିକି, ଓଡ଼ିଶା ଟେଲିଭିଜନ ଲିମିଟେଡ (ଓଟିଭି) ର ମୁଖ୍ୟ ରିପୋର୍ଟର ଅରିନ୍ଦମ ଦାସଙ୍କ ଶୁକ୍ରବାର ଦିନ କଟକସ୍ଥିତ ମୁଣ୍ଡୁଳି ବ୍ୟାରେଜରେ କାର୍ଯ୍ୟରତ ଥିବାବେଳେ ମୃତ୍ୟୁ ଘଟିଛି। ଦାଶଙ୍କ ସହ ଆସିଥିବା କ୍ୟାମେରାମ୍ୟାନ ପ୍ରଭାତ ସିହ୍ନା ଗୁରୁତର ଥିବା ଜଣାଯାଇଛି।
କଟକସ୍ଥିତ ମୁଣ୍ଡୁଳି ବ୍ୟାରେଜରେ ମହାନଦୀରେ ଅଟକି ରହିଥିବା ହାତୀକୁ ଉଦ୍ଧାର କରିବା ପାଇଁ ଆରମ୍ଭ ହୋଇଥିବା ଏକ ଅପରେସନକୁ କଭର କରୁଥିଲେ। ସେ କ୍ୟାମେରାମ୍ୟାନ ପ୍ରଭାତ ସିହ୍ନାଙ୍କ ସହ ଏକ ODRAF ଦଳ ସହିତ ଏକ ଡଙ୍ଗାରେ ଚଢିଗଲେ | ପ୍ରବଳ ନଦୀ ପ୍ରବାହ ଦ୍ୱାରା ଡଙ୍ଗାଟି ବିପଜ୍ଜନକ ଭାବରେ ମୋଡ଼ି ହୋଇ ବୁଡ଼ିଗଲା | ଏହି ଦୁର୍ଘଟଣା ପରେ ଦାଶ ଏବଂ ସିହ୍ନା ପ୍ରବଳ ସ୍ରୋତ ଦ୍ୱାରା ଦୂରକୁ ଭାସି ଯାଇଥିଲେ।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …