NK NEWS ODISHA

News Agency Odisha, Odisha latest news, Trending news Odisha, Breaking News Odisha,Odia latest News,latest odisha news,odia news headlines,odisha news,news odisha,breaking news odisha,latest odia news,news headlines,odisha current news,odisha orissa,odisha tv latest,bhubaneswar news,odisha latest news,odisha latest,odisha covid updates,odisha lockdown,lockdown news,odisha poltics,odishatv,ama odisha,kanak news bulletin,naveen patnaik,odisha,jobs,

ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଦିନକୁ ଦିନ ସ୍ମାର୍ଟ ହେଉଥିବା ବେଳେ, ବୁଲି ବୁଲି ଚିକିତ୍ସା ସହାୟତା ମାଗୁଛନ୍ତି ଗରିବ ମହିଳା !

Spread the love
ADVERTISEMENT

ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଦିନକୁ ଦିନ ସ୍ମାର୍ଟ ହେଉଥିବା ବେଳେ, ବୁଲି ବୁଲି ଚିକିତ୍ସା ସହାୟତା ମାଗୁଛନ୍ତି ଗରିବ ମହିଳା !

ଦଶପଲ୍ଲା :23/08/2021(ରିପୋର୍ଟ : ପ୍ରକାଶ ଚନ୍ଦ୍ର ନାୟକ): ନୟାଗଡ ଜିଲ୍ଲା ବାଣୀଗୋଛାର ପ୍ରଖ୍ୟାତ ଶୈବପୀଠ ବାବା ଯୋଗେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଚାଲିଥିଲା ପ୍ରସାଦ ସେବନ କାର୍ଯକ୍ରମ | ଏହି ସମୟରେ ଜଣେ ମହିଳା ଚିକିତ୍ସା ପାଇଁ ସହାୟତା ମାଗୁଥିଲେ | କିଛି ସହୃଦୟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି ତାଙ୍କ ଦୂରବସ୍ଥା ପଚାରି ବୁଝିଥିଲେ । ସୈଭାଗ୍ୟ ବଶତଃ ସେ ଅଂଚଳ ର ଜଣାଶୁଣା ଧର୍ମ ପରାୟଣ, ବଦାନ୍ୟବ୍ୟକ୍ତି, ତଥା ସମାଜ ସେବୀ ଶ୍ରିହରି ନାଏକ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ। ଏବଂ ତାଙ୍କୁ ଗାଡ଼ି ଯୋଗେ କଟକ ବଡ଼ ଡ଼ାକ୍ତରଖାନା ଅସ୍ଥିଶଲ୍ୟ ବିଭାଗକୁ ଯାଇ ଜରୁରୀ ଚିକିତ୍ସା ନିମନ୍ତେ 5000 ଟଙ୍କା ଓ ତାଙ୍କ ଉପରେ ନିର୍ଭରଶୀଳ 3 ଶିଶୁପୁତ୍ର ନିମନ୍ତେ ଗୋଟିଏ ବସ୍ତା ଚାଉଳ ପ୍ରଦାନ କରିଥିଲେ। ଆହୁରି ମଧ୍ୟ ସୁବାଶିନି ସମ୍ପୁର୍ଣ୍ଣ ସୁସ୍ଥ ହେବା ନିମନ୍ତେ ଶ୍ରୀହରି ନାଏକ ସମସ୍ତ ଆର୍ଥିକ ଖର୍ଚ୍ଚ ବହନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ |

ଏତଥିଲା ଘଟଣାର ଦୃଶ୍ୟ | ଆସନ୍ତୁ ଜାଣିବା ଆମ ସ୍ୱାସ୍ଥ୍ୟ ଯୋଜନା କଣ ଅଛି?

ଆପଣ ଭାବୁଥିବେ ଏହି ଘଟଣା ସହିତ ସ୍ୱାସ୍ଥ୍ୟ ଯୋଜନାର କଣ ସମ୍ପର୍କ ଅଛି…? ହଁ ଅଛି.. ଦେଖନ୍ତୁ ଯେତେବେଳେ ସରକାର ସ୍ୱାସ୍ଥ୍ୟ ପାଇଁ ଯୋଜନା ଉପରେ ଯୋଜନା କରିଚାଲିଛନ୍ତି, ସେତେବେଳେ ଜଣେ ଗରିବ ଦିନ ମଜୁରିଆ ଚିକିତ୍ସା ପାଇଁ ବୁଲି ବୁଲି ସହାୟତା ମାଗୁଛନ୍ତି | ଆପଣ ଜାଣିଥିବେ ରାଜ୍ୟ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନେକ ଯୋଜନା ଆଣୁଛନ୍ତି | ନିକଟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ କାର୍ଡର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ | ଯାହାଫଳରେ ଓଡିଶା ସମେତ ଦେଶର 200 ଡାକ୍ତରଖାନା ଶୃଙ୍ଖଳରେ ଲୋକମାନେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇପାରିବେ | ଏହି ପଦକ୍ଷେପ ଆରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ପଦକ୍ଷେପ ଦ୍ୱାରା ରାଜ୍ୟର 96 ଲକ୍ଷ ପରିବାରର ପ୍ରାୟ 3.5 କୋଟି ଲୋକ ଉପକୃତ ହେବେ । ପରିବାରମାନେ ବାର୍ଷିକ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚ୍ଚ ପାଇପାରିବେ, ପରିବାରର ମହିଳା ସଦସ୍ୟଙ୍କ ପାଇଁ ଏହା 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ | ଜଣେ ବ୍ୟକ୍ତି କେବଳ କାର୍ଡ ସହିତ ଏକ ଡାକ୍ତରଖାନା ଯାଇପାରିବେ ଏବଂ କୌଣସି ଅସୁବିଧା ବିନା ସମସ୍ତ ଚିକିତ୍ସା ପାଇପାରିବେ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ପଦକ୍ଷେପ ଭାରତରେ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାରେ ଏକ ପରିବର୍ତ୍ତନ ଆଣିବ, ଯେଉଁଠାରେ ଜଣେ ରୋଗୀ ବିନା ଖର୍ଚ୍ଚରେ ସର୍ବୋତ୍ତମ ସ୍ୱାସ୍ଥ୍ୟସେବା ପାଇବେ। ଏହି ପଦକ୍ଷେପକୁ ଐତିହାସିକ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସମସ୍ତଙ୍କ ପାଇଁ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ ଏବଂ ପରିବାରର ଆର୍ଥିକ ସମ୍ପର୍କ ରହିଛି। “ଯେତେବେଳେ ପରିବାରର କେହି ଅସୁସ୍ଥ, ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥକୁ କିପରି ସଂଗଠିତ କରାଯିବ ସେନେଇ ଚାପ ଏବଂ ଉତ୍ତେଜନା ଦେଖାଦେଇଥାଏ। ଅନେକ ନିଜ ଜମି ବିକ୍ରି କରନ୍ତି, ଅନ୍ୟ କିଛି ଋଣ କିମ୍ବା ଅନ୍ୟମାନେ ସେମାନଙ୍କ ପିଲାମାନଙ୍କର ଶିକ୍ଷା ବନ୍ଦ କରିଦିଅନ୍ତି ବୋଲି ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବର୍ତ୍ତମାନ ପରିବାର ସଦସ୍ୟଙ୍କ ଉପରେ କୌଣସି ପ୍ରତିବନ୍ଧକ ନଦେଇ ଚିକିତ୍ସାର ଯତ୍ନ ନେବେ ବୋଲି ସେ କହିଛନ୍ତି।

ହେଲେ ସ୍ଥାନୀୟ ଜନପ୍ରତିନିଧିଙ୍କ ଅଗୋଚରରେ ତଥା ବିଭାଗୀୟ କର୍ମଚାରୀଙ୍କ ଅପାରଗତା ଯୋଗୁଁ ଅନେକ ଗରିବ ପରିବାର ଏହି ସୁବିଧାରୁ ବଞ୍ଚିତ ହେଲାଭଳି ମନେହେଉଛି | ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକରେ | ସୂଚନା ଅନୁସାରେ ଆଜକୁ ସାତମାସ ତଳେ ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ କୁଜମେଣ୍ଡି ଗ୍ରାମପଞ୍ଚାୟତ ରୁପାଝିରି ଗାଁ’ର ଜନୈକା ଦଳିତ ମହିଳା ସୁବାସିନି ନାୟକ ଆଜକୁ ପ୍ରାୟ 7 ମାସ ଧରି ଏକ ଅଟୋ ଦୁର୍ଘଟଣା ରେ ନିଜର ଡାହାଣ ଗୋଡ଼ ଗୁରୁତର ଭାବରେ ଆଘାତ ପ୍ରାପ୍ତ ହୋଇଥିବା ବେଳେ, ଅର୍ଥଅଭାବ ରୁ ଉପଯୁକ୍ତ ଚିକିତ୍ସା ରୁ ବଞ୍ଚିତ ହୋଇଛନ୍ତି। ସୁବାସିନିଙ୍କ ପରିବାର ଏକ ଦଳିତ ଓ ଗରିବ ଦିନମଜୁରିଆ ପରିବାରର ହୋଇଥିବାରୁ,ଅର୍ଥାଭାବ ସୁବସିନୀଙ୍କ ଚିକିତ୍ସାରେ ବାଧକ ସାଜିଛି। ଏପରିକି ତାଙ୍କର ବିଜୁ ସ୍ୱାସ୍ଥ୍ୟ କାର୍ଡ ମଧ୍ୟ୍ୟ ନାହିଁ |

ତେବେ ଏଠାରେ ପ୍ରଶ୍ନ ଉଠୁଛି ସରକାରଙ୍କର ସ୍ୱାସ୍ଥ୍ୟ କାର୍ଡ କାହାପାଇଁ? କୋଟି କୋଟି ରାଜସ୍ବ ବିନିଯୋଗ ହେଉଛି କାହା ସ୍ୱାର୍ଥରେ ? ଏଥିପାଇଁ ଦାୟୀ କିଏ ସରକାର ନା ଜନପ୍ରତିନିଧି ନା ବିଭାଗୀୟ କର୍ତ୍ତୃପକ୍ଷ ନା ଯୋଗ୍ୟ ହିତାଧିକାରୀ, ଯିଏ ଦିନ ମଜୁରିଆ ହୋଇ ଜୀବନ ବଞ୍ଚାଇବାକୁ ଅହରହ ସଂଘର୍ଷ କରୁଛନ୍ତି?

ADVERTISEMENT
ADVERTISEMENT
%d bloggers like this: