ବାରହା ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତତାର ଲାଗି ଜୀବନ ହାରିଲେ ଯୁବକ |
ଦଶପଲ୍ଲା :12/11/2021(ରିପୋର୍ଟ :ପ୍ରଶାନ୍ତ କୁମାର ପ୍ରଧାନ): ଦଶପଲ୍ଲା ବ୍ଲକ ଟାକରା ଘାଟି ନିକଟରେ ଆଜି 11 ଘଟିକା ସମୟରେ ଏକ ଅଜଣା ବ୍ୟକ୍ତିର ମୃତଦେହକୁ ଗ୍ରାମବାସୀମାନେ ମାନେ ଠାବ କରିଥିଲେ । ଗ୍ରାମବାସୀଙ୍କ କହିବା ଅନୁସାରେ, ଜଙ୍ଗଲରୁ ବାରହା ଶିକାର ପାଇଁ ଶିକାରୀମାନେ ଉଚ୍ଚଶକ୍ତି ସମ୍ପର୍ଣ୍ଣ 11କେ ଭି ବିଦ୍ୟୁତ ତାରରୁ ହୁକ ପକାଇ ପ୍ରାୟ 2 କିଲୋମିଟର ପର୍ଯ୍ୟନ୍ତ ଲମ୍ବ ଭାବରେ ବିଛାଇ ଥିଲେ ।
ଭୋର୍ ସମୟରେ ଦଶପଲ୍ଲା ଏନ୍ ଏ ସି ଅନ୍ତର୍ଗତ ଗଉଡ଼ ସାହିର 30 ବର୍ଷୀୟ ନୀଳମଣି ବେହେରା ( କାଳିଆ ) ପି – ଉଦ୍ୟନାଥ ବେହେରା ଜାଳକାଠ ସଂଗ୍ରହ ପାଇଁ ଉକ୍ତ ସ୍ଥାନକୁ ଗଲାବେଳେ, ବିଦ୍ୟୁତ ତାର ସଂସ୍ପର୍ଶରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ଜାଳକାଠ ବିକ୍ରି କରି ନିଜ ପରିବାର ଚଳାଉଥିବା ଜଣାଯାଇଛି ।
ଦିନ ପ୍ରାୟ 12 ଘଟିକା ସମୟରେ ଦଶପଲ୍ଲା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ଅଧିକ ତଦନ୍ତ ଜାରି ରଖିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି , ଲକ୍ଷ ଲକ୍ଷ ଟଙ୍କା ଦରମା ନେଉଥିବା ବନ କର୍ମଚାରୀ ମାନେ କରୁଛନ୍ତି କଣ ? ନୟାଗଡ଼ ବନଖଣ୍ଡର ବିଭିନ୍ନ ବନାଚଂଳ ଆଜି କଣ କାଠ ମାଫିଆ ଓ ବନ୍ୟଜନ୍ତୁ ମାଫିଆଙ୍କ ର ଚରାଭୂଇଁ ପାଲଟିଯାଇଛି ? ଅନ୍ତରାଳରେ ଏମିତି ଅନେକ ଘଟଣା ଘଟିଯାଉଥିଲେମଧ୍ୟ ତାହାର ସ୍ଥାୟୀ ପ୍ରତିକାର ହେଉନଥିବା କହିଛନ୍ତି ଗ୍ରାମବାସୀ ।
ଆହୁରି ମଧ୍ୟ ପଢନ୍ତୁ : ଟାକରା ଘାଟିରେ ଅଜଣା ମୃତଦେହ !
More Stories
ପାରିବାରିକ କଳହର କରୁଣ ପରିଣତି : ଚାରି ବର୍ଷର ଶିଶୁ କନ୍ୟା କୁ ହତ୍ୟା କଲା ଜନ୍ମ କଲା ମା
ମାର୍କଫେଡର ପୂର୍ବତନ ଆଞ୍ଚଳିକ ମ୍ୟାନେଜରଙ୍କୁ ଗିରଫ କଲା ଭିଜିଲାନ୍ସ
ଗୋରୁ ବୋଝେଇ ଯାନକୁ ପୋଲିସ ଜବତ କରିଛି: ମୁଖ୍ୟ ଅଭିଯୁକ୍ତ ଫେରାର!