NK NEWS ODISHA

News agency Odisha

ବାଲ୍ୟବିବାହ ପ୍ରତିରୋଧ ମଞ୍ଚର ଅଧିବେଶନ

Session of the Child Marriage Prevention Forum
Spread the love

ବାଲ୍ୟବିବାହ ପ୍ରତିରୋଧ ମଞ୍ଚର ଅଧିବେଶନ

ଉପଯୁକ୍ତ ଶିକ୍ଷା ବାଲ୍ୟ ବିବାହ ରୋକିବାରେ ସହାୟକ ହେବ

ନୟାଗଡ : 29/10/2021(ବ୍ୟୁରୋ): ବାଲ୍ୟ ବିବାହ ପରି ଏକ ସାମାଜିକ ବ୍ୟାଧିକୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ, ଆକ୍ସନଏଡ ଓ ଯୁନିସେଫ ର ମିଳିତ ସହଯୋଗରେ କିଶୋରକିଶୋରୀ ମାନଙ୍କୁ ନେଇ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ ର ଜିଲ୍ଲା ସ୍ତରୀୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ସଦଭାବନା ଗୃହରେ ଅନୁଷ୍ଠିତ ଏହି ଅଧିବେଶନରେ ଜିଲ୍ଲାପାଳ ଡାଃ।ପୋମା ଟୁଡୁ ଅଧ୍ୟକ୍ଷତା କରିଥିଲେ।

ବାଲ୍ୟ ବିବାହ ର କାରଣ, ଏହାର କୁପରିଣାମ ବିଷୟରେ କିଶୋର କିଶୋରୀ ମାନଙ୍କୁ ଜିଲ୍ଲାପାଳ ବୁଝାଇଥିଲେ। ଶିକ୍ଷା ଗ୍ରହଣ ବାଲ୍ୟ ବିବାହ ରୋକିବାରେ କିପରି ସହାୟକ ହୋଇପାରିବ ଏ ବିଷୟରେ ଜଣାଇଥିଲେ।ଶିକ୍ଷା ସହ ଅଧାରୁ ପାଠ ଛାଡିଥିବା ତଥା ବାଲ୍ୟ ବିବାହ ଭଳି କୁ ପ୍ରଥାର ଶିକାର ହେଉଥିବା ପିଲାମାନଙ୍କର ଥଇଥାନ କରିବା ଦିଗରେ ଆଲୋକପାତ କରିଥିଲେ।

ତୃଣମୂଳ ସ୍ତରରେ ବିଶେଷ କରି ଗ୍ରାମାଞ୍ଚଳ ରେ ମୁଖିଆମାନେ ବାଲ୍ୟବିବାହ କୁ ରୋକିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିପାରିବେ ବୋଲି ଦର୍ଶଯାଇଥିଲା। ଏହି ପରି କ।ର୍ଜ୍ୟକ୍ରମ ଦ୍ଵାରା କିଶୋର କିଶୋରୀ ମାନଙ୍କର ଦକ୍ଷତା ବୃଦ୍ଧି ସଙ୍ଗେ ସଙ୍ଗେ କୌଶଲ ବୃଦ୍ଧି କରାଇବା ସମ୍ପର୍କରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶଙ୍କର ଜେନା ଆଲୋକପାତ କରିଥିଲେ।

ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଶକ୍ତିପ୍ରକାଶ ମିଶ୍ର ବାଲ୍ୟ ବିବାହ ରୋକିବା ଦ୍ଵାରା କୁପୋଷଣ ଶିଶୁ ଏବଂ ଅଧିକ ଗର୍ଭପାତ ଭଳି ସମସ୍ଯା ରୁ ନିର୍ଯାତ ପାଇହେବ ଏବଂ ଏଥିନିମନ୍ତେ ପ୍ରସ୍ତର ଭାବରେ ସଚେତନତା ର ଆବଶ୍ୟକତା ରହିଛି ବୋଲି ଗୁରୁତ୍ଵାରୋପ କରିଥିଲେ।

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଉପେନ୍ଦ୍ରନାଥ ବଡଜେନା,ଅତିରିକ୍ତ ଜିଲ୍ଲାପ।ଳ ବାଲ୍ୟ ବିବାହ କୁ ନେଇ ସେମାନଙ୍କର ଅନୁଭୂତି, ଶିଶୁ ଅଧିକାର ଓ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ। ୟୁନିସେଫ ଓ ଆକ୍ସନେଡ ଜିଲ୍ଲା ସଞ୍ଜୋଜିକା ବାଲ୍ୟ ବିବାହ ର କାରଣ, ଏହାର ପ୍ରଭାବ, ସାମାଜିକଓ ଆଇନ୍ଗତ ବ୍ୟବସ୍ଥା, ସରକାରୀ ଯୋଜନା ବିଷୟରେ ଆଲୋଚନା କରିଥିଲେ।

ବୈଠକରେ ବାଲ୍ୟ ବିବାହକୁ ରୋକିବା ଲାଗି ଚେଷ୍ଟା କରିଥିବା 20 ଜଣ କିଶୋରୀ ମାନଙ୍କୁ ସଂମ୍ମାନିତ କରଯାଇଥିଲା।ଶେଷରେ ସମସ୍ତ ଅଂଶଗ୍ରହଣ କରି ବାଲ୍ୟ ବିବାହକୁ ପ୍ରତ୍ଯକ୍ଷ ଓ ପରୋକ୍ଷ ଭାବରେ ସହଯୋଗ ନକରିବା ଲାଗି ଶପଥ ପାଠ କରିଥିଲେ।

%d