ଲଗାଣ ବର୍ଷାରେ ଉଜୁଡିଗଲା ଫସଲ, ଚିନ୍ତାରେ ଚଷାପୁଅ
ଦଶପଲ୍ଲା : 14/12/2021( ଦଶପଲ୍ଲାରୁ ପ୍ରଶାନ୍ତ କୁମାର ପ୍ରଧାନଙ୍କ ରିପୋର୍ଟ ) ମୁଣ୍ଡରେ ହାତଦେଇ ବସିଛି ଦଶପଲ୍ଲା ପଶ୍ଚିମାଞ୍ଚଳର ଚାଷୀ । ହାତୀ, ପାତି ଓ ଜଂଗଲୀ ବାର୍ହାର କବଳରୁ ବଂଚେଇ ବିଲରେ କେଣ୍ଡା କେଣ୍ଡା ହୋଇ ଝୁଲୁଥିଲଥିଲା ସୁନାର ଫସଲ | ଆଉ କେତେଦିନ ପରେ ଫସଲ କାଟି ଖଳାକୁ ଆଣିଥାନ୍ତା ଚାଷୀ । ବର୍ଷକ ଯାକର ପରିଶ୍ରମ ଲଘୁଚାପ ବର୍ଷାରେ ଉଜୁଡିଗଲା । ଦୁଇ ଦିନ ହେବ ଲଘୁଚାପ ଜନିତ ବର୍ଷାରେ ଜମିର ପାଚିଲା ଧାନ ଏବେ ପାଣିରେ ଭାସୁଛି । ଅନେକ ସ୍ଥାନରେ ଚାଷୀ ଫସଲ କାଟି ବିଲରେ ପକାଇଥିବା ବେଳେ ସେଥରେ ପାଣି ମାଡି ଯାଇଥିବା ଦେଖିବାକୁ ମିଳିଛି । ଧାନ କାଟିବାକୁ ଚାଷୀ ପ୍ରସ୍ତୁତ ହେଉଥିବା ବେଳେ ବିଲରେ ପାଣି ମାଡିଯିବାରୁ ଚାଷୀଙ୍କ ମନରେ ଭାଳେଣି ପଡ଼ିଲାଣି । ଏଭଳି ସ୍ଥିତିରେ ପ୍ରଶାସନ କ୍ଷୟକ୍ଷତି ଆକଳନ କରି ଚାଷୀଙ୍କୁ ସହାୟତାର ହାତ ବଢ଼ାଇବାକୁ କୃଷକଙ୍କ ତରଫରୁ ଦାବି ହେଉଛି ।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …