NK NEWS ODISHA

News agency Odisha

3ବର୍ଷ ଧରି ଅଧାରେ ପଡ଼ିରହିଛି ଶିଶୁମାନଙ୍କ ପାଇଁ ନିର୍ମିତ ଅଙ୍ଗନୱାଡି କେନ୍ଦ୍ର : ଲକ୍ଷ ଲକ୍ଷ ରାଜସ୍ବ ବିନିଯୋଗ ହେଉଛି କାହାପାଇଁ…?

The Anganwadi Center for Children has been lying dormant for 3 years: millions of revenue investments for whom ...?
Spread the love

3ବର୍ଷ ଧରି ଅଧାରେ ପଡ଼ିରହିଛି ଶିଶୁମାନଙ୍କ ପାଇଁ ନିର୍ମିତ ଅଙ୍ଗନୱାଡି କେନ୍ଦ୍ର : ଲକ୍ଷ ଲକ୍ଷ ରାଜସ୍ବ ବିନିଯୋଗ ହେଉଛି କାହାପାଇଁ…?

ଦଶପଲ୍ଲା :22/10/2021(ରିପୋର୍ଟ : କ୍ଷୀରୋଦ ଚନ୍ଦ୍ର ପ୍ରଧାନ ):ମାତୃ ଓ ଶିଶୁ ମାନଙ୍କ ପାଇଁ ସରକାରୀ କୋଟିକୋଟି ରାଜସ୍ବ ବିନିଯୋଗ କରି ଅନେକ ଯୋଜନା କରୁଛନ୍ତି | ଫଳସ୍ୱରୂପ ଗାଁ ଗାଁ ରେ ନିର୍ମିତ ହେଉଛି ଅଙ୍ଗନୱାଡି କେନ୍ଦ୍ର | ଶିଶୁମାନଙ୍କର ବୌଦ୍ଧିକ ଜ୍ଞାନକୁ ବୃଦ୍ଧି କରି ଉତ୍ତମ ସ୍ୱାସ୍ଥ୍ୟ ଲକ୍ଷ୍ୟରେ ପ୍ରତିଷ୍ଠା ହେଉଛି ଅଙ୍ଗନୱାଡି କେନ୍ଦ୍ର |

ହେଲେ ପ୍ରଶାସନିକ ଅପାରଗତା ଯୋଗୁଁ ଏମିତି ଅନେକ ପ୍ରକଳ୍ପ ଅଧାରେ ପଡ଼ିରହୁଛି | ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକର ଦୁର୍ଗାପ୍ରସାଦ ଗ୍ରାମରେ |

ଅଧା ପନ୍ତରିଆ ଭାବେ ପଡିରହିଛି ଦଶପଲ୍ଲା ବ୍ଲକ୍ କୁଲୁରୁକୁମ୍ପା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଦୁର୍ଗାପ୍ରଶାଦ ଗାଁ’ର ଅଂଗନଓ୍ବାଡି ଗୃହ । ପ୍ରତିଦିନ ଏହି ଅସନା, ଅବର୍ଜନା ପୂର୍ଣ୍ଣ ଘରେ ଅଂଗନ ଓ୍ବାଡି କେନ୍ଦ୍ର ଚାଲିବା ସଂଗେ ସଂଗେ ପ୍ରତି ମାସରେ ଗର୍ଭବତୀ, ପ୍ରସୂତି ଓ ନବଜାତ ଶିଶୁ ମାନଙ୍କୁ ଏହି ଅପରିସ୍କାର ପରିବେଶ ମଧ୍ୟରେ ଜୀବନ ରକ୍ଷାକାରୀ ଟିକା ଓ ମମତା ଦିବସ ରେ ପୃଷ୍ଟିକର ଖାଦ୍ୟ ବିତରଣ କରାଯାଇଥାଏ ।

ପ୍ରଶାସନିକ ଉଦାସୀନତା ଯୋଗୁଁ ଏହି ଗୃହ ନିର୍ମାଣର ପ୍ରାପ୍ୟ ସପୃକ୍ତ ଠିକାଦାର ପାଇନଥିବାରୁ , ଗୃହଟି ଅସଂପୂର୍ଣ୍ଣ ହୋଇ ରହିଛି । ଏସମ୍ପର୍କରେ ଗ୍ରାମବାସୀ ଉଚ୍ଚ କର୍ତ୍ତୄପକ୍ଷକୁଂ ବହୁବାର ଅବଗତ କରିଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି କର୍ଣ୍ଣପାତ କରୁନଥିବା କହିଛନ୍ତି ଗ୍ରାମବାସୀ ।

ଅଞ୍ଚଳବାସୀଙ୍କ କହିବା ଅନୁସାରେ, ଦୀର୍ଘ 3ବର୍ଷ ଧରି ଏମିତି ଅସଂପୂର୍ଣ୍ଣ ହୋଇ ପଡ଼ିରହିଛି ଅଙ୍ଗନୱାଡି ଘର | ଏମିତକି ଶ୍ରମିକମାନଙ୍କର ମଜୁରୀ ମଧ୍ୟ ମିଳିପାରିନାହିଁ | କ୍ଷୋଭର ସହିତ ପ୍ରତିକ୍ରିୟା ଦେଇଛନ୍ତି ଗ୍ରାମବାସୀ | ଏପରିକି ଦରକାର ହେଲେ ରାଜରାସ୍ତାକୁ ଓଲ୍ହାଇ ଆନ୍ଦୋଳନ କରିବାପାଇଁ ପ୍ରସ୍ତୁତି ଚାଲୁଛି ବୋଲି ଜଣେ ଗ୍ରାମବାସୀ କହିଛନ୍ତି |

%d