Students from Nayagarh district can register in search of sports talent

NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

କ୍ରୀଡ଼ା ପ୍ରତିଭା ଅନ୍ଵେଷଣରେ ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ ଏପରି କରିପାରିବେ ପଞ୍ଜିକରଣ |

Students from Nayagarh district can register in search of sports talent
Spread the love
ADVERTISEMENT
ADVERTISEMENT

କ୍ରୀଡ଼ା ପ୍ରତିଭା ଅନ୍ଵେଷଣରେ ନୟାଗଡ଼ ଜିଲ୍ଲାର ଛାତ୍ରଛାତ୍ରୀ ଏପରି କରିପାରିବେ ପଞ୍ଜିକରଣ |

ନୟାଗଡ :08/01/2022(ବ୍ୟୁରୋ): ଓଡିଶା କ୍ରୀଡା ବିଭାଗ ତରଫରୁ କ୍ରୀଡ଼ା ଶିକ୍ଷକ/ପ୍ରଶିକ୍ଷକମାନେ ନିଜ ନାମ ପଞ୍ଜିକରଣ କରାଇ, ଓଡ଼ିଶା ପାଇଁ ଭବିଷ୍ୟତର କ୍ରୀଡ଼ା ତାରକା ଅନ୍ଵେଷଣ କରିବା କାର୍ଯ୍ୟରେ ସରକାରଙ୍କର ସହଭାଗୀ ହେବାକୁ ଆହ୍ବାନ କରାଯାଇଅଛି | ବର୍ତମାନ କୌଣସି ଖେଳ ଖେଳୁନଥିବା ଛାତ୍ର ଛାତ୍ରୀ ଯଦି କ୍ରୀଡାରେ ଉତ୍କର୍ଷ ପ୍ରଦର୍ଶନ କରିବା ପାଇଁ ନିଜ ପ୍ରତି ବିଶ୍ୱାସ ରଖୁଥାଆନ୍ତି, ତାହେଲେ ସେମାନେ ମଧ୍ୟ ଆବେଦନ କରିପାରିବେ। ସେମାନଙ୍କ ସାମର୍ଥ୍ୟ ଅନୁଯାୟୀ ପ୍ରଶିକ୍ଷଣ ସହାୟତା ଯୋଗାଇ ଦିଆଯିବ।

ADVERTISEMENT

କ୍ରୀଡ଼ା ଓ ଯୁବ ସେବା ବିଭାଗ, ଓଡ଼ିଶା ସରକାର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଲୁକ୍କାୟିତ କ୍ରୀଡ଼ା ପ୍ରତିଭା ଅନ୍ଵେଷଣ କରୁଅଛନ୍ତି । ସେଥିପାଇଁ ଛାତ୍ରଛାତ୍ରୀ ତଥା ସେମାନଙ୍କୁ ପ୍ରୋତ୍ସାହିତ କରୁଥିବା କ୍ରୀଡ଼ା ଶିକ୍ଷକ/ପ୍ରଶିକ୍ଷକଙ୍କୁ ପଞ୍ଜିକୃତ ହେବାପାଇଁ ଆହ୍ବାନ କରୁଅଛନ୍ତି । ବିଭିନ୍ନ ପର୍ଯ୍ୟାୟରେ ଉପଯୁକ୍ତ ପରୀକ୍ଷଣ ମାଧ୍ୟମରେ କ୍ରୀଡ଼ା ପ୍ରତିଭା ଚୟନ କରାଯିବ । ଚିହ୍ନିତ ପ୍ରତିଭାମାନେ କ୍ରୀଡ଼ା ଛାତ୍ରାବାସରେ ଅବସ୍ଥାନ କରିପାରିବେ ବା କ୍ରୀଡ଼ା ଛାତ୍ରାବାସ ବାହାରେ ରହି ବିଭାଗ ଦ୍ବାରା ପରିଚାଳିତ ବିଭିନ୍ନ ଶୃଙ୍ଖଳାରେ ପ୍ରଶିକ୍ଷଣ ଲାଭ କରିପାରିବେ |

ଏଠାରୁ ଆବେଦନ କରନ୍ତୁ :

ଏଥିପାଇଁ 8 ବର୍ଷରୁ 18 ବର୍ଷ ବୟସ ଛାତ୍ରଛାତ୍ରୀମାନେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ | ୱେବ୍ସାଇଟ www.department.sportsodisha.gov.in ମାଧ୍ୟମରେ ନାମ ପଞ୍ଜିକରଣ କରିବା ପାଇଁ ଆହ୍ଵାନ କରାଯାଇଅଛି | ଆବେଦନର ଶେଷ ତାରିଖ 15 ଜାନୁଆରୀ 2022 | ସବିଶେଷ ତଥ୍ୟ ଜାଣିବାପାଇଁ ଜିଲ୍ଲା କ୍ରୀଡା ଅଧିକାରୀ ସୁଜାତା କୁମାରୀ ସାହୁଙ୍କ ମୋବାଇଲ ନଂ. 7978025099 ରେ ଯୋଗାଯୋଗ କରିବା ପାଇଁ ଜିଲ୍ଲା କ୍ରୀଡା ଅଧିକାରୀ ସୂଚନା ଦେଇଛନ୍ତି |

ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
ADVERTISEMENT
29cc3d8cd884c5afa1c0c9b79b62a918.w3000.h600._CR0,0,3000,600_SX1920_
%d bloggers like this: