NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ମାଆ ବ୍ୟାଘ୍ରଦେବୀପୀଠର ଉନ୍ନତି ପାଇଁ ଆଗେଇ ଆସିଲେ ସମାଜସେବୀ ଶ୍ରୀହରି ନାୟକ |

Spread the love
ADVERTISEMENT

ମାଆ ବ୍ୟାଘ୍ରଦେବୀପୀଠର ଉନ୍ନତି ପାଇଁ ଆଗେଇ ଆସିଲେ ସମାଜସେବୀ ଶ୍ରୀହରି ନାୟକ |

ଦଶପଲ୍ଲା : 08/08/2021(ରିପୋର୍ଟ :ନିୟୁଜ ହେଡ଼): ଦଶପଲ୍ଲା ନିକଟସ୍ଥ ସାକେଣି ଗ୍ରାମ ନିକଟ ରେ ଥିବା ମା ବ୍ୟାଘ୍ରଦେବୀ ଠାକୁରାଣୀ ମନ୍ଦିର ଚର୍ତୁପାର୍ଶ୍ଵ ଅଧିକ ଉନ୍ନତି ପାଇଁ ଅଣ୍ଟା ଭିଡିଛନ୍ତି ଦଶପଲ୍ଲାର ବିଶିଷ୍ଠ ସମାଜସେବୀ ଶ୍ରୀହରି ନାୟକ । ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ର ଦକ୍ଷିଣାଂଚଳର ତେଣ୍ଡାବାଡି ଗ୍ରାମପଞ୍ଚାୟତଟି ଆଦିବାସୀ ବହୁଳ ଅଞ୍ଚଳ ଭାବରେ ବେଶ୍ ଜଣାଶୁଣା ଜଣାଶୁଣା । ଏହି ଅଞ୍ଚଳର ଲୋକମାନେ ପ୍ରତ୍ୟକ୍ଷ ଭାବରେ ମା’ ବ୍ୟାଘ୍ରଦେବୀ ଠାକୁରାଣୀଙ୍କୁ ବିଶ୍ୱାସ କରିଥାନ୍ତି । କିନ୍ତୁ ବହୁବର୍ଷ ଧରି ଅନେକ ନେତା,ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ପ୍ରତିନିଧିମାନେ ମଧ୍ୟ ଏହି ପୀଠକୁ ଆସି ନିର୍ବାଚନ ବେଳେ ମାଆଙ୍କ କରୁଣା ଆଶା କରିଥାନ୍ତି | କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ନିର୍ବାଚନରେ ବିଜୟଲାଭ କଲାପରେ ମାଆଙ୍କର ଭଙ୍ଗା ଦଦରା ଘର କଥା ଭୁଲି ଯାଇଥାନ୍ତି । କିନ୍ତୁ ବର୍ତ୍ତମାନର ଦଶପଲ୍ଲାର ବିଧାୟକ ତଥା ନୟାଗଡ ଜିଲ୍ଲାର ବିଜେଡି ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ତତ୍ତ୍ଵାବଧାନରେ ମାଆ ବ୍ୟାଘ୍ରଦେବୀ ଠାକୁରାଣୀଙ୍କ ମନ୍ଦିର ନୂତନ ଭାବେ ନିର୍ମାଣ କରାଯାଇଛି ।

କିଛି ଦିନ ପୁର୍ବେ ଶ୍ରୀ ବେହେରା ନିଜେ ଆସି ମନ୍ଦିରର ସ୍ଥିତି ଅନୁଧ୍ୟାନ କରିବା ସହ ଖୁବ୍ ଶୀଘ୍ର ମନ୍ଦିରର ଦଧିନଉତି ନିର୍ମାଣ କରିବା ପାଇଁ ପ୍ରସ୍ତାବ ମଧ୍ୟ ଦେଇଥିଲେ । ମାଆଙ୍କର ଅପାର କରୁଣାରୁ ମାଆ ବ୍ୟାଘ୍ରଦେବୀଙ୍କ ପୀଠର ଉନ୍ନତି ପାଇଁ ଅଣ୍ଟା ଭିଡିଛନ୍ତି ଦଶପଲ୍ଲା ଅଂଚଳର ବିଶିଷ୍ଠ ସମାଜସେବୀ, ମାନବପ୍ରେମୀ ତଥା ଧର୍ମପ୍ରାଣ ବ୍ୟକ୍ତି ଶ୍ରୀହରି ନାୟକ । ଆଜି ସ୍ବେଛାକୃତ ଭାବରେ ଶ୍ରୀ ନାୟକ ମାଆ ବ୍ୟାଘ୍ରଦେବୀ ଠାକୁରାଣୀଙ୍କ ମନ୍ଦିର ପରିସର ବୁଲି ଦେଖିବା ସହ ଏହି ଅଞ୍ଚଳର ବୟୋଜ୍ୟେଷ୍ଠ ଲୋକମାନଙ୍କ ସହ ମିଶି ଏକ ସଭାର ଆୟାଜନ କରିଥିଲେ । ମାଆଙ୍କ ମନ୍ଦିର ପରିସରର ଉନ୍ନତି, ମନ୍ଦିର ପାଇଁ ବିଜୁଳି ସୁବିଧା, ଏବଂ ମନ୍ଦିରର ମୁଖ୍ୟ ରାସ୍ତା ନିକଟରେ ଏକ ସୁ-ଉଚ୍ଚ ଓ ସୁନ୍ଦର ତୋରଣ ନିର୍ମାଣ କରିବା ପାଇଁ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ଏହି ଅଞ୍ଚଳର ପଛୁଆ ଗ୍ରାମ ଗୁଡ଼ିକରେ ଉନ୍ନତିମୂଳକ କାର୍ଯ୍ୟ କରାଯିବ ବୋଲି ସଭାରେ ପ୍ରସ୍ତାବ ମଧ୍ୟ ରଖିଥିଲେ।

ପ୍ରକାଶ ଥାଉକି, ଶ୍ରୀ ନାୟକ ଏଥିପୂର୍ବରୁ ଦଶପଲ୍ଲା ସମେତ ଗଂଜାମ, କନ୍ଧମାଳ, ବଉଦ୍ ଅଂଚଳରେ ଅନେକ ମନ୍ଦିର ନିର୍ମାଣ କରିବା ସଂଗେ ସଂଗେ,ନିସ୍ୱାର୍ଥପର ଭାବରେ ବହୁ ଧର୍ମାନୁଷ୍ଠାନର ପୃଷ୍ଠପୋଷକତା କରିଆସୁଛନ୍ତି । ସେ ଜଣେ ଅତ୍ୟନ୍ତ ଧର୍ମପ୍ରାଣ ବ୍ୟକ୍ତି ହୋଇଥିବାରୁ ମଠ,ମନ୍ଦିର,ଧର୍ମାନୁଷ୍ଠାନ ପ୍ରତି ତାଙ୍କର ବିଶେଷ ୠଚି ରହିଛି । ତେବେ ଶ୍ରୀ ନାୟକଙ୍କ ଏହି ବୈଠକକୁ ରାଜନୈତିକ ରଂଗ ଦିଆଯାଉଥିଲା ବେଳେ ସେ ଏହାକୁ ଦୃଢ଼ଭାବରେ ଖଣ୍ଡନ କରିଛନ୍ତି ।

ADVERTISEMENT
ADVERTISEMENT
%d bloggers like this: