NK NEWS ODISHA

News agency Odisha

ନଭେମ୍ବର 19 ତାରିଖ ଦିନ ଅନୁଷ୍ଠିତ ହେବ ଶ୍ରୀରାମକୃଷ୍ଣ ସେବାଶ୍ରମର 43 ତମ ବାର୍ଷିକୋତ୍ସବ |

The 43rd anniversary of Sri Ramakrishna Sebashram will be held on November 19.
Spread the love

ନଭେମ୍ବର 19 ତାରିଖ ଦିନ ଅନୁଷ୍ଠିତ ହେବ ଶ୍ରୀରାମକୃଷ୍ଣ ସେବାଶ୍ରମର 43 ତମ ବାର୍ଷିକୋତ୍ସବ |

ଖୋର୍ଦ୍ଧା : 11/11/2021(ରିପୋର୍ଟ :ସନାତନ ମହାକୁଡ଼): ଶ୍ରୀରାମକୃଷ୍ଣ ସେବାଶ୍ରମ, ଟିକାତାଳରେ ଚଳିତ ନଭେମ୍ବର ମାସ 19 ତାରିଖ ମଧ୍ୟାହ୍ନରେ ଆଶ୍ରମର 43 ତମ ବାର୍ଷିକୋତ୍ସବ କୋଭିଡ୍ ନିୟମ ଅନୁସାରେ ପାଳନ କରାଯିବ।ଏହା ସହିତ 2021-22 ବର୍ଷ ପାଇଁ ସଦସ୍ୟତା / ମେମ୍ବରସିପ୍ ନବୀକରଣକରିବା ସହିତ ଆଶ୍ରମର ଶୁଭେଚ୍ଛୁ, ଭକ୍ତ ଓ ବଦାନ୍ୟ ବ୍ୟକ୍ତିମାନଙ୍କୁ ଏଥିରେ ବାର୍ଷିକ ସଦସ୍ୟ ଭାବରେ ସାମିଲ କରିବା ପାଇଁ ଆଶ୍ରମ ତରଫରୁ କୁହାଯାଇଛି ।

ଶ୍ରୀଶ୍ରୀ ଠାକୁର ସେବା, ସାଧୁ ଓ ଅତିଥି ସେବା, ଚିକିତ୍ସା ଓ ରିଲିଫ୍ ସେବା, ଦରିଦ୍ର ନାରାୟଣ ସେବା, ଆଶ୍ରମର ଉନ୍ନୟନ କାର୍ଯ୍ୟ, ଅଭାବୀ ଓ ମେଧାବୀ ବିଦ୍ୟାର୍ଥୀମାନଙ୍କୁ ସାହାଯ୍ୟ, ବିଭିନ୍ନ ଉତ୍ସବ ପାଳନ ସଦସ୍ୟଙ୍କ ଚାନ୍ଦା ତଥା ସ୍ବତନ୍ତ୍ର ଦାନରୁ ଖର୍ଚ୍ଚ କରାଯାଏ।

ଆଶ୍ରମର ପ୍ରତିଷ୍ଠାତା ସଂପାଦକ ସ୍ବାମୀ ଭାଗବତାନନ୍ଦ ମହାରାଜଙ୍କ ମାର୍ଗଦର୍ଶନରେ ଆଶ୍ରମର 43 ତମ ବାର୍ଷିକୋତ୍ସବ 19 ନଭେମ୍ବର 2021 ରାସପୂର୍ଣ୍ଣିମା ତିଥିରେ କୋଭିଡ୍ ନିୟମ ଅନୁସାରେ ପାଳନ କରାଯିବ। ଆଶ୍ରମ ତରଫରୁ କୌଣସି ନିମନ୍ତ୍ରଣ ପତ୍ର ଛପାହୋଇ ନାହିଁ। ଏହାକୁ ନିମନ୍ତ୍ରଣ ମନେକରି ସଦସ୍ୟ, ଭକ୍ତ, ଗ୍ରାମବାସୀ ତଥା ଶୁଭେଚ୍ଛୁମାନଙ୍କୁ ଦିନ 10 ଟା ବେଳଠାରୁ ଉପସ୍ଥିତ ରହିବାକୁ ଆଶ୍ରମ ତରଫରୁ ଅନୁରୋଧ କରାଯାଇଛି ।

        *ଜଗତ୍ ଜନନୀ ମହାମାୟାଙ୍କ କୃପାରୁ ମହାମାରୀରୁ ସୁରକ୍ଷା ପାଇବା ସହିତ ଆପଣଙ୍କର ସୁସ୍ଥ ନୀରୋଗ ଜୀବନ ଯାପନ ନିମନ୍ତେ ଶ୍ରୀ ଶ୍ରୀ ଠାକୁରଙ୍କ ପାଦପଦ୍ମରେ ପୁନଶ୍ଚ ପ୍ରାର୍ଥନା ଜଣାଉଛୁ।*
%d