ବସଷ୍ଟାଣ୍ଡ ପାଇଁ ସରକାରି ଜାଗାରୁ ଘର ଉଛେଦ କଲା ପ୍ରଶାସନ !
ଗଣିଆ : 21/10/2021(ରିପୋର୍ଟ :ମାନସ ରଞ୍ଜନ ଦାସ): ବସଷ୍ଟାଣ୍ଡ ପାଇଁ ସରକାରି ଜାଗାରୁ ଘର ଉଛେଦ କଲା ପ୍ରଶାସନ |
ସୂଚନା ଅନୁସାରେ ନୟାଗଡ଼ ଜିଲ୍ଲା ଗଣିଆ ତହସିଲ ନିକଟସ୍ଥ ଚୌବଙ୍ଗଛକ ରାସ୍ତା କଡ଼ରେ ଥିବା ସରକାରୀ ଓ ଜଙ୍ଗଲଜମି ଦୀର୍ଘ 20 ବର୍ଷ ଧରି ଜବରଦଖଲରେ ଥିଲା | ନରୋତ୍ତମ ନାୟକ ପିତା ନବଘନ ନାୟକ ଦୁଇ ବଖରା ଘରତିଆରି କରି ବହୁ ଦୁଃଖକଷ୍ଟରେ ନିଜର ଚାରିପ୍ରାଣୀ କୁଟୁମ୍ବକୁ ନେଇ ବସବାସ କରିଆସୁଥିଲେ ।
ଗତ କିଛି ଦିନ ହେଲା ଗଣିଆରେ ବସଷ୍ଟାଣ୍ଡ ପାଇଁ ଏହିଯାଗକୁ ଚିହ୍ନଟ କରାଯାଇଥିଲା । ତେବେ ସେହି ଜାଗାରେ ଜବରଦଖଲରେ ଥିବା ନରୋତ୍ତମ ନାୟକଙ୍କୁ ପ୍ରଶାସନ ତରଫରୁ ବାରମ୍ବାର ନୋଟିସ କରାଯାଇଥିଲା । କିନ୍ତୁ ନରୋତ୍ତମ ପ୍ରଶାସନର ନୋଟିସକୁ ଚ୍ୟାଲେଞ୍ଜ କରି ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହେବାପରେ ଉଛେଦ ପ୍ରକ୍ରିୟା ସ୍ଥଗିତ ହୋଇଥିଲା । ତେବେ ପ୍ରଶାସନ ପକ୍ଷରୁ ଜବର ଦଖଲକାରିଙ୍କୁ 20 ତାରିଖ ସୁଦ୍ଧା ଜାଗା ଖାଲି କରିବା ପାଇଁ ନୋଟିସ କରାଯାଇଥଲେ ମଧ୍ୟ ସେ ଜାଗା ଛାଡି ନ ଥିଲେ ।
ଯାହାର ପରିଣାମ ଆଜି ପ୍ରଶାସନ ତରଫରୁ ଦୁଇ ପ୍ଲାଟୁନ ପୋଲିସଙ୍କ ସମେତ ଗଣିଆ ତହସିଲଦାର କିଶୋର କୁମାର ପଣ୍ଡା , ଅତିରିକ୍ତ ତହସିଲଦାର ବନମାଳୀ ପରିଡା ,ଖଣ୍ଡପଡା SDPO ପ୍ରଭାତ କୁମାର ମଲ୍ଲିକ ,ଖଣ୍ଡପଡା ଥାନା ଅଧିକାରୀ ବିଶ୍ୱଜିତ ରାଉତରାୟ ,S I ଶ୍ରଦ୍ଧା ନାୟକ ,ଗଣିଆ ଥାନା ASI ପ୍ରମୋଦ କୁମାର ନନ୍ଦଙ୍କ ସମେତ ତହସିଲ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ । ଜବର ଦଖଲକାରୀ ନରୋତ୍ତମ ନାୟକ ଘର ନ ଭାଙ୍ଗିବା ପାଇଁ ପ୍ରଶାସନ ନିକଟରେ ବହୁ କାକୁତି ମିନତୀ ହୋଇଥିଲେ ମଧ୍ୟ ପ୍ରଶାସନ କଡା ଆଭିମୁଖ୍ୟ ସବୁକିଛି ଯେପରି ଫିକା ପଡିଯାଇଥିଲା । ଫଳରେ ଘର ଭିତରେ ଥିବା ଜିନିଷ ପତ୍ରକୁ ବୋହିଆଣି ରାସ୍ତାକଡ଼ରେ ଗଦେଇଥିବାର ହୃଦୟ ବିଦାରକଦୃଶ୍ୟ ଦେଖିବାକୁ ମିଳିଥିଲା।
ପରେ ଦୁଇଟା ଜେସିବି ସାହାଯ୍ୟରେ ଦୁଇ ବଖରା ଘର ନିମିଷକେ ମାଟିରେ ମିଶିଯାଇଥିଲା। କିନ୍ତୁ ଦୁଃଖ ଓ ପରତାପର ବିଷୟ ଜବର ଦଖଲ କାରୀଙ୍କୁ ପ୍ରଶାସନ ତରଫରୁ କୌଣସି ସାହାଯ୍ୟ ଓ ସହଯୋଗ କରାଯାଇନଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ । ତେବେ ଅଭିଯୋଗକାରୀଙ୍କୁ ସରକାରୀ ସାହଯ୍ୟ ଓ ସହଯୋଗ ଦେବା ପାଇଁ ଜନସାଧାରଣ ରେ ଦାବି ହେଉଛି ।
More Stories
ଆଗାମୀ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ : ଜିଲ୍ଲାରେ ତିନି ବର୍ଷରୁ ଊର୍ଧ୍ଵ ରହିଥିବା ଅଧିକାରୀ ଜିଲ୍ଲାରୁ ବିଦା ହେବେ
ଜାତୀୟ ପକ୍ଷୀ ମୟୂର ଜାତୀୟ ରାଜପଥରେ ଜୀବନ ହରାଇବା ପରି ଆହ୍ୱାନର ଶିକାର !
ଆଜିର ନୟାଗଡ଼ ଖବର …