ୟୁନିସେଫ୍ ତରଫରୁ ଦଣ୍ଡୋର ସ୍କୁଲ ପରିଦର୍ଶନ - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ୟୁନିସେଫ୍ ତରଫରୁ ଦଣ୍ଡୋର ସ୍କୁଲ ପରିଦର୍ଶନ

UNICEF visits Dandoor school
Spread the love
ADVERTISEMENT
ADVERTISEMENT

ୟୁନିସେଫ୍ ତରଫରୁ ଦଣ୍ଡୋର ସ୍କୁଲ ପରିଦର୍ଶନ

ଓଡ଼ଗାଁ: 21/12/2021(ରିପୋର୍ଟ: ସନାତନ ମହାକୁଡ଼): ୟୁନିସେଫ୍ ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ପଞ୍ଚାୟତିରାଜ ବିଭାଗ, ଓଡ଼ିଶା ସରକାର ତରଫରୁ ମିଳିତ ଭାବେ ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକର କୁରାଳ ଏବଂ ହରିଡାବନ୍ଧ ପଞ୍ଚାୟତକୁ “ଶିଶୁମିତ୍ର” ପଞ୍ଚାୟତ ଭାବେ ଘୋଷଣା କରାଯାଇଥିବା ଜଣାପଡ଼ିଛି। ଏ ଅବସରରେ ଆଜି ପରିସ୍ଥିତିର ଆକଳନ ପାଇଁ ୟୁନିସେଫର ପରାମର୍ଶଦାତା ଅଶୋକ କୁମାର ମହାପାତ୍ର ଓ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ଓଡ଼ିଶା ସରକାରଙ୍କ ତରଫରୁ ପୂର୍ବତନ ଜିଲ୍ଲା ଶିଶୁମଙ୍ଗଳ କମିଟି ଅଧ୍ୟକ୍ଷା ରଞ୍ଜୁବାଳା ନନ୍ଦ କୁରାଳ ପଞ୍ଚାୟତ ଗସ୍ତ କରି ପ୍ରାଥମିକ ଭାବେ ଦଣ୍ଡୋର ଉ.ପ୍ରା.ବିଦ୍ୟାଳୟ ଗସ୍ତ କରିଥିଲେ।ଅଧିକାରୀମାନେ ସକାଳ 10ଟାରୁ 12.30 ପର୍ଯ୍ୟନ୍ତ ବିଦ୍ୟାଳୟ ପରିଦର୍ଶନ ସମୟରେ ଏହାର ସମସ୍ତ ତଥ୍ୟ ସଂଗ୍ରହ କରିବା ସହ ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ତଥା ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ।

ADVERTISEMENT

ଏହା ବ୍ୟତୀତ ଶିଶୁମିତ୍ର ପଞ୍ଚାୟତର ଆଭିମୁଖ୍ୟଗୁଡିକୁ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବା ସହ ବିଦ୍ୟାଳୟର ପରିବେଶ,ପରିମଳ ବ୍ୟବସ୍ଥା, ଶୄଙ୍ଖଳା,ପାରିପାର୍ଶ୍ବିକ ପରିପାଟୀ, କୋଭିଡ୍ ଅନୁପାଳନ ତଥା ବିଦ୍ୟାଳୟ ଇକୋକ୍ଲବର ବିଭିନ୍ନ କାର୍ଯ୍ୟକ୍ରମକୁ ଦେଖି ଖୁସି ବ୍ୟକ୍ତ କରିଥିଲେ।ସର୍ବଶେଷରେ ଉକ୍ତ ଯୋଜନାର ସଫଳ ରୂପାୟନ ନିମନ୍ତେ ବିଦ୍ୟାଳୟରେ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହଯୋଗ କାମନା କରିଥିଲେ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: