NK NEWS ODISHA

News agency Odisha

ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ତ୍ରୟୋଦଶ ସମିତି ବୈଠକ ଅନୁଷ୍ଠିତ ।

The thirteenth committee meeting was held in the Nuagaon block of Nayagarh district.
Spread the love

ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକରେ ତ୍ରୟୋଦଶ ସମିତି ବୈଠକ ଅନୁଷ୍ଠିତ ।

ନୂଆଗାଁ : 01/10/2021(ରିପୋର୍ଟ ନିରଞ୍ଜନ ସାହୁ ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ସଭା ଗ୍ରୁହରେ ତ୍ରୟୋଦଶ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଏଥୀସହ ବିଡ଼ିଓ ପ୍ରମୋଦ କୁମାର ନାୟକ ସହ ବ୍ଲକ ଅଧ୍ୟକ୍ଷ ଅନ୍ତର୍ଜାମୀ ସ୍ୱାଇଁ ଓ ଉପାଧ୍ୟକ୍ଷା ପୂଷ୍ପାଜଳି ସାହୁଙ୍କ ସହ କନ୍ଧମାଳ ସାଂସଦଙ୍କଙ୍କ ପ୍ରତିନିଧି ବିଜୟ କୁମାର ସାସମଲ ଓ ଜିଲାପରିଷଦ 17ନମ୍ବର ୱାର୍ଡ ସଭ୍ୟ ବୁଲୁ ରାୟ ମଞ୍ଚାସିନ ଥିଲେ |

ନୂଆଗାଁ ବ୍ଲକର ସମସ୍ତ ପଂଚାୟତର ସରପଂଚ ଓ ସମିତିସଭ୍ୟ ଏବଂ ବ୍ଲକର ସମସ୍ତ ବିଭାଗିୟ ଅଧିକାରୀ ଉପସ୍ଥିତ ଥିଲେ । ସମିତି ବୈଠକର ପୂର୍ବପାଠ ଆଲୋଚନା ସହ ବର୍ତ୍ତମାନ କିପରି ସମସ୍ତ ଯୋଜନା କାର୍ଯ୍ୟକାରୀ ହୋଇପାରିବ ସେହି ବିସୟରେ ବିଧାୟକ ଆଲୋଚନା କରିଥିଲେ | ବିଶେଷତଃ ପାନୀୟ ଜଳ ଓ ଖାଉଟିକାର୍ଡ ଉପରେ ଆଲୋଚନା ହୋଇଥିଲା | ବିଡ଼ିଓ, ଯୋଗାଣ ଅଧିକାରୀ ଓ ପାନୀୟ ଜଳ ଯୋଗାଣ ଜେଇଙ୍କୁ ଏହାର ସମାଧାନ ଉପରେ ତାଗିଦ୍ କରିଥିଲେ ବିଧାୟକ | ଅଧକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ ସଭା ସାଙ୍ଗ କରିଥିଲେ ।

%d