NK NEWS ODISHA

News agency Odisha

ଓଡ଼ିଶା ପୁଲିସ୍ ଓ ସେନାବାହିନୀରେ ନିଯୁକ୍ତି ପାଇଥିବା ଯୁବକଙ୍କୁ ସମ୍ବର୍ଦ୍ଧିତ କଲେ ସମାଜସେବୀ ଶ୍ରୀହରି ନାୟକ

The possibility for positive transformation in the daily lives of the young people of Daspalla was truly celebrated at this event
Spread the love

ଦଶପଲ୍ଲା: ୧୧-୦୯-୨୦୨୩(ରିପୋର୍ଟ: ସୁବାଷ ଚନ୍ଦ୍ର ବାରିକ): ଦଶପଲ୍ଲା ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରୁ ଓଡ଼ିଶା ପୁଲିସ୍ ଓ ସେନାବାହିନୀରେ ନିଯୁକ୍ତି ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିବା, ୬ ଜଣ ନବ ନିଯୁକ୍ତଙ୍କୁ ଦଶପଲ୍ଲାରେ ସମ୍ବର୍ଦ୍ଧନା କରାଯାଇଛି।

ସେମାନଙ୍କ ମଧ୍ୟରେ ପିଙ୍କିନି ପଟ୍ଟନାୟକ ଓ ବିଶ୍ବନାଥ ମାଝି ଓଡ଼ିଶା ପୁଲିସ୍‌ ସେବା ନିମନ୍ତେ ଚୟନ ହୋଇଥିବା ବେଳେ, ଜୟ ଶ୍ରୀରାମ ବିଭୂତି ବେହେରା ସିଆଇଏସ୍ଏଫ୍, ଯଶୋବନ୍ତ ଜାନି ସିଆର୍‌ପିଏଫ୍ ଓ ମିଲନ କୁମାର ସାହୁ ଅବକାରୀ ବିଭାଗରେ ନିଯୁକ୍ତି ପାଇଛନ୍ତି।

ଆଜି ଏମାନଙ୍କୁ ସ୍ଥାନୀୟ ଯୁବକମାନେ ଚକ୍ରଧରପୁର ଛକଠାରୁ ନେଇ ବାଇକ୍ ଶୋଭାଯାତ୍ରାରେ ସହର ପରିକ୍ରମା କରାଇଥିଲେ। ପରିକ୍ରମାବେଳେ ବାଟରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯାଇଥିଲା। ପରିଶେଷରେ ଶ୍ରୀ ମହାବୀରଙ୍କ ମନ୍ଦିର ସମ୍ମୁଖରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ଦଶପଲ୍ଲା ନିର୍ବାଚନମଣ୍ଡଳୀର ବିଶିଷ୍ଠ ସମାଜସେବୀ ଶ୍ରୀହରି ନାୟକ ଯୋଗଦେଇ ଜନସେବା ସହିତ, ଦେଶ
ମାତୃକାର ସେବା , ଆଗାମୀ ଯୁବପିଢ଼ିଙ୍କ ନିମନ୍ତେ ଅନୁକରଣୀୟ ହେବା ଉଚିତ୍ ବୋଲି ଆହ୍ବାନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅବସର ପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ବିଭୁଦତ୍ତ ମହାପାତ୍ର, ବରିଷ୍ଠ ଶିକ୍ଷାବିତ୍ ଡକ୍ଟର ନାରାୟଣ ମହାପାତ୍ର, ଅବସରପ୍ରାପ୍ତ ସେନା କର୍ମଚାରୀ ସୁଶାନ୍ତ ସିଠ ପ୍ରମୁଖ ମଞ୍ଚାସୀନ ଥିଲେ। ଦଶପଲ୍ଲାର ପ୍ରଶିକ୍ଷଣ ଅନୁଷ୍ଠାନ ବିବେକାନନ୍ଦ ଡିଫେନ୍ସ ଏକାଡେମୀ ଅଫ୍ ୱାରିଅର୍ସର ପ୍ରଶିକ୍ଷକ ଜିତେନ୍ଦ୍ର ସ୍ବାଇଁ ଓ ପ୍ରତିଷ୍ଠାତା ସରୋଜ କୁମାର ପଣ୍ଡା ଏହାର ସଫଳ ସଂଯୋଜନା କରିଥିଲେ।

%d