ଚାଳକ କହିଲେ ଗାଡ଼ି ଚଢ଼ିଗଲେ ମୋର କଣ ହୋଇଗଲା..ତାପରେ ଲୋକମାନେ କଣ କଲେ ଦେଖନ୍ତୁ….
କଟକ : 03/06/2022(ରିପୋର୍ଟ :ଅକ୍ଷୟ କୁମାର ସିଂହ ): ଚାଳକ କହିଲେ ଗାଡ଼ି ଚଢ଼ିଗଲେ ମୋର କଣ ହୋଇଗଲା । ଡାଇଭରଙ୍କ ଏହି କଥା ଶୁଣିଲା ପରେ ସ୍ଥାନୀୟ ଜନସାଧାରଣ ମାନେ ଉତ୍ୟକ୍ତ ହୋଇ ଉକ୍ତ ହାଇୱା ଗାଡ଼ିକୁ ଅଟକ ରଖିବା ସହିତ ରାସ୍ତା ଅବରୋଧ କରିଥିଲେ ।
ଘଟଣାଟି ଘଟିଛି କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ୍ ଅଧିନ କଟିକଟା-ଜୟପୁର ପୂର୍ତ୍ତ ବିଭାଗ ରାସ୍ତାର ଅସୁରେଶ୍ଵର ବଜାରରେ | ସୂଚନା ଅନୁସାରେ ଗୁରୁବାର ରାତି ପ୍ରାୟ ଆଠଟା ସମୟରେ ଏହି ରାସ୍ତା ଦେଇ ମଟର ସାଇକେଲରେ ସ୍ଥାନୀୟ ପୁବଶଂ ଗ୍ରାମର ଅଜୟ ମିଶ୍ର ଯାଉଥିଲେ | ହଠାତ ମିଶ୍ରଙ୍କୁ ଏକ ହାଇୱା ଟ୍ରକ୍ ଧକ୍କା ଦେଲା | ଫଳରେ ସେ ତଳେ ପଡିଯାଇଥିଲେ। ଅଜୟ ମିଶ୍ରଙ୍କୁ ସ୍ଥାନୀୟ ଜନସାଧାରଣ ଟ୍ରକ ତଳୁ ଉଠାଇ ଉକ୍ତ ଟ୍ରକ ଡ୍ରାଇଭରଙ୍କୁ ପଚାରିବାରୁ ଗାଡି ଚାଳକ ଲୋକମାନଙ୍କ ସହିତ ଯୁକ୍ତି କଲେ । ଫଳରେ ସ୍ଥାନୀୟ ଜନସାଧାରଣମାନେ ଉତ୍ୟକ୍ତ ହୋଇ ଉକ୍ତ ହାଇୱା ଗାଡ଼ିକୁ ଅଟକ ରଖିବା ସହିତ ରାସ୍ତା ଅବରୋଧ କରିଥିଲେ।
ରାସ୍ତା ଅବରୋଧ ଖବରପାଇ ବିଳମ୍ବ ହେଲେ ମଧ୍ୟ ନିଶ୍ଚିନ୍ତକୋଇଲି ଥାନାର ପୋଲିସ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରିବାରୁ ରାସ୍ତା ଅବରୋଧ ହଟିଥିଲା।
ପ୍ରକାଶ ଅଛିକି, ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଲୁଣା ଚିତ୍ରୋତ୍ପଳା ମହାନଦୀରୁ ଶହ ଶହ ବାଲି ବୋଝେଇ ଟ୍ରକ୍ ଯିବା ଆସିବା କାରଣରୁ ହାଇୱାରୁ ପାଣି ବୋହିବା କାରଣରୁ ଏହି ରାସ୍ତାରେ କୃତ୍ରିମ ବନ୍ୟା ସୃଷ୍ଟି ହେଉଛି | ଯାହାଫଳରେ ରାସ୍ତାରେ ଯାଉଥିବା ସ୍କୁଲ କଲେଜ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାରେ ବାଲିପଡିରହିବା ହେତୁ ପ୍ରତ୍ୟେକ ଦିନ ଛୋଟବଡ଼ ଦୁର୍ଘଟଣା ଘଟୁଥିବାର ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି। ଏନେଇ ସ୍ଥାନୀୟ ଜନସାଧାରଣ ଓ ଅସୁରେଶ୍ଵର ବ୍ୟବସାୟ ସଂଘ ପକ୍ଷରୁ ବାରମ୍ଵାର ପ୍ରଶାସନଙ୍କୁ ଅବଗତ କରିଥିଲେ ମଧ୍ୟ ପ୍ରଶାସନ କୁମ୍ଭକର୍ଣ୍ଣ ନିନ୍ଦ୍ରାରେ ଶୋଇଛନ୍ତି ବୋଲି ଅଭିଯୋଗ ହେଉଛି । ଏନେଇ ବାରମ୍ବାର ମିଡ଼ିଆରେ ଖବର ପ୍ରସାରଣ ହେବା ସତ୍ତ୍ୱେ, କଣ ପାଇଁ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି ଏହା ଜନସାଧାରଣଙ୍କ ଚିନ୍ତାର ବିଷୟ ପାଲିଟିଛି।
More Stories
ଓଡ଼ିଆ ସିରିଏଲ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଅଭିଯୋଗ !
ବଜ୍ରପାତରେ ଗୋଟିଏ ପରିବାରର ଚାରିଜଣ ମୃତ !
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?