NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ପିଇବା ପାଣି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ମହିଳା |

The women complained to the Chief Minister about drinking water
Spread the love
ADVERTISEMENT

ପିଇବା ପାଣି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କଲେ ମହିଳା |

ଦଶପଲ୍ଲା :17/06/2022(ରିପୋର୍ଟ : ମଧୁମିତା ପଟ୍ଟନାୟକ): ଦଶପଲ୍ଲା ବ୍ଳକର 20 ଟି ପଞ୍ଚାୟତରେ ଲାଗି ରହିଥିବା ପାନୀୟଜଳ ସମସ୍ଯା ସମାଧାନ ଦାବୀରେ ମହିଳା ସୁରକ୍ଷା ମଂଚ, ନୟାଗଡ଼ ପକ୍ଷରୁ ଆଜି ଦଶପଲ୍ଲାରେ ଶୋଭାଯାତ୍ରା ସହିତ ବିଡିଓ ବିଶ୍ୱରଂଜନ ବିଶ୍ବାସଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ଯରେ ଦାବୀପତ୍ର ପ୍ରଦାନ କରାଯାଇଛି। ନଳକୂପ ଅଛି ହେଲେ କାର୍ଯ୍ୟ କରୁନି, ପାଇପ୍ ଜଳଯୋଗାଣ ବ୍ୟବସ୍ଥା ଦିଗହରା, ଲୋକେ ଦୂରଦୂରାନ୍ତକୁ ଯାଇ ନଦୀ, ଝରଣା ଓ ଖୋଲା କୂଅରୁ ପାଣି ସଂଗ୍ରହ କରି ଅଭାବ ମେଣ୍ଟାଉଥିବା ମଂଚ ପକ୍ଷରୁ ଅଭିଯୋଗ ହୋଇଛି। ଏଥିସହିତ ବିଭିନ୍ନ ପଂଚାୟତର ପାଣି ସମସ୍ଯା ସମ୍ବନ୍ଧୀୟ ତାଲିକା ମଧ୍ଯ ମଂଚ ପକ୍ଷରୁ ପ୍ରଦାନ କରାଯାଇଛି। ଆଜିର ଏସବୁ କାର୍ଯ୍ୟକ୍ରମରେ ସୁରକ୍ଷା ମଂଚର ସଭାନେତ୍ରୀ ବିଳାସ କହଁର, ରେବତୀ ନାୟକଙ୍କ ସମେତ ବହୁ କର୍ମକର୍ତ୍ତା ଓ ଜିଲ୍ଲା ସିପିଆଇଏମ ସଂପାଦକ ଶରତ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ADVERTISEMENT
ADVERTISEMENT
%d bloggers like this: