NK NEWS ODISHA

News agency Odisha

30 ଗୋଟି ଆଦିବାସୀ ଗାଁ’ର ଜନସାଧାରଣ ଆଗାମୀ ପଞ୍ଚାୟତ ନିର୍ବାଚନରେ ମତଦାନ ବର୍ଜନ କରିବାପାଇଁ ଦେଲେ ଚେତାବନୀ ! ଜାଣନ୍ତୁ କାହିଁକି…….?

The people of 30 tribal villages warned to boycott the upcoming panchayat elections! Know why....?
Spread the love

30 ଗୋଟି ଆଦିବାସୀ ଗାଁ’ର ଜନସାଧାରଣ ଆଗାମୀ ପଞ୍ଚାୟତ ନିର୍ବାଚନରେ ମତଦାନ ବର୍ଜନ କରିବାପାଇଁ ଦେଲେ ଚେତାବନୀ ! ଜାଣନ୍ତୁ କାହିଁକି…….?

ଦଶପଲ୍ଲା : 21/10/2021(ରିପୋର୍ଟ :କ୍ଷୀରୋଦ ଚନ୍ଦ୍ର ପ୍ରଧାନ): ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଟାକରା ଠାରୁ ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟ ମଧ୍ୟଦେଇ ଗଣିଆ ବ୍ଲକ୍ ବଡମୂଳ ପର୍ଯ୍ୟନ୍ତ ଯାଇଥିବା ୨୫ କିଲୋମିଟର ରାସ୍ତା ଉପରେ 30 ଗୋଟି ଆଦିବାସୀ ଗ୍ରାମର ପ୍ରାୟ 10 ହଜାର ଜନସାଧାରଣ ନିର୍ଭର କରନ୍ତି | ସ୍ବାଧୀନତାର 75 ବର୍ଷପରେ ବି ସୁଧୁରିପାରୁନି ରାସ୍ତାର ଅବସ୍ଥା ।

ଟାକରା ଠାରୁ ମକରପ୍ରସାଦ ଯାଏଁ 4 କିଲୋମିଟର ରାସ୍ତା ବନବିଭାଗ ଅଧିନରେ ଅଛି | ବନବିଭାଗର ଟାଳଟୁଳ ନୀତି ଯୋଗୁଁ ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର ହୋଇପାରୁନାହିଁ ଏହି ରାସ୍ତା |ତେଣୁ ଉକ୍ତ ରାସ୍ତାଟି ସବୁ ଦିନିଆ ରାସ୍ତାରେ ପରିଣତ ହୋଇପାରୁନି ।

ଗତ 2011 ମସିହା ନଭେମ୍ବର 25 ତାରିଖ ମଙ୍ଗଳବାର ସକାଳ 6 ଘଟିକା ଠାରୁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବାଇଶିପଲ୍ଲି ବିକାଶ ପରିଷଦ , ଘୁଗୁଡ଼ିପଡ଼ା, ବଡ଼ଶିଲିଙ୍ଗା, ତୁମାଣ୍ଡି, ଓ ଛାମୁଣ୍ଡିଆ ଗ୍ରାମ ପଞ୍ଚାୟତର ଜନସାଧାରଣ ଟାକରା ଠାରେ 57 ନଂ ଜାତୀୟ ରାଜପଥ ଅବରୋଧ କରିଥିଲେ । ପ୍ରଶାସନ ଉକ୍ତ ରାସ୍ତା ଅବରୋଧ ସ୍ଥାନ ରେ ପହଞ୍ଚି ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା ।

କିନ୍ତୁ ଇତିମଧ୍ୟରେ 11 ବର୍ଷ ବିତିଯାଇଥିଲେ ମଧ୍ୟ ଅଦ୍ୟାବଧି ପ୍ରଶାସନ କୌଣଷି ଠୋସ୍ ପଦକ୍ଷେପ ନେଇନାହାନ୍ତି | ଫଳରେ ଅଞ୍ଚଳବାସୀ ପୁଣି ଥରେ ରାସ୍ତା ଅବରୋଧ କରିବା ସହିତ ଆଗକୁଥିବା 2022 ପଂଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।

%d