ବାହାଡ଼ା ଝୋଲା ବଜାର ମାଣିକ ପାଟଣା ଚାରିଛକରେ ଫୁଟିଲା ବୋମା !
ନୂଆଗାଁ : 05/11/2022(ରିପୋର୍ଟ : ନିରଞ୍ଜନ ସାହୁ ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଓଡ଼ଗାଁ ଆଦର୍ଶ ଥାନା ଅଧୀନରେ ଥିବା ବାହାଡ଼ା ଝୋଲା ପଂଚାୟତର ମାଣିକ ପାଟଣା ଚାରିଛକ ଉପରେ ଗତକାଲି ସନ୍ଧ୍ୟା 7 ଘଟିକା ସମୟରେ ସାମାନ୍ୟ କଥାକୁ ନେଇ ବଚସା ହୋଇଥିଲା । ଏଥିରେ ଜଣେ ରାଗିଯାଇ ଅନ୍ୟ ଜଣକ ଉପରକୁ ବୋମା ମାଡ଼ କରିଥିଲା |
ଫଳରେ କେହି କିଛି ବୁଝିଲା ବେଳକୁ ଜିବନ ବିକଳରେ ଲୋକେ ଧାଇଁଥିଲେ | ଆହତ ଜଣକ ତଳେ ପଡ଼ି ଚିତ୍କାର କରୁଥିଲା ଖବର ପାଇ ଓଡ଼ଗାଁ ପୋଲିସ ଓ ବାହାଡ଼ାଝୋଲା ପୋଲିସ ଘଟଣାସ୍ଥଳରେ ପହଂଚିଥିଲେ | ଚିକିତ୍ସା ପାଇଁ ଓଡ଼ଗାଁ ପରେ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ | ଅବସ୍ଥା ଗୁରୁତର ଥିବାରୁ ଭୁବନେଶ୍ଵର ସ୍ଥାନାନ୍ତରିତ ହୋଇଥିଲା | ଆଜି ସକାଳୁ ଜଣଙ୍କର ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୁଚନା ମିଳିଛି ।
ଏପଟେ ପୋଲିସ ବମ ପକାଇଥିବାଥିବା ଅଭିଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି । ଅଂଚଳରେ ଏହି ଘଟଣା ପ୍ରଥମ ହୋଇଥୀବାରୁ ଭୟର ବାତାବରଣ ଖେଳିଯାଇଛି ।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …