NK NEWS ODISHA

News agency Odisha

ପ୍ରଧାନମନ୍ତ୍ରୀ ଫସଲ ବୀମା ଥାଇ ଫସଲ ସମ୍ପୂର୍ଣ୍ଣ ନଷ୍ଟ ପରେ ଋଣ ଛାଡ଼ ନହେବା ନେଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଚାଷୀ ।

The farmers filed a petition with the district magistrate alleging that the debt was not waived after the Prime Minister’s crop insurance .
Spread the love

ପ୍ରଧାନମନ୍ତ୍ରୀ ଫସଲ ବୀମା ଥାଇ ଫସଲ ସମ୍ପୂର୍ଣ୍ଣ ନଷ୍ଟ ପରେ ଋଣ ଛାଡ଼ ନହେବା ନେଇ ଜିଲାପାଳଙ୍କୁ ଦାବିପତ୍ର ପ୍ରଦାନ କଲେ ଚାଷୀ ।

କେନ୍ଦ୍ରାପଡ଼ା : 06/11/2021( ରିପୋର୍ଟ : ଅକ୍ଷୟ କୁମାର ସିଂହ): ଗତ ବର୍ଷ ଖରିଫ ଚାଷ ସମୟରେ ଚାଷୀମାନେ ସେବା ସମବାୟ ସମିତି , ବ୍ୟାଙ୍କ , ବେସରକାରୀ ସଂସ୍ଥା ମାନଙ୍କରୁ ଓ ହାତଉଧାରୀ ଋଣ ନେଇ ଚାଷ କାର୍ଯ୍ୟରେ ଲଗାଇଥିଲେ । ଋଣ ନେବା ସମୟରେ ଚାଷୀମାନେ ତାଙ୍କର ଫସଲନଷ୍ଟରୁ ରକ୍ଷା ପାଇବାପାଇଁ ଫସଲ ବୀମା କରିଥିଲେ ।

ଏଥିରେ ସରକାରଙ୍କର ମଧ୍ୟ ସହଯୋଗ ରହିଥିଲା । ଅତ୍ୟଧିକ ଲଗାଣ ବର୍ଷାରେ ଚାଷୀଙ୍କ ଫସଲ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ସରକାର ତଦନ୍ତ କରି ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ କିଛିକାଂଶରେ କ୍ଷତି ପୂରଣ ପ୍ରଦାନ କରିଛନ୍ତି । ମାତ୍ର ସମ୍ପୂର୍ଣ ଫସଲ ନଷ୍ଟ ହୋଇଯାଇଥିଲେ ବି ଫସଲ ବୀମା କରିଥିବା ଚାଷୀମାନଙ୍କ ଋଣ ଆଦୌ ଛାଡ ହୋଇନାହିଁ ବରଂ ଋଣ ବୋଝ ବଢିଛି ।

ଅପର ପକ୍ଷରେ ଯେଉଁମାନେ ବେସରକାରୀ ଅନୁଷ୍ଠାନ ଓ ହାତଉଧାରୀ ଋଣ ନେଇ ଚାଷ କରିଥିଲେ ସେମାନଙ୍କ ଅତ୍ୟାଚାରରେ ଚାଷୀମାନେ ତ୍ରାହି ତ୍ରାହି ଡାକିଲେଣି । ଏନେଇ ଗତବର୍ଷ ପ୍ରଧାନମନ୍ତ୍ରୀ ଫସଲବୀମା କରିଥିବା ଚାଷୀମାନଙ୍କର ଋଣ ବୀମା କମ୍ପାନୀମାନେ ଛାଡ କରିବା , ବେସରକାରୀ ଅନୁଷ୍ଠାନ ଓ ହାତ ଉଧାରୀ ଋଣ ନେଇଥିବା ଚାଷୀମାନଙ୍କୁ ସରକାରଙ୍କ ତରଫରୁ ପୂର୍ଣ ସାହାଯ୍ୟ ସହଯୋଗ ଯୋଗାଇ ଦେବା ସହିତ ଗତବର୍ଷର ଜଳକର ଓ ଖଜଣା ଛାଡ କରିବା ପାଇଁ କେନ୍ଦ୍ରାପଡାର ଏକ ଅଗ୍ରଣୀ କୃଷକ ସଂଗଠନ କୃଷକ ବିକାଶ ପରିଷଦ ଦୃଢ ଦାବୀ ଉପସ୍ଥାପନ କରିଛି । ନଚେତ କୃଷକ ବିକାଶ ପରିଷଦ ନୀରବଦ୍ରଷ୍ଟା ହୋଇ ନରହି ଆନ୍ଦୋଳନାତ୍ମକ ପନ୍ଥାକୁ ଆପଣେଇବାକୁ ବାଧ୍ୟହେବ ବୋଲି ଚେତାବନୀ ଦେଇଛନ୍ତି ।

%d