ଉପସ୍ଥିତ ବୁଦ୍ଧି ଯୋଗୁଁ ସାଇବର ଠକେଇରୁ ଅଳ୍ପକେ ରକ୍ଷା ପାଇଲେ ବ୍ୟବସାୟୀ ! - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଉପସ୍ଥିତ ବୁଦ୍ଧି ଯୋଗୁଁ ସାଇବର ଠକେଇରୁ ଅଳ୍ପକେ ରକ୍ଷା ପାଇଲେ ବ୍ୟବସାୟୀ !

Traders have narrowly escaped cyber fraud due to the intelligence present!
Spread the love
ADVERTISEMENT
ADVERTISEMENT

ଉପସ୍ଥିତ ବୁଦ୍ଧି ଯୋଗୁଁ ସାଇବର ଠକେଇରୁ ଅଳ୍ପକେ ରକ୍ଷା ପାଇଲେ ବ୍ୟବସାୟୀ !

କଟକ : 30/10/2021(ରିପୋର୍ଟ :ଅକ୍ଷୟ କୁମାର ସିଂହ): ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଅସୁରେଶ୍ଵର ବଜାରରେ ଶନିବାର ସକାଳୁ ଦୁଇ ଯୁବକ ମଟରସାଇକେଲରେ ଆସି ଲୋଭନୀୟ ଅଫର ଦେଖାଇ ଫୋନ୍ ପେ ଓ ଗୁଗଲ ପେ ଭଳି ଏକ ନୂଆ ଉପଲବ୍ଧ ହୋଇଥିବା ଭାରତପେ ନାମରେ ଆକାଉଣ୍ଟ ଖୋଲିବା ପାଇଁ ଦୋକାନ ମାନଙ୍କୁ ବୁଝାଉଥିଲେ ।

ADVERTISEMENT

ତାଙ୍କ କଥାରେ ମୋହିତ ହୋଇ କିଛି ଦୋକାନୀ ଭାରତ ପେ କରିଥିଲେ | ହେଲେ ଜଣେ ଦୋକାନୀର ତାଙ୍କ କଥା ଚାଲିଚଳଣ ପ୍ରତି ସଂଦେହ ଜାତ ହେବାରୁ ତାଙ୍କୁ ସେ ତାଙ୍କର ଭାରତ ପେରେ କାମ କରୁଥିବାରୁ ପ୍ରମାଣ ପତ୍ର ମାଗିଥିଲେ । ପ୍ରମାଣ ପତ୍ର ମାଗିବା କ୍ଷଣି ଦୁଇ ଯୁବକ ସେହି ଦୋକାନରୁ ଦଉଡି କରି ନିଜ ମଟର ସାଇକେଲରେ ଦ୍ରୁତ ଗତିରେ ପଳାଇଯାଇଥିଲେ ।

ସ୍ଥାନୀୟ ବ୍ୟବସାୟୀ ପିଛା କରିଥିଲେ ମଧ୍ୟ ସେମାନେ କୁଆଡେ ଚାଲିଯାଇଥିଲେ । ଏହି ବିଷୟରେ ବ୍ୟାବସାୟୀ ଜଣକ ଫୋନ ମାଧ୍ୟମରେ ନିଶ୍ଚିନ୍ତକୋଇଲି ଥାନା ଅଧିକାରୀଙ୍କୁ ଅବଗତ କରାଇଥିଲେ । ଦିନକୁଦିନ ଏଭଳି ନୁଆ ଉପାୟରେ ସାଇବର ଠକେଇ କରି କୋଟିକୋଟି ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ।ଏହି ଭଳି ଠକଙ୍କୁ ତୁରନ୍ତ ଧରି କାର୍ଯ୍ୟନୁଷ୍ଠାନ ନିଆଯିବାପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି |

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: