ନୟାଗଡ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭା ଗୃହରେ ଆୟୋଜିତ ହେଲା ମେଗା SHG ସମନ୍ୱୟ ମେଳା | - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ନୟାଗଡ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭା ଗୃହରେ ଆୟୋଜିତ ହେଲା ମେଗା SHG ସମନ୍ୱୟ ମେଳା |

Spread the love
ADVERTISEMENT
ADVERTISEMENT

ନୟାଗଡ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଭା ଗୃହରେ ଆୟୋଜିତ ହେଲା ମେଗା SHG ସମନ୍ୱୟ ମେଳା |

ନୟାଗଡ : 25/08/2021(ବ୍ୟୁରୋ): ଆଜି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନୟାଗଡ ସୃଜନ ସଭାଗୃହରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସହାୟତାରେ ଏକ ମେଗା SHG ସମନ୍ୱୟ ମେଳା ଅନୁଷ୍ଠିତ ହୋଇ ଯାଇଛି । ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ଜରିଆରେ ଜିଲ୍ଲାର 672 ଗୋଟି SHG ର କାଗଜପତ୍ର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ମିଶନ ଶକ୍ତି ଋଣ ପାଇଁ ପ୍ରେରଣ କରାଯାଇଥିଲା ।

ADVERTISEMENT

ତନ୍ମଧ୍ୟରୁ 503 ଗୋଟି SHG ର ଋଣ ବ୍ୟାଙ୍କ ତରଫରୁ ମଞ୍ଜୁର କରାଯାଇଥିଲା, ଯାହାକି ମୋଟ 12.88 କୋଟି ଟଙ୍କା । ଏହି ରାଶି 503 ଗୋଟି SHG ର ମହିଳା ମାନଙ୍କୁ ବ୍ୟାଙ୍କ ତରଫରୁ ଲୋନ ଯୋଗାଇ ଦିଆଯିବ ଯାହା ଫଳରେ ଓଡିଶା ଜୀବିକା ମିଶନ, ମିଶନ ଶକ୍ତିର SHG ମାନଙ୍କ ଜୀବିକାରେ ଉନ୍ନତ୍ତି ଆସିବ ତଥା ଗ୍ରାମାଞ୍ଚଳରେ ଅର୍ଥନୈତିକ ବିକାଶ ଘଟିବ ।

କୋଭିଡ଼ ପରିସ୍ଥିତି ଯୋଗୁ ଲୋକଙ୍କ ଜୀବନ ଜୀବିକା ନିହାତି ଭାବରେ ଖରାପ ହୋଇଛି ଆଉ ଏହି ପରିସ୍ଥିତିରେ ଏହିଭଳି ମେଗା ମେଳା ନିହାତି ଆବଶ୍ୟକ ଥିଲା । ଏହି ମେଳାରେ ଜିଲାପାଳ ଡ଼ଃ ପୋମା ଟୁଡୁ ଉପସ୍ଥିତ ରହି କିଭଳି ସମସ୍ତ SHG ମାନେ ବ୍ୟାଙ୍କରୁ ମିଶନ ଶକ୍ତି ଋଣ ନେଇ ନିଜର ଆର୍ଥିକ ପରିସ୍ଥିତି ସଜାଡି ପାରିବେ ବୋଲି କହିଥିଲେ ।

ଏହି ମେଳାରେ PD DRDA , ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆ ର CGM , GM , DGM ,RM ଆଦି ଉପସ୍ଥିତ ଥିଲେ । ଏହି ମେଳା ରେ ବ୍ୟାଙ୍କ ଦ୍ୱାରା ବଛା ଯାଇଥିବା SHG ମାନଙ୍କୁ ମଞ୍ଜୁର ଆଦେଶ ପ୍ରଦାନ କରାଯାଇଥିଲା । ଏହା ସହିତ DRDA କ୍ୟାମ୍ପସରେ ମଧ୍ୟ SHG ମାନଙ୍କ ଦ୍ୱାରା କରାଯାଇଥିବା ଜୀବିକା ଭିତ୍ତିକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା | ଏହି ମେଳାରେ ବିଭିନ୍ନ ବ୍ଲକ ରୁଆସିଥିବା ଜୀବିକା ମିଶନ ମିଶନ ଶକ୍ତି ର 7 ଗୋଟି SHG ଅଂଶଗ୍ରହଣ କରିଥିଲେ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: