ସାମ୍ବାଦିକ ଆକ୍ରମଣ ଘଟଣାରେ ଦାବିପତ୍ର ପ୍ରଦାନ କଲା କେନ୍ଦ୍ରାପଡ଼ା ସାମ୍ବାଦିକ ସଙ୍ଘ |
କେନ୍ଦ୍ରାପଡ଼ା : 08/04/2022(ରିପୋର୍ଟ : ପ୍ରକାଶ କୁମାର ମଲ୍ଲିକ): ଗଣତନ୍ତ୍ରର ଚତୃର୍ଥ ସ୍ତମ୍ଭ କୁହାଯାଉଥିବା ସାମ୍ବାଦିକମାନଙ୍କ ଉପରେ ଦିନକୁ ଦିନ ନିର୍ଯାତନା ଓ ଆକ୍ରୋଶ ବଢ଼ି ବଢ଼ି ଚାଲିଛି | ଆଗରୁ ଭ୍ରଷ୍ଟାଚାରୀ ଅପରାଧୀ ମାନେ ସାମ୍ବାଦିକ ମାନଙ୍କୁ ଆକ୍ରମଣ କରିଥିବାର ନଜିର ରହିଥିବା ବେଳେ , ଏବେ ଖୋଦ ପ୍ରଶାସନିକ ଅଧିକାରୀ ମାନଙ୍କ ଆକ୍ରୋଶର ଶିକାର ହେବାକୁ ପଡୁଛି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ସାଜିଥିବା ସାମ୍ବାଦିକମାନଙ୍କୁ | କେଉଁଠି ମିଛ ମକଦ୍ଦମା ରେ ଫସାଇ ଦିଆଯାଉଛି ତ ଆଉ କେଉଁଠି ଅମାନୁଷିକ ଭାବେ ପ୍ରହାର କରାଯାଉଛି |
ହେଲେ ଏସବୁ ଘଟଣାକୁ ବଳି ଯାଇଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧିକାରୀଙ୍କ ଔଦ୍ଧତାମି | ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ଅଶାଳୀନ ବ୍ୟବହାର ଓ ମାଡ଼ ମାରିବା ପରେ , ତାଙ୍କୁ ଚିକିତ୍ସାଳୟରେ ଚିକିତ୍ସା ସମୟରେ ଆତଙ୍କୀବାଦୀ ଭଳି ଗୋଡ଼ରେ ବେଢି ପକାଇବା ଘଟଣା ଏବେ ସାରା ରାଜ୍ୟର ପ୍ରତ୍ୟେକଟି କାର୍ଯ୍ୟରତ ସାମ୍ବାଦିକ ଏବଂ ଜନସାଧାରଣଙ୍କ ମନରେ ଗଭୀର ଆଘାତ ପଂହଁଚାଇଛି | ରାଜ୍ୟବ୍ୟାପୀ ସାମ୍ବାଦିକ ମାନେ ଏହି ଘଟଣା କୁ ନିନ୍ଦା କରିବା ସହ ଏହି ଘଟଣା ରେ ସମ୍ପୃକ୍ତ ଅଧିକାରୀ ମାନଙ୍କ ବିରୋଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ଦେଇଛନ୍ତି |
ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଏକ ଦାବିପତ୍ର ଜିଲ୍ଲା ପ୍ରଶାସନ ଜରିଆରେ ଦିଆଯାଇଥିବା ଦେଖିବାକୁ ମିଳିଛି |
More Stories
ଓଡ଼ିଆ ସିରିଏଲ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଅଭିଯୋଗ !
ବଜ୍ରପାତରେ ଗୋଟିଏ ପରିବାରର ଚାରିଜଣ ମୃତ !
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?