ନୟାଗଡ଼ ପଠାଣିସାମନ୍ତ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହେଲା ନାଟକ "ଅନ୍ଧାରେ ଆସ " - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ନୟାଗଡ଼ ପଠାଣିସାମନ୍ତ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହେଲା ନାଟକ “ଅନ୍ଧାରେ ଆସ “

The play "ANDHARE AAS" was staged at the Pathanisamanta Aditorium at Nayagarh.
Spread the love
ADVERTISEMENT
ADVERTISEMENT

ନୟାଗଡ଼ ପଠାଣିସାମନ୍ତ ପ୍ରେକ୍ଷାଳୟରେ ମଞ୍ଚସ୍ଥ ହେଲା ନାଟକ “ଅନ୍ଧାରେ ଆସ “

ଦଶପଲ୍ଲା :13/11/2021( ରିପୋର୍ଟ :ରତ୍ନାକର ହୋତା): ନୟାଗଡ଼ ପଠାଣିସାମନ୍ତ ପ୍ରେକ୍ଷାଳୟଠାରେ ତୃତୀୟ ନୟନ ନାଟ୍ୟ ଅନୁଷ୍ଠାନ ଦ୍ବାରା ନାଟକ ‘ ଅନ୍ଧାରେ ଆସ ‘ ମଞ୍ଚସ୍ଥ ହୋଇଯାଇଛି । ତୃତୀୟ ନୟନ ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ . ଅରୁଣ କୁମାର ସାହୁ ଯୋଗଦେଇ ଉଦ୍‌ଘାଟନ କରିଛନ୍ତି । ରଣପୁର ପୂର୍ବତନ ବିଧାୟକ ରବି ନାରାୟଣ ମହାପାତ୍ର ଅନ୍ୟତମ ଅତିଥିଭାବେ ଯୋଗ ଦେଇଥିଲେ । ବିଶ୍ଵନାଥ ମହାପାତ୍ରଙ୍କ ରଚିତ ଏବଂ ନାଟ୍ୟଭୂଷଣ ଡ. ବିଜୟ କୁମାର ଚୌଧୁରୀଙ୍କ ନିର୍ଦ୍ଦେଶିତ ଏହି ନାଟକ ଅତି ଉଚ୍ଚକୋଟୀର ହୋଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ସହଯୋଗୀ ମା ‘ ଫାଉଣ୍ଡେସନ ଲୋଗୋକୁ ଅତିଥିମାନେ ଉନ୍ମୋଚନ କରିଛନ୍ତି । ବ୍ୟାଜେଲ୍ ଇଣ୍ଡିଆ ୨୦୨୧ ବିଜୟିନୀ ପ୍ରଜ୍ଞା ପରଣିତାଙ୍କୁ ସମ୍ବନ୍ଧିତ କରାଯାଇଥିଲା । ପ୍ରତିକୂଳ ପାଗସତ୍ବେ ନୟାଗଡ଼ ଜିଲ୍ଲାର ବହୁ ନାଟ୍ୟମନସ୍କ ଜନସାଧାରଣ ପୂର୍ଣ୍ଣପ୍ରେକ୍ଷାଳୟରେ ନାଟକକୁ ଉପଭୋଗ କରିଥିଲେ ।

ADVERTISEMENT

ଆହୁରି ମଧ୍ୟ ପଢନ୍ତୁ :


ପଠାଣି ସାମନ୍ତ ପ୍ରେକ୍ଷାଳୟ ନବୀକରଣ ପାଇଁ ୨ କୋଟି

ନୟାଗଡ଼ ପଠାଣି ସାମନ୍ତ ପ୍ରେକ୍ଷାଳୟ ନବୀକରଣ ପାଇଁ ରାଜ୍ୟ ସରକାର 2 କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଅନୁଷ୍ଠିତ ନାଟକ ‘ ଅନ୍ଧାରେ ଆସ’ରେ ମୁଖ୍ୟ ଅତିଥ୍‌ ଭାବେ ଯୋଗ ଦେଇ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ . ଅରୁଣ କୁମାର ସାହୁ ଉପସ୍ଥିତ ଦର୍ଶକ ତଥା ଜନସାଧାରଣଙ୍କୁ ଏହା କହିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ଅର୍ଥରେ ସ୍ଥାୟୀ ଆଲୋକ ବ୍ୟବସ୍ଥା ଏବଂ ସାଉଣ୍ଡ , ସେଣ୍ଟ୍ରାଲ ଏସି , ଅତ୍ୟାଧୁନିକ ମଞ୍ଚ ସହିତ ଡିଜିଟାଲ ତଥା କମ୍ପ୍ୟୁଟରାଇଜେଡ ନିୟନ୍ତ୍ରଣ କକ୍ଷ , ଦର୍ଶକଙ୍କ ପାଇଁ ଆରାମଦାୟକ ଚେୟାର ଆଦିର ବ୍ୟବସ୍ଥା କରାଯିବ । ମନ୍ତ୍ରୀଙ୍କ ଏହି ଘୋଷଣା ପରେ ଉପସ୍ଥିତ ଦର୍ଶକ , ବୁଦ୍ଧିଜୀବୀ ତଥା ଜନସାଧାରଣ ଖୁସିବ୍ୟକ୍ତ କରିବା ସହ ମନ୍ତ୍ରୀଙ୍କ ଉଦ୍ୟମକୁ ସାଧୁବାଦ ଜଣାଇଥିଲେ ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: