ବିନା ସଭାପତି ନିର୍ବାଚନରେ ଗଠିତ ହେଲା ପରିଚାଳନା କମିଟି !
ଦଶପଲ୍ଲା :26/10/202 ( ରିପୋର୍ଟ -ପ୍ରକାଶ କୁମାର ନାୟକ ) : ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର, ନିର୍ଦ୍ଦେଶ କ୍ରମେ ରାଜ୍ୟରେ ଥିବା ସମସ୍ତ ଅଷ୍ଟମ ଶ୍ରେଣୀ ଖୋଲା ଯାଇ ଶିକ୍ଷାଦାନ ଆରମ୍ଭ ହୋଇଛି l ଏହି କ୍ରମରେ ଦଶପଲ୍ଲା ବ୍ଲକର ବିଭିନ୍ନ ବିଦ୍ୟାଳୟ ମଧ୍ୟ ଖୋଲିଛି |
ଦୀର୍ଘ ଦିନ ଧରି ବନ୍ଦ ଥିବା ଆଶ୍ରମ ବିଦ୍ୟାଳୟ କୁଜାମେଣ୍ଢି ସରକାରୀ ନିର୍ଦ୍ଦେଶକୁ ମାନି ଶିକ୍ଷାଦାନ ଆରମ୍ଭ କରାଯାଇଛି | ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ସମସ୍ତ ଅଭିଭାବକମାନଙ୍କୁ ସ୍ୱାଗତ ଜଣେଇବା ସହିତ ବିଦ୍ୟାଳୟର ଉର୍ନ୍ନତିମୂଳକ କାର୍ଯ୍ୟ ବିଷୟରେ ଅଭିଭାଷଣ ଦେଇଛନ୍ତି |ଏହା ସହିତ ଛାତ୍ର ଛାତ୍ରୀମାନଙ୍କର ଉତ୍ତମ ଶିକ୍ଷା ପଦ୍ଧତି ଉପରେ ଆଲୋଚନା କରିଥିଲେ | ପ୍ରତ୍ୟେକ ଛାତ୍ରଛାତ୍ରୀ କିପରି ସମାଜରେ ଭଲ ସଂସ୍କାର ଆଣିପାରିବେ ସେ ବିଷୟରେ ନିଜର ବକ୍ତବ୍ୟ ରଖି ସଭା କାର୍ଯ୍ୟକୁ ଅନୁଷ୍ଠିତ କରିଥିଲେ |
ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ କୁଜାମେଣ୍ଢି ଗ୍ରାମ ପଞ୍ଚାୟତ ସରପଞ୍ଚ କମଳ ଲୋଚନ ମଲିକ ଉପସ୍ଥିତ ରହି 19 ଜଣ ସଭ୍ୟ ଏବଂ ସଭ୍ୟାଙ୍କୁ ନେଇ ବିଦ୍ୟାଳୟ ପରିଚାଳନା କମିଟି ଗଠନ କରାଯାଇଥିଲା | ପରିଚାଳନା କମିଟି ର ସଭାପତି ଏବଂ ଉପ ସଭାପତି ଙ୍କୁ ପରବର୍ତୀ ଦିବସରେ ଚୟନ କରାଯିବା ପାଇଁ ବିଦ୍ୟାଳୟର ନୂତନ ଭାବେ ଚୟନ ହୋଇଥିବା ସଭ୍ୟ ସଭ୍ୟାଙ୍କୁ ସୂଚନା ପ୍ରଦାନ କରାଯାଇଥିଲା l ସଭାରେ ଉପସ୍ଥିତ ଥିବା ସମସ୍ତ ଅଭିଭାବକ ଏବଂ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ସଭା କାର୍ଯ୍ୟ କୁ ସହଯୋଗ କରିଥିଲେ l
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …