ବାତ୍ୟା ଜୱାଦ୍ ର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଭୁସୁଡିଲା ଇଟା କାନ୍ଥ ! - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ବାତ୍ୟା ଜୱାଦ୍ ର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଭୁସୁଡିଲା ଇଟା କାନ୍ଥ !

The brick wall collapsed due to torrential rains caused by the effects of the storm.
Spread the love
ADVERTISEMENT
ADVERTISEMENT

ବାତ୍ୟା ଜୱାଦ୍ ର ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଭୁସୁଡିଲା ଇଟା କାନ୍ଥ !

କେନ୍ଦ୍ରାପଡ଼ା : 04/12/2021(ରିପୋର୍ଟ : ଅକ୍ଷୟ କୁମାର ସିଂହ): କେନ୍ଦ୍ରାପଡ଼ାରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା | ବାତ୍ୟାର ପ୍ରଭାବରେ ଲଗାଣ ବର୍ଷା ହେବାରୁ ଘରର ଇଟା କାନ୍ଥ ଭୁଶୁଡ଼ି ଯାଇ ଅଳ୍ପକେ ରକ୍ଷା ପାଇଲେ ପରିବାର ସଦସ୍ୟ । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ କିଣିଲୋ ଗ୍ରାମରେ । ସେହି ଗ୍ରାମର ଦିଲ୍ଲୀପ ବାରିକଙ୍କ ଘର ବର୍ଷା ହେବା ଫଳରେ କାନ୍ଥ ମୂଳରୁ ମାଟି ଧୋଇଯାଇଥିଲା ଯାହାଫଳରେ ଆଜବେଷ୍ଟ ଘରର ଇଟା କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଭାଗ୍ୟବଶତଃ ସେହ ସମୟରେ ପରିବାର ଲୋକେ ଉପସ୍ଥିତ ଥିଲେ ମଧ୍ୟ କେବଳ ଦିଲ୍ଲୀପ ଆଂଶିକ ଆହତ ହୋଇଛନ୍ତି | ଆଉ ଅନ୍ୟ ପରିବାର ସଦସ୍ୟ ଏହି ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘର ଭାଙ୍ଗିଯିବାରୁ ସମସ୍ତ ଆସବାପତ୍ର ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ କୋୖଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବା ଅଭିଯୋଗ କରିଛନ୍ତି ପରିବାର। ଘର ଭାଙ୍ଗିଯିବାରୁ କେଉଁଠି ମୁଣ୍ଡ ଗୁଞ୍ଜିବେ ସେନେଇ ଚିନ୍ତାରେ ପିରିବାର ଲୋକ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: