NK NEWS ODISHA

News agency Odisha

ରାଗିଙ୍ଗ ମାମଲାରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିଏସଏସୟୁଟି) ର ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ରାଗିଙ୍ଗ ମାମଲାରେ 12 ଜଣ ଛାତ୍ରଙ୍କୁ ବହିଷ୍କାର କରାଯାଇଛି |

The Disciplinary Committee of the Vir Surendra Sai University of Technology (VSSUT) here has rusticated 12 students for severely thrashing
Spread the love

ରାଗିଙ୍ଗ ମାମଲାରେ ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିଏସଏସୟୁଟି) ର ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ରାଗିଙ୍ଗ ମାମଲାରେ 12 ଜଣ ଛାତ୍ରଙ୍କୁ ବହିଷ୍କାର କରାଯାଇଛି |

ସମ୍ୱଲପୁର:30/09/2021(ବ୍ୟୁରୋ): ବୁର୍ଲା ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିଏସଏସୟୁଟି) ର ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ରାଗିଙ୍ଗ ମାମଲାରେ 12 ଜଣ ଛାତ୍ରଙ୍କୁ ବହିଷ୍କାର କରାଯାଇଛି । ସେମାନଙ୍କ ମଧ୍ୟରୁ 2ଜଣ ଛାତ୍ରଙ୍କୁ 2 ବର୍ଷ ପାଇଁ ଓ ଅନ୍ୟ 10 ଜଣଙ୍କୁ ବର୍ଷେ ପାଇଁ ବହିଷ୍କାର କରାଯାଇଛି । ବିଶ୍ୱବିଦ୍ୟାଳୟ ଶୃଙ୍ଖଳା କମିଟି ଏହି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନେଇଛି ।

ଅଭିଯୋଗ ଅନୁସାରେ, ଗତ 22 ତାରିଖ ରାତିରେ ଭିସୁଟର ପୁଲହ ହଷ୍ଟେଲର ଜଣେ ତୃତୀୟ ବର୍ଷର ଇଂଜିନିୟରିଂ ଛାତ୍ରଙ୍କୁ ମାଡ ମରାଯାଇଥିଲା । ଅଭିଯୋଗ ପରେ ବସିଥିଲା ଶୃଙ୍ଖଳା କମିଟିର ବୈଠକ । ଏଥିରେ କୁଳପତି, ରେଜିଷ୍ଟ୍ରାରଙ୍କ ସହ 31 ଜଣ ପ୍ରଫେସରଙ୍କ ସମେତ ପୀଡିତ ଛାତ୍ର ଓ ରାଗିଂ କରିଥିଲା ଛାତ୍ର ଉପସ୍ଥିତ ଥିଲେ । ବୈଠକରେ ଉଭୟ ପକ୍ଷ ଛାତ୍ରଙ୍କୁ ଘଟଣା ସମ୍ପର୍କରେ ପଚରାଉଚରା ହୋଇଥିଲା ।

ରାଗିଂ କରିଥିବା ଛାତ୍ରମାନେ ମାଡ ମାରିଥିବା ଅଭିଯୋଗକୁ ସ୍ୱୀକାର କରିଥିଲେ । ଶୃଙ୍ଖଳା କମିଟି ଦେଇଥିବା ରିପୋର୍ଟରେ ବ୍ୟକ୍ତିଗତ ଆକ୍ରୋଶ ଓ ପୂର୍ବ ଶତ୍ରୁତାକୁ ନେଇ ଛାତ୍ରଙ୍କୁ ମାଡ ମରାଯାଇଥିବା ଉଲ୍ଲେଖ ରହିଛି । ଏହି ରିପୋର୍ଟ ଆଧାରରେ 12 ଛାତ୍ରଙ୍କ ବିରୋଧରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ।

ବହିଷ୍କାର ଅବଧି ଶେଷ ପରେ ଏହି ଛାତ୍ରମାନେ ପୁନଃ ବିଶ୍ୱବିଦ୍ୟାଳୟରେ ଯୋଗଦାନ ପୂର୍ବରୁ କର୍ତ୍ତୃପକ୍ଷଙ୍କୁ ଲିଖିତ ଭାବେ ପ୍ରତିଶ୍ରୁତି ଦେବେ ଯେ ସେମାନେ ଭବିଷ୍ୟତରେ ଏଭଳି କାର୍ଯ୍ୟରେ ଆଉ ସମ୍ପୃକ୍ତ ରହିବେ ନାହିଁ । ଏହାର ଉଲ୍ଲଂଘନ ହେଲେ ସେମାନଙ୍କୁ ସବୁଦିନ ପାଇଁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରାଯିବ ବୋଲି କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି ।

%d