NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ସଡକ ସୁରକ୍ଷା ଓ କୋଭିଡ ନିୟକକୁ ପାଳନ କରିବା ପାଇଁ ସଚେତନ କଲେ ଛାତ୍ରଛାତ୍ରୀ।

The students warned of road safety and compliance with the Covid Act.
Spread the love

ସଡକ ସୁରକ୍ଷା ଓ କୋଭିଡ ନିୟକକୁ ପାଳନ କରିବା ପାଇଁ ସଚେତନ କଲେ ଛାତ୍ରଛାତ୍ରୀ।

ଗଣିଆ : 09/09/2021(ରିପୋର୍ଟ : ମାନସ ରଞ୍ଜନ ଦାସ): ସଡ଼କ ସୁରକ୍ଷା ଦିଗରେ ସଚେତନତା ସୃଷ୍ଟି କରିବା , ଭାରତରେ ସଡ଼କ ଦୁର୍ଘଟଣାକୁ ହ୍ରାସ କରିବା ଓ କୋଭିଡ ନିୟମକୁ ପାଳନ କରିବାପାଇଁ ଆଜି ଜାତୀୟ ସେବା ଯୋଜନା ଓ ଯୁବ ରେଡ଼କ୍ରସର ମିଳିତ ଆନୁକୂଲ୍ୟରେ ଗଣିଆ ସ୍ଥିତ ରଘୁନାଥଜୀଉ ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ଏକ ସଚେତନତା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଏହି କାଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଲଷ୍ମୀକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଗଣିଆ ଥାନାର ଏ ଏସ ଆଇ ପ୍ରମୋଦ କୁମାର ନନ୍ଦ ,ହାବିଲଦାର ଶଶୀଭୂଷଣ ମହାନ୍ତି , କଲେଜର ରାଜନୀତି ବିଜ୍ଞାନର ଅଧ୍ୟାପକ ଅଖିଳ କୁମାର ହୋତା ଓ କ୍ଷୀରୋଦ ଚନ୍ଦ୍ର ମହାପାତ୍ର ,ଇତିହାସ ବିଭାଗର ଅଧ୍ୟାପକ ଅଶୋକ କୁମାର ମିଶ୍ର , ଇଂରାଜୀ ବିଭାଗର ଅଧ୍ୟାପକ ଶ୍ରୀକାନ୍ତ କୁମାର ଷଡଙ୍ଗୀ । ଓଡ଼ିଆ ବିଭାଗର ଅଧ୍ୟାପିକା ଶର୍ମିଳା ମିଶ୍ର ଓ ଭଗବାନ ପୃଷ୍ଟି , ପିଇଟି ବିନୟ କୁମାର ପରିଡାଙ୍କ ସମେତ ମହାବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ସଚେତନତା କାଯ୍ୟକ୍ରମରେ ସହଯୋଗ କରିଥିଲେ। ଆଜି ବିଶ୍ୱରେ ସଡକ ଓ ପରିବହନ ପ୍ରତ୍ୟେକ ମଣିଷର ଏକ ଅବିଛେଦ ଅଙ୍ଗ ହୋଇଛି । ଜଣେ ନାଗରିକ ଭାବେ ଆମର ସଡକ ସୁରକ୍ଷା ପ୍ରୟାସକୁ ସଫଳ କରିବା ପାଇଁ କିଛି ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଏବଂ ଦାୟିତ୍ୱ ରହିବା ଜରୁରୀ ।

ଏହି ପରି ପେକ୍ଷିରେ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ରାସ୍ତାରେ ଯାଉଥିବା ଗାଡିଚାଳକଙ୍କୁ ସଚେତନ କରିବାକୁ ଯାଇ କହିଥିଲେ ଯେ ଗାଡି ଚଲେଇବା ସମୟରେ ଆପଣ ମୋବାଇଲ ଫୋନ ବ୍ୟବହାର କରନ୍ତୁ ନାହିଁ ,ସିଟ ବେଲ୍ଟ ପିନ୍ଧି ଗାଡି ଚଳାନ୍ତୁ ,ମଦ୍ୟପାନ କରି ଗାଡି ଚଳାନ୍ତୁ ନାହିଁ ,ସର୍ବଦା ଗାଡିର ବେଗ କଂ କରି ଗାଡି ଚଳାଚଳ କରନ୍ତୁ ,ସର୍ବଦା ହେଲମେଣ୍ଟ ପିନ୍ଧନ୍ତୁ ଓ ସିତବେଲ୍ଟ ବାନ୍ଧନ୍ତୁ ,ଟ୍ରାଫିକ ସିଗନାଲ ଭାଙ୍ଗନ୍ତୁ ନାହିଁ ,ବିଦ୍ୟାଳୟ ପରିସର ଡକ୍ଟରଖାନା ସଡକ ଛକ ଓ ମୁଖ୍ୟ ସଡକ ଜଙ୍କସନରେ ଗାଡି ଚଳାଇବା ସମୟରେ ବହୁତ ସତର୍କତା ଅବଲମ୍ବନ କରିବା ସହିତ କିପରି ମହାମାରୀ କୋରନାରୁ ସୁରକ୍ଷିତ ରହିବା ପାଇଁ ମାସ୍କ ବାଣ୍ଟିବା ସହିତ ମାସ୍କ ପିନ୍ଧିବା ,ହାତକୁ ବାରମ୍ବାର ସାବୁନରେ ଧୋଇବା ,ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ଉପଦେଶ ଦେଇଥିଲେ ।

ଏଭଳି କୋଭିଡ ସମୟରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କର ଏଭଳି ସଚେତନତା କାଯ୍ୟକ୍ରମ ପାଇଁ ଜନସାଧାରଣରେ ଭୁରିଭୁରି ପ୍ରଶଂସା କରିଥିଲେ ।

%d bloggers like this: