ଡାଳିଆମଡା ଓ ନୂଆ ରାଇପୁର ଗ୍ରାମରେ ଉତେଜନା: ବୋମା ଫୁଟିବା ନେଇ ଅଞ୍ଚଳବାସୀ ଆତଙ୍କୀତ 3 ଗୁରୁତର ! - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଡାଳିଆମଡା ଓ ନୂଆ ରାଇପୁର ଗ୍ରାମରେ ଉତେଜନା: ବୋମା ଫୁଟିବା ନେଇ ଅଞ୍ଚଳବାସୀ ଆତଙ୍କୀତ 3 ଗୁରୁତର !

https://nknewsodisha.com/tensions-in-daliamda-and-nua-raipur-villages-locals-terrorized-by-bomb-blasts/

Tensions in Daliamda and Nua Raipur villages: Locals terrorized by bomb blasts

Tensions in Daliamda and Nua Raipur villages: Locals terrorized by bomb blasts
Spread the love
ADVERTISEMENT
ADVERTISEMENT

ଡାଳିଆମଡା ଓ ନୂଆ ରାଇପୁର ଗ୍ରାମରେ ଉତେଜନା: ବୋମା ଫୁଟିବା ନେଇ ଅଞ୍ଚଳବାସୀ ଆତଙ୍କୀତ 3 ଗୁରୁତର !

ନୂଆଗାଁ : 04/12/2021(ବ୍ୟୁରୋ): ନୟାଗଡ ଜିଲ୍ଲା ନୂଆଗାଁ ବ୍ଳକ ଚାହାଳି ପଂଚାୟତର ଗାଁ ବିବାଦ ନେଇଛି ଉଗ୍ର ରୂପ ! ଦୁଇ ବର୍ଷ ହେଲା ଲାଗି ରହିଛି ଗାଁ ଗାଁ ମଧ୍ୟରେ ବିବାଦ ! ଉଭୟ ଗ୍ରାମ ମଧ୍ୟରେ ବିଭିନ୍ନ ସମୟ ରେ ଖଣ୍ଡା, ତରୱାଲ, ଭୁଷା ଭଳି ମରଣାଅସ୍ତ୍ର ବୁଲିବା ସହ ବୋମା ମାଡ଼ ହେଲା ଭଳି ଦୃଶ୍ୟ ମନରୁ ଲିଭିନଥିବା ବେଳେ ପୁଣି ଉଗ୍ରରୂପ ନେଇଛି ଦୁଇ ଦିନ ହେଲ ଗାଁ ବିବାଦ ! ହେଲେ ଆଜି ସୀମା ପାର କରିଛନ୍ତି ଡାଳିଆମଡା ଗ୍ରାମବାସି !ଡାଳିଆମଡ଼ା ଗ୍ରାମବାସି ରାସ୍ତା ଅବରୋଧ କରିବା ସହ ନୂଆ ରାଇପୁର ଗ୍ରାମ ଭିତରେ ପଶି ଆଗ ଆକ୍ରମଣ କରିଥିବା ଫଳରେ ତିନି ଗୁରୁତର ହୋଇଥିବାର ସୂଚନା ମିଳିଛି |

ADVERTISEMENT

ସୂଚନା ଅନୁସାରେ ନୟାଗଡ ସଦର ଥାନା ଅନ୍ତର୍ଗତ ଡାଳିଆମଡ଼ା ଗ୍ରାମର ଏକ ବିବାହ ବରଯାତ୍ରୀ ନୂଆ ରାଇପୁର ଗ୍ରାମଦେଇ ଯାଉଥିଲା | ହେଲେ ନୂଆ ରାଇପୁର ଗ୍ରାମର କିଛି ଯୁବକ ଗାଁ ମୁଣ୍ଡ କ୍ଲବ ଘର ଠାରେ ଭୋଜି ଭାତ କରି ଖାଇବାକୁ ଯାଉଥିବା ବେଳେ ବରଯାତ୍ରୀ ସେହିଠାରେ ଡିଜେ ଗାଡି ରଖି ନାଚି ଧୂଳି କରିଥିଲେ |ନୂଆ ରାଇପୁର ଗ୍ରାମର କିଛି ଯୁବକ ଏହାକୁ ରୋକିଥିଲେ ଏବଂ ଅସୁବିଧା ହେଉଛି ଧୂଳି ଉଡ଼ୁଛି କହିଥିଲେ ଆଉ ଟିକେ ଆଗକୁ ଯାଇ ନାଚି ବାକୁ କହିଥିଲେ | ହେଲେ ଡାଳିଆମଡ଼ା ଗ୍ରାମବାସିଙ୍କର କିଛି ଯୁବକ ଏହାକୁ ନଶୁଣି ଆମେ ଅଲବତ ନାଚିବୁ କହି କ୍ଲବ ପିଲାଙ୍କ ଭୋଜି ଥାଳିରେ ବାଲି ପକେଇ ଦେଇଥିଲେ ବୋଲି ଅଭିଯୋଗ ହୋଇଛି । ବରଯାତ୍ରୀ ନେଇ ଯାଇଥିଲେ | ତେଣୁ ନୂଆରାଇପୁର ଗ୍ରାମବାସି ଡାଳିଆମଡ଼ା ଗ୍ରାମ ବାସଙ୍କଠୁ ନ୍ୟାୟ ପାଇବା ଆଶା ନେଇ ନୂଆ ରାଇପୁର ରାସ୍ତା ଉପରେ ବସିଥିଲେ |ହେଲେ ଡାଳିଆମଡ଼ା ଗ୍ରାମ ବାସିନ୍ଦା ଉତଂକ୍ଷିପ୍ତ ହୋଇ ରେଳ ଲାଇନି ବ୍ରିଜି ତଳେ ରାସ୍ତା ଅବରୋଧ କରିବା ସହ ନୂଆ ରାଇପୁର ଗ୍ରାମ ର 3ଜଣ ଙ୍କୁ ଆକ୍ରମଣ କରିବା ସହ ବିଭିନ୍ନ ମରଣାଅସ୍ତ୍ର ଧରିବା ସହ ବମ ପକେଇବା, ବିଭିନ୍ନ ଗାଳି ଗୁଲଜ କରିବା ଖବର ଅଞ୍ଚଳ ସାରା ଖେଳି ଯାଇଥିବା ଜଣାପଡିଛି |

ପରେ ଘଟଣା ସ୍ଥଳରେ ଏକ ପ୍ଲାଟୁନ ଫୋର୍ସ ସହ ନୟାଗଡ ଏସ ଡି ପି ଓ ଙ୍କ ସହ ସଦର ଥାନା ପୋଲିସ ପହଞ୍ଚି ଉଭୟ ଗ୍ରାମର ମୁଖିଆମାନଙ୍କୁ ଡାକି ପୋଲିସ ଉପସ୍ଥିତରେ ଏକ ବୈଠକ କରାଯାଇଛି| ପୂର୍ବ ବିବାଦକୁ ଛାଡି ବର୍ତ୍ତମାନ ଦୁଇ ଦିନ ଲାଗିରହିଥିବା ବିବାଦ ଯେପରି ଆଉ ଆଗକୁଆଉ ନଉପୁଜେ ସେଥିପାଇଁ ଉଭୟ ଗ୍ରାମରୁ 22 ଜଣଙ୍କ ଜରିଆରେ ଶାନ୍ତି କମିଟି ଗଠନ କରାଯାଇଛି | ଉଭୟ ଗ୍ରାମ ସର୍ବସନ୍ମତି ମଧ୍ୟରେ ନିଷ୍ପତ୍ତି କରି ଥାନାରେ ଲିଖିତ କରି ଜଣେଇଥିବା ଜଣାପଡିଛି | ଆକ୍ରମଣରେ ଗୁରୁତର ହୋଇଥିବା ବ୍ୟକ୍ତି ମାନଙ୍କ ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯିବ ବୋଲି ସଦର ଥାନା ଅଧିକାରୀ ଦୀପକ ଖଣ୍ଡାୟତ ରାୟ ସୂଚନା ଦେଇଛନ୍ତି | ଏପଟେ ସ୍ଥାନୀୟ ସରପଂଚଙ୍କୁ ଯୋଗାଯୋଗ କରିଥୀଲୁ ସେ କହିଛନ୍ତି ଆସନ୍ତା 13 ତାରିଖ ଦିନ ଶାନ୍ତି କମିଟି ଦ୍ୱାରା ସମାଧାନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଉଛି ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: