NK NEWS ODISHA

News agency Odisha

ବଧୂ ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ପରିବାର !

The bride's family has been charged with murder.
Spread the love

ବଧୂ ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ପରିବାର !

ଓଡଗାଁ : 03/11/2021(ରିପୋର୍ଟ :ନିରଞ୍ଜନ ସାହୁ ): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ ମଶାବାରି ଗ୍ରାମ ରେ ପୁଣି ଏକ ଅଭବନୀୟ ଘଟଣା ଦେଖି ବାକୁ ମିଳିଛି | ଗତ 4/10/2021 ରେ ଏକ ବଧୂ ହତ୍ୟା ମାମଲା ଘଟିଥିଲା | ଆଜି ପୁଣି ଆଉ ଏକ ବଧୂ ହତ୍ୟା ଘଟଣା ଶୁଣିବାକୁ ମିଳୁଛି | ଅଭିଯୋଗ ଆଣିଛନ୍ତି ଝିଅ ଘର ପରିବାର |

ସୂଚନା ଅନୁସାରେ ଓଡ଼ଗାଁ ଦଲକ ଗ୍ରାମର ଗଦାଧର ପ୍ରଧାନଙ୍କ ଝିଅ ରୁବିନା ବାରିକ ମଶାବାରୀ ଗ୍ରାମର ଗୋବିନ୍ଦ ବାରିକଙ୍କ ପୁତ୍ର ଗଣେଶ ବାରିକଙ୍କୁ ବିବାହ କରିଥିଲେ | ବାହାଘର 18 ମାସ ବିତିଯାଇଥିଲେ ମଧ୍ୟ ସବୁବେଳେ ପାରିବାରିକ କଳହ ଲାଗିରହୁଥୀଲା । ମୂର୍ତ ରୁବିନାଙ୍କ ଦେହ ଅସୁସ୍ଥ ଥିବାରୁ ସେ ପ୍ରଥମେ ଓଡଗାଁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ | ସେଠାରୁ ତାଙ୍କୁ କଟକ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିଲା | ସେହିଠାରେ ତାଙ୍କର ମୃତ୍ୟୁ ଘଟିଥିଲା |

ଫଳରେ ପରିବାର ଲୋକ ଶବକୁ ଆଣି ମଶାବରୀ ଗ୍ରାମରେ ପହଞ୍ଚିଥିଲେ | ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା | ଫଳରେ ମୂର୍ତ ରୁବିନାଙ୍କ ପରିବାର ଲୋକ ଓଡଗାଁ ଆଦର୍ଶ ଥାନା ରେ ହତ୍ୟା ଅଭିଯୋଗ କରିଥିଲେ | ଥାନା ଅଧିକାରୀ (118/2021) ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି। ପ୍ରକାଶ ଅଛିକି, ମୃତ ରୁବିନାଙ୍କର ଏକ ପୁତ୍ର ସନ୍ତାନ ଅଛି |

%d