ଭୁବନେଶ୍ୱରରୁ ତିନିଜଣ ଡ୍ରଗ୍ସ ବେପାରୀଙ୍କୁ ଗିରଫକଲା ଏସଟିଏଫ ଟିମ !
ଭୁବନେଶ୍ୱର: 06/06/2022(ବ୍ୟୁରୋ ): କ୍ରାଇମ ବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ସୋମବାର ଦିନ AIIMS ଭୁବନେଶ୍ୱରରୁ ତିନିଜଣ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଛି। ସେହି ତିନିଜଣ ହେଲେ ତମାଣ୍ଡୋର ଭାଗୀରଥୀ ଭଟ୍ଟ, ବାଲିପାଟଣାର ବିଶ୍ୱଜିତ ନାୟକ ଏବଂ ଡୁମଡୁମାର ଚନ୍ଦନ ମଲ୍ଲିକରେ | ସେମାନଙ୍କ ନିକଟରୁ 2.58 ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଏସଟିଏଫ | ସେମାନଙ୍କୁ ଭୁବନେଶ୍ୱର ଜିଲ୍ଲା ତଥା ସେସନ୍ସ କମ ସ୍ପେଶାଲ ଜଜଙ୍କ କୋର୍ଟକୁ ପଠାଯାଇଥିଲା।
ଜାନୁୟାରୀ, 2020 ଠାରୁ ନିଶା ଔଷଧ ବିରୁଦ୍ଧରେ ସ୍ବତନ୍ତ୍ର ଡ୍ରାଇଭ୍ ଜାରି ରହିଛି। ଏହି ସମୟ ମଧ୍ୟରେ STF 54 କିଲୋଗ୍ରାମରୁ ଅଧିକ ବ୍ରାଉନ୍ ସୁଗାର / ହିରୋଇନ୍, 202 ଗ୍ରାମ କୋକେନ୍, 103 କ୍ୱିଣ୍ଟାଲରୁ ଅଧିକ ଗଞ୍ଜା / ମାରିଜୁନା ଏବଂ 750 ଗ୍ରାମ ଓପିଅମ୍ ଜବତ କରିଛି। STF ଆହୁରି ମଧ୍ୟ କହିଛନ୍ତି ଯେ, ଏପର୍ଯ୍ୟନ୍ତ 150 ଡ୍ରଗ୍ ଡିଲର / ବେପାରୀଙ୍କୁ ଗିରଫ କରାଯାଇଛି।
More Stories
ଓଡ଼ିଆ ସିରିଏଲ ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଅଭିଯୋଗ !
ବଜ୍ରପାତରେ ଗୋଟିଏ ପରିବାରର ଚାରିଜଣ ମୃତ !
ଦଶପଲ୍ଲାର ମୃଗ ବିହାରରେ ଆଖି ବୁଜୁଛନ୍ତି ଗୋଟିଏ ପରେ ଗୋଟିଏ ମୃଗ: ଦାୟୀ କିଏ ?