ନଦୀରେ ବୁଡ଼ି ନାବାଳକ ମୃତ !
ନିଶ୍ଚିନ୍ତକୋଇଲି : (ଅକ୍ଷୟକୁମାର ସିଂହ ଙ୍କ ରିପୋର୍ଟ ) : ବାଲି ମାଫିଆଙ୍କ ଅତ୍ୟଧିକ ଲାଭଖୋର ମନୋବୃତ୍ତି ଯୋଗୁଁ, ନଦୀରେ ମେସିନ ଦ୍ବାରା ମଣିଷକୃତ ଗଣ୍ଡ କରିବା ହେତୁ, ସେହି ନଦୀ ଗଣ୍ଡ କାଳ ହେଲା ଏକ ନାବାଳକ ଙ୍କ ପାଇଁ !
ଏଭଳି ଅଭାବନୀୟ ଓ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା କୁଳଗାଁଇଶାଳୋ ଲୁଣା ନଦୀ ଘାଟରେ। ଆଜି ସକାଳୁ ସକାଳୁ ସ୍ଥାନୀୟ ଅସୁରେଶ୍ବର ଅଣସରପୁର ଗାଁ ର ଗୋଟିଏ ପରିବାରର ୩ ଜଣ ନାବାଳକ ଗାଧୋଇବା ପାଇଁ ନିକଟସ୍ଥ କୁଳଗାଁଇଶାଳୋ ଲୁଣା ନଦୀ ଘାଟ କୁ ଯାଇଥିଲେ। ସମସ୍ତ ନାବାଳକ ଓ ତାଙ୍କ ଅଭିବାବକ ନଦୀ ରେ ଗାଧୋଉଥିବା ବେଳେ ଜଣେ ନାବାଳକ ଙ୍କ ଗୋଡ଼ ଖସିଯିବାରୁ ଏକ ମଣିଷକୃତ ଗଣ୍ଡ ବା ଖାଲ ରେ ବୁଡି ଗୁରୁତର ଅବସ୍ଥାରେ ଅଗ୍ନିଶମ ବିଭାଗ ଦ୍ଵାରା ଉଦ୍ଧାର ହୋଇ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ସ୍ଥାନାନ୍ତର ହୋଇଥିଲା। ହେଲେ ସେଠାରେ ନାବାଳକ ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ନାବାଳକ ହେଲେ ଅସୁରେଶ୍ବର ପଂଚାୟତ ଅଣସରପୁର ଗାଁ ର ମନୋଜ ସାହୁ ଙ୍କ ୧୨ ବର୍ଷୀୟ ବଡ଼ ପୁଅ ସୌମ୍ୟରଞ୍ଜନ ସାହୁ ଓରଫ୍ ସୋମ୍।
କୁଳଙ୍ଗାଇଶାଳୋ ଲୁଣା ନଦୀ ବାଲି ଘାଟକୁ ବାଲି ଲିଜ୍ ନେଇଥିବା ନିଲାମଧାରୀ ମାନେ ନଦୀ ପାଣିରୁ ଜେସିବି ମେସିନ ଦ୍ବାରା ବାଲି ଉଠାଇ ଖୁବ୍ କମ୍ ସମୟରେ ବେପାର କରୁଥିବା ରୁ ଏଭଳି ଘଟଣା ଘଟିଛି ବୋଲି ସିଧା ସିଧା ଅଭିଯୋଗ କରିଛନ୍ତି ମୃତକ ନାବାଳକ ଙ୍କ ବାପା ଓ ବଡ଼ ବାପା। ଏପଟେ ବାଲି ଘାଟ ଲିଜ୍ ଧାରୀ ମାନେ ବାଲି ଘାଟରୁ ଜେସିବି ମେସିନ ବା ପ୍ରୋକଲିନ୍ ଦ୍ଵାରା ବାଲି ଉତ୍ତୋଳନ କରି ପାରିବେ ନାହିଁ ସରକାରୀ ନିୟମ କଡାକଡି ଥିବା ବେଳେ ଖୋଲାଖୋଲି ଏହାର ଉଲ୍ଲଘଂନ କରୁଛନ୍ତି। ଫଳରେ ବାଲି ମାଫିଆ ଙ୍କ ଅଧିକ ଅର୍ଥ ଲାଳସା ରୁ ଆଜି ବଳି ପଡ଼ିଗଲା ଜଣେ ୧୨ ବର୍ଷ ର ନାବାଳକ ଙ୍କ ଜୀବନ। ମା’ବାପା ଙ୍କ କୋଳ ଶୂନ୍ୟ କରିଦେଲା ଅଧିକ ଲାଭଖୋର ବାଲି ମାଫିଆ ଙ୍କ ପାଇଁ। ତେବେ ଏଥିପାଇଁ ଦାୟୀ ହେବ କିଏ ? ତହସିଲ ପ୍ରଶାସନ ନା ବାଲି ଲିଜ୍ ଧାରୀ ? ଜେସିବି ମେସିନ ବା ପ୍ରୋକଲିନ୍ ରେ ବାଲି ଲିଜ୍ ଧାରୀ ମାନେ ବାଲି ଉତ୍ତୋଳନ କରି ପାରିବେ କି ନାହିଁ ପ୍ରଶ୍ନରେ ନିଶ୍ଚିନ୍ତକୋଇଲି ତହସିଲଦାର କୁହନ୍ତି “ଏସବୁ ଅଲ୍ ଓଭର ଓଡିଶା ଚାଲିଛି” ତେଣୁ ସେଥିରେ ଏଠି ଅସୁବିଧା କେଉଁଠି ?
ତେଣୁ ଆଗରୁ ଯଦି ନିଶ୍ଚିନ୍ତକୋଇଲି ତହସିଲ ପ୍ରଶାସନ ଏଥିପ୍ରତି ସଜାଗ ହୋଇଥାଆନ୍ତା କିମ୍ବା ସରକାରୀ ନୀତି ନିୟମ କୁ କଡାକଡି ପାଳନ କରିଥାଆନ୍ତା ତେବେ ହୁଏତ ଏଭଳି ଏକ କୋମଳମତୀ ନାବାଳକ ଙ୍କର ଜୀବନ ର ଆଜି ଦୁଃଖଦ ଅନ୍ତ ହୋଇ ନଥାନ୍ତା । ତେବେ ଏ ବାବଦରେ ମୃତ ନାବାଳକ ଙ୍କ ପରିବାର ପକ୍ଷରୁ ନିଶ୍ଚିନ୍ତକୋଇଲି ଥାନା ରେ ଏତଲା ହୋଇଛି, ପୋଲିସ ର ତଦନ୍ତ ପରେ ନାବାଳକ ଙ୍କ ମୃତ୍ୟୁ ପାଇଁ ପ୍ରକୃତ ଦାୟୀ କିଏ ତାହା ପଦାକୁ ଆସିବ।
More Stories
ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟସ୍ ପ୍ରତିଯୋଗିତା ଉଦଯାପିତ
କୋଟଗଡ ଅଭୟାରଣ୍ୟ ରେ ବାଘ ଗଣନା କାର୍ଯ୍ୟ ଆରମ୍ଭ
ଓଡ଼ିଶା ପୁଲିସ୍ ଓ ସେନାବାହିନୀରେ ନିଯୁକ୍ତି ପାଇଥିବା ଯୁବକଙ୍କୁ ସମ୍ବର୍ଦ୍ଧିତ କଲେ ସମାଜସେବୀ ଶ୍ରୀହରି ନାୟକ