ଖଣ୍ଡପଡା ବ୍ଲକ ଶିଖରପୁର ଗ୍ରାମରେ ସ୍ୱଚ୍ଛତା ପାଖୱାଡ଼ା କାର୍ଯ୍ୟକ୍ରମର ଦ୍ୱାଦଶ ଦିବସ କାର୍ଯ୍ୟକ୍ରମ |
ଖଣ୍ଡପଡା : 12/08/2021(ବ୍ୟୁରୋ): ଜାତୀୟ ଯୁବ ଦିବସ ଉପଲକ୍ଷେ ୟୁନିକ୍ ଆସୋସିଏସନ୍ ଓ ନେହେରୁ ଯୁବକେନ୍ଦ୍ରର ମିଳିତ ଆନୁକୁଲ୍ୟରେ ଖଣ୍ଡପଡ଼ା ବ୍ଲକର ଶିଖରପୁର ଗ୍ରାମରେ ଆଜି ସ୍ୱଚ୍ଛତା ପକ୍ଷୱାଡ଼ା କାର୍ଯ୍ୟକ୍ରମର ଦ୍ଵାଦଶ ଦିବସରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ସ୍ୱଚ୍ଛତା ପାଖୱାଡ଼ା କାର୍ଯ୍ୟକ୍ରମ 1 ଅଗଷ୍ଟରୁ ଆରମ୍ଭ ହୋଇଛି ଓ ଏହା 15 ଅଗଷ୍ଟ ପର୍ଯ୍ୟନ୍ତ ଚାଲିବ। ସ୍ଵଚ୍ଛ ରହିବା ସହିତ ଆମ ଚାରିପାର୍ଶ୍ୱ କୁ ସ୍ୱଚ୍ଛ ରଖିବା ପାଇଁ ଆଜି ଏହି କାର୍ଯ୍ୟକ୍ରମରେ ସଂକଳ୍ପ ନିଆଗଲା।
ଭାରତ ସରକାରଙ୍କ ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଥିବା ନେହେରୁ ଯୁବ କେନ୍ଦ୍ର ତରଫରୁ ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏ କାର୍ଯ୍ୟକ୍ରମ ଜାରି ରହିଛି। ଆଜିର ଏହି କାର୍ଯ୍ୟକ୍ରମରେ ସତ୍ୟବ୍ରତ ମହାରଣା, ଦେବବ୍ରତ ମିଶ୍ର, ଦୀପକ କୁମାର, ପଦ୍ମଲୋଚନ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଅନନ୍ୟା ଫାଉଣ୍ଡେସନର ପ୍ରତିଷ୍ଠାତା ଆଶୁତୋଷ ଦାସ ସଂଯୋଜନା କରିଥିଲେ।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …