କଲେଜରେ ନାହିଁ ପିଇବା ପାଣି 200ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ 2କି. ମି. ଯାଉଛନ୍ତି ପିଇବାପାଇଁ | - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

କଲେଜରେ ନାହିଁ ପିଇବା ପାଣି 200ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ 2କି. ମି. ଯାଉଛନ୍ତି ପିଇବାପାଇଁ |

There is no drinking water in the college. More than 200 students are going 2 km to drink.
Spread the love
ADVERTISEMENT
ADVERTISEMENT

କଲେଜରେ ନାହିଁ ପିଇବା ପାଣି 200ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ 2କି. ମି. ଯାଉଛନ୍ତି ପିଇବାପାଇଁ |

ଦଶପଲ୍ଲା :27/10/2021(ବ୍ୟୁରୋ): “କଥାରେ ଅଛି ଜଳ ହିଁ ଜୀବନ” ! ହେଲେ ଏହି ପାଣି ପାଇଁ ହଇରାଣ ହେଉଛନ୍ତି କଲେଜ ଛାତ୍ରଛାତ୍ରୀ | ଏପରିକି ପାଣି ପିଇବା ପାଇଁ ଦୀର୍ଘ 2କିଲୋମିଟର ଯିବାକୁ ପଡୁଛି |

ADVERTISEMENT

ଏମିତି ସମସ୍ୟା ଦେଖାଦେଇଛି ମଣିନାଗ ବହୁମୁଖୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଟାକରାରେ । କରୋନା ମହାମାରୀ ଯୋଗୁଁ ଗତ 2 ବର୍ଷ ହେବ କଲେଜ ବନ୍ଦ୍ ଥିଲା | ଏବେ କରୋନା ମହାମାରୀ ଗାଇଡ୍ ଲାଇନ୍ କୁ ଆଖି ଆଗରେ ରଖି ସରକାର ସମସ୍ତ ସ୍କୁଲ୍ କଲେଜ୍ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହି ନିୟମକୁ ପାଥେୟକରି ମଣୀନାଗ ବହୁମୂଖୀ ଉଚ୍ଚ ବିଦ୍ୟାଳୟ ଖୋଲିଥିଲେ ମଧ୍ୟ ,କଲେଜ୍ ପରିସରରେ ମୁନ୍ଦାଏ ପିଇବାପାଣି ନ ଥିବାରୁ 200 ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଟୋପେ ପିଇବାପାଣି ପାଇଁ 2 କିମି ଦୂର ବୁଗୁଡା ଛକକୁ ଯିବାକୁ ପଡୁଛି ।

ମଣିନାଗ କଲେଜର ଅଧ୍ୟକ୍ଷ ରାଧାମୋହନ କର୍ମୀଙ୍କ କହିବା ମୁତାବକ ସେ ଏ ସମ୍ପର୍କରେ ସ୍ଥାନୀୟ ପ୍ରଶାସନ, ଦଶପଲ୍ଲା ବିଧାୟକ ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କୁ ଜଣାଇଥିଲେ । ବିଧାୟକ ମହୋଦୟ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି, କୌଣସି ସମାଧାନ ହେଇପାରିନାହିଁ । ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଙ୍କ ସ୍ଵାମୀ ସଞ୍ଜୟ କୁମାର ନାଏକ ଙ୍କୁ ଜଣାଇଥିଲେ ମଧ୍ଯ ସେ କଲେଜରେ ପାଣି ସୁବିଧା କରି ହେବନାହିଁ ବୋଲି ସିଧାସଳଖ ମନା କରିଦେଇଥିଲେ ।

ଛାତ୍ର ଛାତ୍ରୀଙ୍କ କହିବା ମୁତାବକ ଯଦି ଖୁବଶୀଘ୍ର ଆମ ସମସ୍ୟାର ସମାଧାନ ନ ହୁଏ ତେବେ, ସମସ୍ତ ଛାତ୍ର ଛାତ୍ରୀ ରାଜରସ୍ତାକୁ ଓହ୍ଲାଇ 57 ନଂ. ଜାତୀୟ ରାଜପଥକୁ ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: