NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ସେବା କରିବାର ଆନନ୍ଦ ପୃଥିବୀର ଅନ୍ୟ କୌଣସି ଜିନିଷରେ ନଥାଏ !

Spread the love
ADVERTISEMENT

ସେବା କରିବାର ଆନନ୍ଦ ପୃଥିବୀର ଅନ୍ୟ କୌଣସି ଜିନିଷରେ ନଥାଏ !

ନୂଆଗାଁ : 14/08/2021(ରିପୋର୍ଟ :ନିରଞ୍ଜନ ସାହୁ ): ସେବା କରିବାର ଆନନ୍ଦ ପୃଥିବୀର କୌଣସି ଜିନିଷରେ ନଥାଏ | ହଁ ଦର୍ଶକ ବନ୍ଧୁ | ଏହା ନିରାଟ ସତ୍ୟ | ସେବାରେ ଯେଉଁ ଆତ୍ମତୃପ୍ତି ମିଳିଥାଏ, ତାହା ଲକ୍ଷ ଲକ୍ଷ ଟଙ୍କା ରୋଜଗାରରେ ମଧ୍ୟ ନଥାଏ |
ମଣିଷ ଜନ୍ମଗ୍ରହଣ କରିଛି ସଂସାର ପାଇଁ କିଛି କର୍ତ୍ତବ୍ୟ କରିବାପାଇଁ । ତାର କର୍ମ ଯାହା ହେଉନା କାହିଁକି, ସମାଜର ସେବା କରବା ତାର ପ୍ରକୃତ କର୍ମ | ଜୀବନର ଏହି ଅର୍ଥକୁ ଯିଏ ବୁଝିଛି, ତାର ସମସ୍ତ କର୍ମ ସମାଜର ହିତପାଇଁ ପ୍ରଯୁଜ୍ୟ ହୋଇଥାଏ | ତଥାପି ମଣିଷ ଲୋଭ ମାୟାରେ ପଡ଼ି ବେଳେ ବେଳେ ଠିକ ଓ ଭୁଲ ଜାଣିପାରେନା | ଏହିଭଳି ଆଜିକାଲିର ଡିଜିଟାଲ ଯୁଗରେ ଅନ୍ୟ ଦୁଃଖରେ ଦୁଃଖୀ ହେବା, ଅସହାୟ ଗରିବ ଲୋକଙ୍କ ମୁହଁରେ ହସ ଫୁଟେଇ ନିଜେ ଖୁସି ହେଉଥିବା ଲୋକ ବହୁତ କମ ଅଛନ୍ତି ।

ଆସନ୍ତୁ ଏମିତି ଏକ ହୁର୍ଦୟବାନ ଲୋକଙ୍କ ପାଖରେ ପହଞ୍ଚିବା, ଯିଏ ନିଜର ପରିଣତ ବୟସରେ ମଧ୍ୟ ନିଜ ହୃଦୟରେ ସାଇତି ରଖିଛନ୍ତି ସମାଜକୁ ଭଲ ପାଇବାର ଭଣ୍ଡାର, ଆଉ ସେବା କରିବାର ଅମାପ ଆନନ୍ଦ | ଇଏ ଆଉ କେହି ନୁହନ୍ତି ଦର୍ଶକ ବନ୍ଧୁ, ଇଏ ହେଉଛନ୍ତି ଆମ ସମ୍ମାନୀୟ, ଯିଏ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବାରଣ୍ଡାରେ ସେବା କରିବା ପାଇଁ ଅପେକ୍ଷା କରିଥିବା, ଦାମ ସାର | ଦାମ ସାରେ 67 ବର୍ଷ ବୟସରେ ମଧ୍ୟ ଅସହାୟ ଗରିବ ଲୋକଙ୍କ ମୁହଁରେ ହସ ଫୁଟେଇବା ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ବୁଲିବା ସହିତ ଅସହାୟ , ଗରିବ ଲୋକଙ୍କ ପାଇଁ ଦେବଦୁତ ହୋଇ ଠିଆ ହୋଇଯାନ୍ତି | ଘରପୋଡି ହେଉ କି ବନ୍ୟା ଅଥବା ମେଡିକାଲ ସେବା ସବୁସମୟରେ ନିଜର ସ୍କୁଟିରେ ବସି ସକାଳୁ ବାହାରି ପଡ଼ନ୍ତି | କିନ୍ତୁ ଫେରିବା ସମୟ ନଥାଏ | ପିଲା ଠାରୁ ବୁଢ଼ା ସମସ୍ତେ କୁହନ୍ତି ଦାମ ସାରେ ଭଳି ବିରାଟ ହୁର୍ଦୟବାନ ମଣିଷ ମିଳିବା କଷ୍ଟ | ଜିଲ୍ଲାର ଯେକୌଣସି ଜାଗାରେ ରକ୍ତଦାନ ଶିବିର ହୁଏ, ଦାମ ସାରେ ନିଶ୍ଚୟ ଯୋଗ ଦିଅନ୍ତି | ଜିଲ୍ଲାର ଯେଉଁ ଗାଁରେ ଘରପୋଡି ହୁଏ, ଦାମ ସାରେ ସେଠାରେ ପହଂଚି ସହଯୋଗ କରିଥାନ୍ତି । ଏହି ବିଷୟରେ ସାରଙ୍କୁ ପଚାରିଲେ, ସେ କୁହନ୍ତି ସେବା କରିବାର ଆନନ୍ଦ ପୃଥିବୀର ଅନ୍ୟ କୌଣସି ଜିନିଷରେ ନଥାଏ ।

ADVERTISEMENT
ADVERTISEMENT
%d bloggers like this: