NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଦଶପଲ୍ଲା ଏନ୍ ଏ ସି ପାର୍କର ସମୀକ୍ଷା ଓ ଗଣେଶ ବଜାର ପିଣ୍ଡି ଉଦ୍ଘାଟନ କଲେ ବିଧାୟକ

Spread the love
ADVERTISEMENT

ଦଶପଲ୍ଲା ଏନ୍ ଏ ସି ପାର୍କର ସମୀକ୍ଷା ଓ ଗଣେଶ ବଜାର ପିଣ୍ଡି ଉଦ୍ଘାଟନ କଲେ ବିଧାୟକ

ନୟାଗଡ଼ :04/08/2021(ନିୟୁଜ ହେଡ଼): ଆଜି ଅପରାହ୍ନ ରେ ଦଶପଲ୍ଲା ଏନ୍ ଏ ସି ଅଂଚଳ ଗସ୍ତ କରିଥିଲେ ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରା । ଦଶପଲ୍ଲା ଏନ୍ଏସି ଅଂଚଳରେ ନିର୍ମାଣାଧୀନ ପାର୍କର ଅଗ୍ରଗତି ବିଷୟରେ ସମୀକ୍ଷା କରିବା ସହିତ ପାର୍କ ନିର୍ମାଣ କାର୍ଯ୍ୟ ଖୁବ୍ ଶିଘ୍ର ଶେଷ କରିବାକୁ ଏନ୍ ଏ ସି ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।

ଏହାପରେ ଦଶପଲ୍ଲାର ବହୁ ପୁରାତନ ଗଣେଶ ବଜାର, ପରିବା ମାର୍କେଟର ପିଣ୍ଡି ଲୋକାର୍ପଣ କରିଥିଲେ । କିଛିଦିନ ଧରି ବିଧାୟକ ଶ୍ରୀ ବେହେରା ମାରାଥନ୍ ଗସ୍ତକରି ଦଶପଲ୍ଲା ର ବିଭିନ୍ନ ଅଂଚଳ ଗସ୍ତକରି, ଜନସାଧାରଣଙ୍କ ସୁଖଦୁଃଖରେ ଭାଗିହେବା ସହିତ, ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ, ଦିନରାତି ଏକ କରିଦେଉଥିବା ଦେଖିବାକୁ ମିଳୁଛି ।

କରୋନା ମହାମାରୀର ଉପସ୍ଥିତିକୁ ଖାତିର୍ ନକରି, ଜନମାନସର ସେବାରେ ନିଜକୁ ଏକାକାର୍ କରିଦେଇଥିବା ଯୁବ ବିଧାୟକଙ୍କର ଏତାଦୃଶ ସେବା ମନୋଭାବକୁ ବିଭିନ୍ନ ମହଲରୁ ସ୍ବାଗତ କରାଯାଇଛି ।

ADVERTISEMENT
ADVERTISEMENT
%d bloggers like this: