ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ବାଣୀଗୋଛା : 25/05/2022(ରିପୋର୍ଟ : ସୁବାଷ ଚନ୍ଦ୍ର ବାରିକ): ବାଣୀଗୋଛା ଜଣେ ଯୁବକ ଘରୁ ଗାଧୋଇ ସ୍ଥାନୀୟ ପୋତାମୁଣ୍ଡିଆ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ଜଣକ ବାଣୀଗୋଛା ଥାନା ଅଧୀନସ୍ଥ ବନ୍ଧସାହି ଗ୍ରାମର । ଗତ ୨୩ ତାରିଖ ଦିନ ନିଲମ୍ ଗାଧୋଇ ଯିବାକୁ କହି ପୂର୍ବାହ୍ନ ୧୧ଟା ସମୟରେ ଘରୁ ବାହାରିକି ଯାଇଥିଲେ । ହେଲେ ଘରକୁ ଆଉ ଫେରିନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିଥିବା ବେଳେ କୌଣସି ସନ୍ଧାନ ପାଇନଥିଲେ । ଏଭଳି ସ୍ଥିତିରେ ଆଜି ସ୍ଥାନୀୟ ଅଞ୍ଚଳର କିଛି ବ୍ୟକ୍ତି ଜଙ୍ଗଲକୁ ଗାଈ ଖୋଜିବା ପାଇଁ ଯାଇଥିଲେ । ଜଙ୍ଗଲର ଏକ ଗଛ ଡାଳରେ ଯୁବକଙ୍କ ଝୁଲନ୍ତା ମୃତଦେହ ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ ।
ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା । ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଥାନା ଅଧିକାରୀ ମୁକେଶ କୁମାର ବେହେରା ପ୍ରକାଶ କରିଛନ୍ତି । ତେବେ ନିଲମ୍ ଏକ ପ୍ରେମ ବ୍ୟାପାରକୁ ନେଇ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
More Stories
ଓଡ଼ିଆ ସିରିଏଲ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଅଭିଯୋଗ !
ବଜ୍ରପାତରେ ଗୋଟିଏ ପରିବାରର ଚାରିଜଣ ମୃତ !
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?