NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଜରିପାଲ ତଳେ ରୋଗୀଣା ଶିଶୁର ଭାଗ୍ୟ !

ଜରିପାଲ ତଳେ ରୋଗୀଣା ଶିଶୁର ଭାଗ୍ୟ !
Spread the love
ADVERTISEMENT
ADVERTISEMENT
ADVERTISEMENT

ଜରିପାଲ ତଳେ ରୋଗୀଣା ଶିଶୁର ଭାଗ୍ୟ !

ନୟାଗଡ : 19/01/2022(ନିୟୁଜ ହେଡ଼) ସରକାରୀ ସହାୟତା ସାତ ସପନ ! ନା ଅଛି ରାସନ୍ କାର୍ଡ , ନା ଅଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡ଼ , ନା ଅଛି ଘରଖଣ୍ଡେ ! ଗ୍ରାମର ଜଣେ ସ୍ବଛଳ ବ୍ୟକ୍ତିଙ୍କ ଘରକାନ୍ଥକୁ ଲଗାଇ ଜରିପାଲ ପକା କୁଡିଆଘରେ କଟୁଛି ଜୀବନ । ସେତିକିରେ ଦୁଃଖ ଗଲାନି ଯେ ,ବେଡି ଉପରେ କୋରଡା ମାଡ ଭଳି , ଦୁଇବର୍ଷର ଶିଶୁ କୁ ଅଜଣା ରୋଗ । ମୂଲପାତି ଲାଗି ଯାହାକିଛି ସମ୍ବଳ ଥିଲା , ସ୍ଥାନୀୟ ଡାକ୍ତରଖାନା ଠାରୁ କଟକ ବଡ ଡାକ୍ତରଖାନା ଯାଏ ଧାଇଁ ଧାଇଁ ସେତକ ବି ସରିଗଲା । ଡାକ୍ତର କହିଲେ 3 ରୁ 4 ଲକ୍ଷ ଟଙ୍କା ଖର୍ଚ୍ଚ ହେଲେ ଶିଶୁଟି ଆରୋଗ୍ୟ ହୋଇପାରିବ । ହେଲେ ଏତେଟଙ୍କା ଆସିବ କେଉଁଠୁ । ଶେଷରେ ଅର୍ଥାଭାବରୁ କାନମୁଣ୍ଡା ଆଉଁଶି , ଭଗବାନଙ୍କ ଉପରେ ଭରଷା ରଖି ଚାଲିଆସିଲେ ଘରକୁ । ଏବେ ଜରିପାଲ ତଳେ ରୋଗୀଣା ଶିଶୁର ଭାଗ୍ୟ ।

ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା, ନୂଆଗାଁ ବ୍ଲକ୍ ର ଖାଲମଡା ଗାଁ’ରେ …

ଖାଲମଡା ଗାଁ , ଦଳିତ ସାହିର ପ୍ରଶାନ୍ତ ଦାସ ଓ ସୁନିତା ନାଏକଙ୍କ ଦୁଇବର୍ଷ ତଳେ ଜନ୍ମଲାଭ କରିଥିବା ଏକମାତ୍ର ଶିଶୁ ପୁତ୍ର ଆଶିଶ୍ ମେରୁଦଣ୍ଡ ଜନିତ ରୋଗ କାରଣରୁ ଅଦ୍ୟାବଧି ବସିପାରୁନାହିଁ କିମ୍ଵା ଚାଲିମଧ୍ୟ ପାରୁନାହିଁ । ପୁଅର ଚିକିତ୍ସା ପାଇଁ ପ୍ରଶାନ୍ତ ପ୍ରାୟ ଦୁଇଲକ୍ଷ ଟଙ୍କା ଖର୍ଚ୍ଚ କରି କଟକ ବଡ ମେଡିକାଲ ଓ ନିରତାର୍ ( ଓଲଟପୁର ) ପର୍ଯ୍ୟନ୍ତ ନେଇଥିଲେ ମଧ୍ୟ , ଅଧିକ ଚିକିତ୍ସା ପାଇଁ , ଅର୍ଥାଭାବ କାରଣରୁ ପୁଅକୁ ଘରକୁ ଫେରାଇ ଆଣି ଭାଗ୍ୟକୁ ଆଦରି ଭଗବାନଙ୍କ ଭରଷାରେ ପଡିରହିଛନ୍ତି ।

ଆପଣମାନଙ୍କୁ ସହାୟତାକୁ ଆକୁଳ ନିବେଦନ କରିଛନ୍ତି ପ୍ରଶାନ୍ତ | ଆର୍ଥିକ ସହାୟତା କରିବାପାଇଁ ତଳେ ଦିଆଯାଇଥିବା ବ୍ୟାଙ୍କ ଆକାଉଣ୍ଟ ନଂ.ରେ ପଠେଇପାରିବେ :

Name : Prasanta Kumar Dash
Bank A/C No. 118401000017658
IFSC Code: IOBA0001184
Bank Name: Indian Overseas Bank
Branch Name: Nuagaon (1184)
Contact No. +91 7735725779

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: