NK NEWS ODISHA

News agency Odisha

ଅଜଣା ଯୁବକଙ୍କୁ ଉଦ୍ଧାର କଲେ ସମାଜସେବୀ |

The social worker rescued the unidentified youth
Spread the love

ଅଜଣା ଯୁବକଙ୍କୁ ଉଦ୍ଧାର କଲେ ସମାଜସେବୀ |

ନୂଆଗାଁ :30/09/2021(ରିପୋର୍ଟ :ନିରଞ୍ଜନ ସାହୁ): ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅର୍ନ୍ତଗତ ସିକରଗୋଛା ଅଂଚଳରୁ ଏକ ମୁକ ବଧୀର ଯୁବକ ଉଦ୍ଧାର ହୋଇଛି ।

ଖବରରୁ ପ୍ରକାଶ 25 ବର୍ଷ ବୟସ ଜଣେ ଯୁବକ କୌଣସି କାରଣରୁ ସିକରଗୋଛା ଅଂଚଳରେ ବସି କାନ୍ଦୁଥିବା ଦେଖିବାକୁ ମିଳିଛି | ସେହି ଗ୍ରାମର କିଛି ଲୋକ ନିଜ ଘରେ ଖାଇବା ଦେଇ ରଖିଥିଲେ | ପିଲାଟି ମୁକ ବଧୀର ହୋଇ ଥିବାରୁ ପରିଚୟ ମିଳିପାରିନାହିଁ ।

ଅଂଚଳର ସମାଜସେବୀ ଟୁକୁନା ପଣ୍ଡା ଆଣି ନିକଟସ୍ଥ ନୂଆଗାଁ ଥାନାରେ ପିଲାଟିକୁ ହସ୍ତାନ୍ତର କରିଥିଲେ | ଥାନାବାବୁ ଚାଇଲ୍ଡ ଲାଇନର ସହାୟତା ନେଇଥିବା ବେଳେ ପିଲାର ପରିଚୟ ମିଳିପାରିନାହିଁ । ପିଲାଟି ମୁକ ବଧୀର ସହ କିଛି ମନେପଡୁନଥିବା କହୁଥିବାବେଳେ କିଛି ଲେଖି ପାରୁନାହିଁ | କେବଳ ନିଜ ନାମ ବୁଧୀଆ ରମଣ ସିଂ ଲେଖୁଛି । ଚାଇଲ୍ଡ ଲାଇନର କାଉନସିଲର ଅଳକା ପାହାଡ଼ ସିଂ ଉଧାର କରିଥିବା ଜଣାପଡିଛି ।

%d