NK NEWS ODISHA

News agency Odisha

ଟୋକିଓ ଅଲମ୍ପିକ : ଜାଣନ୍ତୁ କିଏ ସେହି ପପୁ ଯାହାପାଇଁ ଭାରତୀୟ ହକି ଆଜି ଓଡିଶାପାଇଁ ଗର୍ବିତ !

Spread the love

ଟୋକିଓ ଅଲମ୍ପିକ : ଜାଣନ୍ତୁ କିଏ ସେହି ପପୁ ଯାହାପାଇଁ ଭାରତୀୟ ହକି ଆଜି ଓଡିଶାପାଇଁ ଗର୍ବିତ !

ଟୋକିଓ ଅଲମ୍ପିକରେ ମହିଳା ଓ ପୁରୁଷ ଦଳ ଇତିହାସ ସେତେବେଳେ ରଚିଥିଲେ, ଯେତେବେଳେ ମହିଳା ହକି ଟିମ ସେମି ଫାଇନାଲରେ ପହଁଚିଲା ଏବଂ ପୁରୁଷ ହକି ଟିମ ଚାରି ଦଶକ ପରେ ସେମି ଫାଇନାଲରେ ନିଜର ସ୍ଥାନ ପାଇଲା | ଏହା ଫଳରେ ଦେଶସାରା ହକି ଖେଳାଳି ଏବଂ ହକି ଟିମ ପ୍ରତି ପ୍ରଶଂସାର ସୁଅ ଛୁଟିଲା | ଏହା ସହିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହେବାକୁ ଲାଗିଲା | ଏହାର କାରଣ ନବୀନ ପଟ୍ଟନାୟକ ଯେ କେବଳ ହକି ଟିମର ପୁଷ୍ଟପୋଷକ କରୁନଥିଲେ, ଭାରତୀୟ ହକି ଟିମକୁ ଆଗକୁ ଆଣିବାପାଇଁ ମଧ୍ୟ ନବୀନଙ୍କ ଅବଦାନ ରହିଛି | ଓଡିଶା ସରକାର ଭାରତର ଦୁଇ ହକି ଟିମକୁ ପୁଷ୍ଟପୋଷକ କରିଛନ୍ତି ଏବଂ ଖେଳାଳୀଙ୍କ ଟ୍ରେନିଂ ମଧ୍ୟ କରାଇଛନ୍ତି |

ଯେତେବେଳେ 1995ରେ ଭାରତୀୟ ହକି ଟିମର ଦାୟିତ୍ୱ ସାହାରା ଇଣ୍ଡିଆ ନେଇଥିଲା, ସେତେବେଳେ 2021 ପର୍ଯ୍ୟନ୍ତ ତାହା ବଢ଼ାଇ ଦିଆଯାଇଥିଲା | କିନ୍ତୁ 2018ରେ ସାହାରା ଇଣ୍ଡିଆ ଭାରତୀୟ ହକି ଟିମରୁ ତାର ହାତ ଫେରେଇନେଇଥିଲା | ଭାରତୀୟ ହକି ଟିମର ଏଭଳି ସମୟରେ ଓଡିଶା ସରକାର ଦୁଇ ହକି ଟିମର ସବୁ ଦାୟିତ୍ୱ ବହନ କଲେ | ଯାହାର କାରଣ ଆଜି ଟୋକିଓ ଅଲମ୍ପିକରେ ଭାରତୀୟ ହକି ନିଜର ସୁଯୋଗ ଲାଭ କରିପାରିଛି | କିନ୍ତୁ ଓଡିଶା ହକି ଟିମକୁ ଆଗକୁ ନେଇ ଦେଶର ଗୌରବ ରଖିଲା, ସେହି ଓଡିଶା ଦେଶର କୌଣସି ଧନୀ ରାଜ୍ୟରେ ନାମିତ ହୋଇନି | ତା’ହେଲେ କିଏ ସେହି ନବୀନ ପଟ୍ଟନାୟକ, ଯିଏ ଦୁଇ ଦଶକ ଧରି ନିଜର କାମ ଚୁପଚାପ କରୁଛନ୍ତି | ସିଏ ହେଉଛନ୍ତି ସେହି ନବୀନ ଯିଏ ନିଜ ପରିବାରରେ ପପୁ ନାମରେ ପରଚିତ | କିନ୍ତୁ ଆଜି ସେ ଓଡ଼ିଶାବାସୀଙ୍କ ପାଇଁ ନବୀନ ବାବୁ | ସିଏ ହେଉଛନ୍ତି ନବୀନ ପଟ୍ଟନାୟକ, ଯିଏ 20ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅଛନ୍ତି | 50ବର୍ଷ ବୟସରେ ରାଜନୀତିରେ ପାଦ ରଖି ଆଜି ଦେଶରେ ଜଣେ ସଫଳ ମୁଖ୍ୟମନ୍ତ୍ରୀ ଭାବର ଶୀର୍ଷରେ ଅଛନ୍ତି |

ନବୀନ ପଟ୍ଟନାୟକ 2000 ମସିହାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ | 2000ମସିହାରେ ଓଡ଼ିଶାରେ ପ୍ରତିଷ୍ଠା ହେଲା ବିଜୁ ଜନତା ଦଳ | 16 ଅକ୍ଟୋବର 1946 ମସିହାରେ କଟକରେ ଜନ୍ମିତ ନବୀନ ପଟ୍ଟନାୟକ 50ବର୍ଷ ଓଡିଶା ବାହାରେ ଥିଲେ | ସେ ଯେତେବେଳେ ଓଡିଶା ରାଜନୀତିକୁ ଆସିଲେ, ସେତେବେଳେ ଓଡିଶା ରାଜ୍ୟର ଭାଷା ଓଡ଼ିଆ ମଧ୍ୟ ଜାଣି ନଥିଲେ | ଏହାର ମୁଖ୍ୟ କାରଣ ସେ ସେ 7ବର୍ଷ ବୟସରୁ ଓଡିଶା ବାହାରେ ରହି ପାଠ ପଢୁଥିଲେ | ତାଙ୍କର ପାଠ ପଢା ଡେରାଡୁନର ଜଗଦଲ ସ୍କୁଲରେ ହୋଇଥିଲା | ଏହାପରେ ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ପାସ କଲେ | ଏହାପରେ ସେ ଅଧିକାଂଶ ସମୟ ଆମେରିକାରେ ରହୁଥିଲେ | ନବୀନ ପଟ୍ଟନାୟକଙ୍କ ପରିବାର ତାଙ୍କୁ ପପୁ ନାମରେ ଡାକନ୍ତି | ବିଜୁବାବୁଙ୍କର ସେହି ପପୁ ଆଜି ଓଡ଼ିଶାବାସୀଙ୍କ ପାଇଁ ନବୀନ ବାବୁ ପାଲଟି ଯାଇଛନ୍ତି |

ନବୀନ ପଟ୍ଟନାୟକ 50ବର୍ଷ ବୟସରେ ରାଜନୀତିକୁ ଆସିବାର ଏକ କାରଣ ମଧ୍ୟ ଅଛି | ଏପ୍ରିଲ 1997ରେ କଂଗ୍ରେସର ପୁରୁଣା ନେତା, ସେନା ପାଇଲଟ ତଥା ସେହି ସମୟର ଓଡ଼ିଶାର ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ଦେହାନ୍ତ ହେଲା | ବିଜୁ ପଟ୍ଟନାୟକ ଓଡିଶା ପାଇଁ ଅତି ଆଦରଣୀୟ ନେତା ଥିଲେ |ତାଙ୍କର ମୃତ୍ୟୁ ପରେ ଓଡିଶା ରାଜନୀତିରେ ଶୂନ୍ୟସ୍ଥାନ ରହିଥିଲା |ଏହି ସମୟରେ ବିଜୁ ପଟ୍ଟନାୟକଙ୍କ ଅବିକଳ ନକଲକୁ ଓଡ଼ିଶାବାସୀ ଖୋଜୁଥିଲେ | ଏହି ସମୟରେ ଓଡିଶା ରାଜନୀତିରେ ଏଣ୍ଟ୍ରି କଲେ ନବୀନ ପଟ୍ଟନାୟକ | କିନ୍ତୁ ଓଡ଼ିଶାରେ ଚଳିବା ତାଙ୍କପାଇଁ ଅନୁକୂଳ ନଥିଲା | ଏହାର ପ୍ରମୁଖ କାରଣ ହେଉଛି, ସେ ଓଡ଼ିଆ ଭାଷା ଜାଣି ନଥିଲେ |

ଏହି କାରଣରୁ ସେ ଅନେକ ସମାଲୋଚନା ମଧ୍ୟ ହୋଇଛନ୍ତି | କିନ୍ତୁ ଧୀରେ ଧୀରେ ସେ ଓଡିଶା ରାଜନୀତିରେ ଅକ୍ତିଆର ବିସ୍ତାର କରିବା ଆରମ୍ଭ କଲେ ଏବଂ 20ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅଛନ୍ତି |
ନବୀନ ପଟ୍ଟନାୟକ, ପିତାଙ୍କ ଦେହାନ୍ତ ପରେ 1097 ଡିସେମ୍ବର ମାସରେ ଜନତା ଦଳରୁ ଅଲଗା ହୋଇ “ବିଜୁ ଜନତା ଦଳ” ନାମରେ ଏକ ଆଞ୍ଚଳିକ ଦଳ ଗଠନ କଲେ | ଯାହା ବିଜେଡି ନାମରେ ଜଣାଶୁଣା | 2009 ପୂର୍ବରୁ ବିଜେଡି ଏନ୍ଡ଼ିଏ ସହିତ ମେଣ୍ଟରେ ଥିଲା | କିନ୍ତୁ 2009 ସାଧାରଣ ନିର୍ବାଚନରେ ବିଜେଡି ଏନ୍ ଡି ଏ ଠାରୁ ଅଲଗା ହୋଇ ଏକାକୀ ନିର୍ବାଚନ ଲଢ଼ିଲା | ଏହାପରଠାରୁ ବିଜେଡି ଆହୁରି ଲୋକପ୍ରିୟ ହୋଇ ଏକାକୀ ସଂଖ୍ୟା ଗରିଷ୍ଠତା ଲାଭକଲା | ଏପରିକି 2019 ମସିହା ସାଧାରଣ ନିର୍ବାଚନ ବେଳେ, ଯେତବେଳେ ଦେଶରେ ମୋଦୀ ଲହର ଚାଲିଥିଲା, ସେହି ସମୟରେ ଓଡ଼ିଶାର ମୋଟ 147 ବିଧାନସଭା ଆସନରୁ 115 ଆସନ ଜିତିଥିଲା ବିଜୁ ଜନତା ଦଳ |

ଏମିତି କେଉଁ କାରଣ ଅଛି, ଯାହା ପାଇଁ ଓଡ଼ିଶାବାସୀ 20ବର୍ଷ ଧରି ନବୀନ ପଟ୍ଟନାୟକଙ୍କୁ ପସନ୍ଦ କରୁଛନ୍ତି | ଏହାର ପ୍ରଥମ କାରଣ ହେଉଛି – ଓଡ଼ିଶାରେ ପ୍ରତିବର୍ଷ ବାତ୍ୟା ଆସେ | ଏହି ବାତ୍ୟାକୁ ମୁକାବିଲା କରିବା ବେଳେବେଳେ ଅସମ୍ଭବ ମଧ୍ୟ ହୋଇଥାଏ | କିନ୍ତୁ 20ବର୍ଷ ଧରି ଓଡ଼ିଶାରେ ଆସୁଥିବା ବାତ୍ୟାକୁ ସହଜ ଢଙ୍ଗରେ ନବୀନ ପଟ୍ଟନାୟକ ନିୟନ୍ତ୍ରିତ କରିପାରିଛନ୍ତି | ଦ୍ଵିତୀୟରେ ସେ ମହିଳାମାନଙ୍କ ପାଇଁ ବେଶୀ ଲୋକପ୍ରିୟ ନେତା | କାରଣ ସେ ମହିଳାମାନଙ୍କ ପାଇଁ ଅନେକ ଯୋଜନା ଆଣିପାରିଛନ୍ତି | ତୃତୀୟ କାରଣ ଓଡ଼ିଶାର ଯୁବ ଖେଳାଳୀଙ୍କ ପାଇଁ ସେ ବିଭିନ୍ନ ଯୋଜନା ତିଆରି କରିଛନ୍ତି |ଯାହା ଫଳରେ ସେ ମହିଳାମାନଙ୍କ ଠୁ ନେଇ ଯୁବ ଗୋଷ୍ଠୀମାନଙ୍କ ପର୍ଯ୍ୟନ୍ତ ଅତି ପସନ୍ଦର ନେତା ହୋଇ ପାରିଛନ୍ତି |

ଏହି କାରଣରୁ ସେ 20ବର୍ଷ ଧରି ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ ରହି ଆସୁଛନ୍ତି | କେବଳ ଏହା ନୁହେଁ ଦେଶର ପ୍ରଥମ ସହର ଭାବେ, ଯେଉଁଠାରେ 24ଘଣ୍ଟା ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି ନବୀନ ପଟ୍ଟନାୟକ | ଯାହାଫଳରେ ଏଠାରେ ଲୋକଙ୍କୁ ନା ଫିଲ୍ଟର ପାଣିର ଆବଶ୍ୟକତା ଅଛି, ନା ବୋତଲ ପାଣି | ଟ୍ୟାପ ଖୋଲିଲେ ଗ୍ଲାସରେ ପିଇବାପାଇଁ ମିଳୁଛି ବିଶୁଦ୍ଧ ଜଳ | ଆହୁରି ପୁଣି ଦେଶର ପ୍ରଥମ ସହର ଭାବେ ଭୁବନେଶ୍ୱର, ଯେଉଁଠାରେ 18ବର୍ଷରୁ ଅଧିକ ବୟସର ଶତପ୍ରତିଶତ ନାଗରିକଙ୍କୁ କୋଭିଡ ଟୀକା ଦିଆ ସାରିଲାଣି | ଏମିତିକି 1ଲକ୍ଷ ପ୍ରବାସୀଙ୍କୁ ମଧ୍ୟ ଟୀକାର ପ୍ରଥମ ଡୋଜ ଦିଆଯାଇଛି | ଯେତେବେଳେ ଅନ୍ୟ ରାଜ୍ୟରେ ଟୀକା ପରିମାଣ କମ ହୋଇଛି, ସେତେବେଳେ ଓଡ଼ିଶାରେ ଟୀକାକରଣ ବୃଦ୍ଧି ପାଇଛି | ଏହି କାରଣରୁ ଲୋକମାନେ କୁହନ୍ତି – ଓଡ଼ିଶାରେ ମହାବାତ୍ୟା ଆସୁ କି, ମୋଦୀ ଲହର ଆସୁ, ନବୀନ ପଟ୍ଟନାୟକଙ୍କ ଆସନ ଭାଙ୍ଗିବା କଷ୍ଟସାଧ୍ୟ |

(Editor : NK NEWS ODISHA )

%d