ନୟାଗଡରେ ଅନୁଷ୍ଠିତ ହେଲା ଉତ୍କଳ ସାମ୍ବାଦିକ ସଂଘର ବାର୍ଷିକ ଅଧିବେଶନ ।
ନୟାଗଡ : 20/08/2021(ରିପୋର୍ଟ : ମାନସ ରଞ୍ଜନ ଦାଶ): ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ବିଭୁତିଭୂଷଣ କରଙ୍କ ଅଧ୍ୟକ୍ଷତାରେ ନୟାଗଡ଼ସ୍ଥିତ ନୀଳମାଧଵ କଲ୍ୟାଣ ମଣ୍ଡପ ଠାରେ ସଂଘର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି | ନୟାଗଡ଼ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ଜିଲ୍ଲାସାମ୍ବାଦିକ ସଂଘର ସଭାପତି ଶ୍ରୀକାନ୍ତ ଖଟେଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଅନ୍ୟତମ ଅତିଥି ଭାବେ ଉତ୍କଳ ସାମ୍ବାଦିକ ରାଜ୍ୟସଂଘର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାୟକ ,ନୟାଗଡ଼ ଜିଲ୍ଲାସଂଘର ସମ୍ପାଦକ ଆଦର୍ଶ ପଟ୍ଟନାୟକ,ପୁରୀ ଜିଲା ସଭାପତି ତ୍ରି ବିକ୍ରମ ରାମକୃଷ୍ଣ ମହାପାତ୍ର ,କଟକଜିଲା ସଭାପତି ସତ୍ୟବ୍ରତ ଦାଶ, ଭୁବନେଶ୍ୱରର ସଭାପତି ପ୍ରତାପ କୁମାର ପ୍ରଧାନ , ଖୋର୍ଦ୍ଧା ଜିଲ୍ଲାର ସଭାପତି ପ୍ରଭାତ କୁମାର ମିଶ୍ର ,ଗଞ୍ଜାମ ଜିଲ୍ଲାର ସଭାପତି ଅନିଲ କୁମାର ପଟ୍ଟନାୟକ ,ବୌଦ୍ଧ ଜିଲ୍ଲାର ସଭାପତି ରତ୍ନାକର ବେହେରା OUWJ ଓଡ଼ିଶାର ଉପସଭାପତି ସଞ୍ଜୟ କୁମାର ଦାସ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ଥିଲେ ।
ସର୍ବପ୍ରଥମେ ନୟାଗଡ଼ ଡାକବଙ୍ଗଳାରେ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୁତି ଭୂଷଣ କରଙ୍କୁ ସ୍ୱାଗତ କରାଯାଇଥିଲା। ପରେ ଡାକ ବଙ୍ଗଳାରୁ କୋଭିଡ ଆଇନକୁ ସଂମାନ ଦେଇ ଏକ ବିଶାଳ ରାଲିରେ ଶତାଧିକ ସାମ୍ବାଦିକ ଚାଲି ଚାଲି ନୀଳମାଧଵ କଲ୍ୟାଣ ମଣ୍ଡପକୁ ରାଜ୍ୟ ସଭାପତି ଶ୍ରୀଯୁକ୍ତ କରଙ୍କୁ ପାଛୋଟି ନେଇଥିଲେ।ସେଠାରେ ଏକ ସଭାର ଆୟୋଜନ କରାଯାଇଥିଲା ଏହି ସଭାରେ ସଭାପରିଚାଳନା କରିଥିଲେ ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ । ସଂଘର ସମ୍ବିଧାନ, ଲକ୍ଷ ତଥା ଜୀବନର ଶେଷ ବିନ୍ଦୁ ପର୍ଯ୍ୟନ୍ତ ସାମ୍ବାଦିକଙ୍କ ପାଇଁ ଲଢ଼େଇ ଜାରି ରହିଥିଲା ,ଏବେ ଜାରି ରହିଛି ,ଆଗକୁ ଜାରି ରହିବ ବୋଲି ରାଜ୍ୟ ସଭାପତି ଶ୍ରୀଯୁକ୍ତ କର ତାଙ୍କ ବକ୍ତବ୍ୟରେ କହିଥିଲେ। ଉତ୍କଳ ସାମ୍ବାଦିକ ସଂଘ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ପାଇଁ ସରକାରଙ୍କ ପାଖରେ ଦାବି ଜୋରଦାର କରିବା ପାଇଁ ବହୁ ଆଗରୁ ଦାବି କରିଆସୁଛୁ ବୋଲି ସେ ମଧ୍ୟ କହିଥିଲେ। ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ଆସିଥିବା ସାମ୍ବାଦିକମାନେ ରାଜ୍ୟ ସଭାପତିଙ୍କୁ ଫୁଲମାଳ ଏବଂ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ।
କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ତଥା ପୂର୍ବତନ ନଗରପାଳ ଭବାନୀ ଶଙ୍କର ଦାଶ , କଟକର ବରିଷ୍ଠ ଯୁବ ସାମ୍ବାଦିକ ଏସ କେ ଜାଭେଦ , ରାଜ୍ୟସଂଘ ପରିଚାଳନା କମିଟିର ସଦସ୍ୟ ସୁବାଷ ମହାପାତ୍ର , ଗଣିଆ ପ୍ରେସ କ୍ଲବର ସଭାପତି ଦେବୀପ୍ରସାଦ ଦାଶ ,NEW7 ର ଜିଲା ପ୍ରତିନିଧି ବୈଦ୍ୟଭୂଷଣ ମହାପାତ୍ର, ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାସ ,ସାମ୍ବାଦିକ ପ୍ରଶାନ୍ତ ସାହୁ ,ସାମ୍ବାଦିକ କିଶୋର ରାଉତରାୟଙ୍କ ସମେତ ଜିଲା ତଥା ରାଜ୍ୟ ସଂଘର ବହୁ କର୍ତ୍ତକର୍ତ୍ତା ଯୋଗଦେଇଥିଲେ । ପରିଶେଷରେ ବରିଷ୍ଠ ସାମ୍ବାଦିକ ତଥା କବି ଚନ୍ଦ୍ରବିଜୟ ମିଶ୍ର ସମସ୍ତ ମଞ୍ଚ।ସିନ ଅତିଥି ମାନଙ୍କୁ ଧନ୍ୟବାଦ ଦେବାପରେ ସଭାକୁ ସମାପ୍ତ କରାଯାଇଥିଲା ।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …