ଟାକରା କଲେଜ୍ ର ନୂତନ ଶ୍ରେଣୀ ଗୃହ ଓ ପାନୀୟ ଜଳଯୋଗାଣ ପ୍ରକଳ୍ପ ଉଦ୍ଘାଟିତ । - NK NEWS ODISHA

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ଟାକରା କଲେଜ୍ ର ନୂତନ ଶ୍ରେଣୀ ଗୃହ ଓ ପାନୀୟ ଜଳଯୋଗାଣ ପ୍ରକଳ୍ପ ଉଦ୍ଘାଟିତ ।

Takara College's new classroom and drinking water supply project has been inaugurated.
Spread the love
ADVERTISEMENT
ADVERTISEMENT
ADVERTISEMENT

ଟାକରା କଲେଜ୍ ର ନୂତନ ଶ୍ରେଣୀ ଗୃହ ଓ ପାନୀୟ ଜଳଯୋଗାଣ ପ୍ରକଳ୍ପ ଉଦ୍ଘାଟିତ ।

ଦଶପଲ୍ଲା : 12/12/2021: ଦଶପଲ୍ଲା ବ୍ଲକ୍ ମଣୀନାଗ ବହୁମୂଖୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ( ବୁଗୁଡା କଲେଜ ) ର ପାନୀୟ ଜଳ ପ୍ରକଳ୍ପ ଓ ନୂତନ ଶ୍ରେଣୀ ଗୃହ ର ଶୁଭ ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ପାନୀୟ ଜଳ ପ୍ରକଳ୍ପ ଓ ନୂତନ ଶ୍ରେଣୀ ଗୃହର ଶୁଭ ଉଦ୍ଘାଟନ କରିଥିଲେ । ବିଧାୟକ ଏହା ସହିତ, ଲୋକଙ୍କ ବିଭିନ୍ନ ସମସ୍ୟା ବୁଝିଥିଲେ ।ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ ,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଲଢୁଆ ଯୁବନେତା ଉପେନ୍ଦ୍ର କୁମାର ସାହୁ, ଟାକରା ଗ୍ରାମପଂଚାୟତର ସମିତି ସଭ୍ୟା ପ୍ରତିମା ନାୟକ, ବିଶିଷ୍ଠ ଆଇନଜୀବୀ ଦିଲ୍ଲୀପ୍ କୁମାର ପଣ୍ଡା ପ୍ରମୁଖ ଯୋଗଦେଇ ମଣୀନାଗ ବହୁମୂଖୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।

ADVERTISEMENT

ଅଧ୍ୟକ୍ଷ ରାଧାମୋହନ କର୍ମୀ ସ୍ବାଗତ୍ ଭାଷଣ ଦେଇଥିବାବେଳେ ,ଅଧ୍ୟାପକ ନିଳମଣୀ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଧାୟକ ରମେଶ ଚନ୍ଦ୍ର ବେହେରା ତାକଂ ଅଭିଭାଷଣ ରେ କହିଥିଲେ ଯେ , ୧୯୯୪ ମସିହାରେ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ସ୍ଥାପିତ ଏହି କଲେଜ୍ ର ବିପରି ଉନ୍ନତି ହେବ ସେ ଦାଇତ୍ଵ ମୁଁ ନିଜେ ନେଉଛି,ଖୁବ୍ ଶିଘ୍ର ମଣୀନାଗ ବହୁମୂଖୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ପାଚେରୀ ନିର୍ମାଣ କରାଯିବ ।ଆଦିବାସୀ, ହରିଜନ ଛାତ୍ରଛାତ୍ରୀ କଂ ଗ୍ୟାନର ବିକାଶ ପାଇଁ କଲେଜ୍ ରେ ଏକ ଲାଇବ୍ରେରୀ ମଧ୍ୟ ଖୁବ୍ ଶିଘ୍ର ପ୍ରତିଷ୍ଠା କରାଯିବ ବୋଲି ବିଧାୟକ ଘୋଷଣା କରିଥିଲେ ।

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
%d bloggers like this: